ଦେଶର୍ ଲାଗି ଆଏଜ୍ କେତେ ବଡ଼୍ ଦିନ୍ !
ଆମର୍ ନିଜର୍ ସମ୍ବିଧାନ୍ ବାବଦ୍ରେ ଆମେ କେତେ ଜାନିଛୁଁ ଆର୍ ଯଦିବି ଜାନିଛୁଁ ବେଲେ କେତେ ମାନୁଛୁଁ ଯେ ସେ କଥାଟା ବିଚାର୍ କରବାର୍ଟାକେ ଆପଣ୍ ମାନକର୍ ଉପରେ ଛାଡୁଛୁଁ
ସଭେ ଜାନିଛୁଁ ଯେ ଗୁଟେ ୧୨ବର୍ଷିଆ ଛୁୃଆ ‘ଧର୍ମପଦ’ ସାରା ଜଗତ୍ନେ ବିଖ୍ୟାତ୍ କୋଣାର୍କ ମନ୍ଦିର୍ର ଟିପିନେ କଲସ୍ ବସେଇଥିଲା । ବାକି କିଏ କିଏ ଇତାର୍ ନିହି କୁଡିଥିଲେ ବେଲେ କିହେ ନାଇଁ କହିପାରୁଁ । କିଏ ଇତାର୍ ପହେଲା ନକ୍ସା କରିଥିଲା ପଚରାଲେ ବି କେହି ନାଇଁ କହିପାରୁଁ । ଅବଶ୍ୟ ଘରେ-ଘରେ: ପୁରେ-ପୁରେ ପ୍ରଚାରିତ୍ ହେଇଥିବାର୍ ‘ଧର୍ମପଦ’ କିମ୍ବଦନ୍ତୀ ଲାଗି ତାହାଁକୁ ସଭେ ଜାନିଛନ୍ ଆର୍ ତାଁକର୍ ଛଡା ତାଁକର୍ ବାପା ବିଶୁ ମହାରଣା , ସେତେ ବେଲର୍ ରଜା ନରସିଙ୍ଗ୍ ଦେବ୍ ଆର୍ ମନ୍ତ୍ରୀ ଶିବେଇ ସାମନ୍ତରାକଁର୍ ଛଡା ଆର୍ କାହାର୍ ବାବଦରେ ନାଇଁ କହି ହୁଏ । ଅବଶ୍ୟ ଇଟା ଆମର୍ ଇତିହାସ୍ ଲେଖବାର୍ ତରିକାର୍ କମି ଆଏ ଯେ ସେନେ ସାଧାରଣ ଲୋକ୍ର ଜାଗା ନାଇଁନ । ବାକି ଫେର୍ବି ଇଟା ଆମର୍ ମୁନୁଷ୍ ପ୍ରକୃତି ଆଏଯେ ସବୁବେଲେ ଆମେ ହେନ୍ତା ଶେଷ୍ କଲସ୍ ଥାପ୍ନା ସାଙ୍ଗେ ଜୁଡି ହେଇଥିବାର୍ ନାଁ ମାନ୍କୁ ଏକା ସୋର୍ ରଖସୁଁ । ଆମର୍ ହେ ପ୍ରକାରର୍ ପ୍ରକୃତିର୍ ଗୁଟେ ବଡ୍ ଟେ ଉଦାହରଣ୍ ଆମେ ଦେଖିପାରମା ଆମର୍ ଦେଶର୍ ସମ୍ବିଧାନ୍ ଆର୍ ସେଟାକେ ବନେଇଥିବାର୍ ସମ୍ବିଧାନ୍ ସଭା ବାବଦନେ ଥିବାର୍ ଆମର୍ ସାଧାରଣ୍ ଜ୍ଞାନ ନୁ ।
ଆମର୍ ଭାରତ ଦେଶ୍ର ସବୁଠାନୁ ଗୌରବ୍ର ସମିଆ ମାନକର୍ ଭିତରେ ଗୁଟେ ହଉଛେ ଯେନ୍ଦିନ ଆମର୍ ଦେଶ୍ ସ୍ୱାଧୀନ୍ ହେଇଥିଲା । ହେନ୍ତା ଏକା ଯେନ୍ ଦିନ ଆମର୍ ମହାନ୍ ପୂର୍ବଜ୍ ମାନେ ଦେଶର୍ ସମ୍ବିଧାନ୍ ଲେଖବାର୍ ଲାଗି ଗୁଟେଠାନେ ଠୋଲ୍ ହେଇଥିଲେ ହେଟାବି କିଛି କମ୍ ଗୌରବ୍ର ସମିଆ ନାଇଁଥାଇ । ବାକି ଇ କଥାରୁ ତ ଆମେ ଲେଖା ଏକା ଆରମ୍ଭ କରିଛୁଁ ଯେ ଆମର୍ ପ୍ରକୃତି ହିସାବେ ଆମେ ଖାଲି ମୁଣ୍ଡି ମାର୍ଲା.. ଆର୍ କଲସ୍ ବସାଲା ନାଁ ମାନକୁ ସୋର୍ ରଖସୁଁ.. ନିହିକୁଡୁ ମାନ୍କୁ ଆମର୍ ହେତେ ଖିଆଲ୍ ନାଇଁ ।
୧୯୪୬ ମସିହା ଡିସେମ୍ବର୍ ୯ ତାରିଖ୍, ଠିକ୍ ଆଜିର୍ ଦିନେ ଆମର୍ ଭାରତର୍ ସମ୍ବିଧାନ୍ ଲେଖବାର୍ ଲାଗି ସେତକି ବେଲର୍ ସିଆନ୍ ସୂଜନ୍ ମାନେ ଠୋଲ୍ ହେଇଥିଲେ । ସେତକି ବେଲକେ ଆମର୍ ଦେଶ୍ ସ୍ୱାଧୀନ୍ ନୁହେ ହୁଏତାଲି କିି ଦେଶର୍ ବିଭାଜନ୍ ହେଇକରି ପାକିସ୍ଥାନବି ତିଆର୍ ନାଇଁ ହେଇଥାଇ । ବ୍ରିଟେନ୍ନୁ ୧୯୪୬ ରେ କେବିନେଟ୍ ମିସନ୍ ଆସଲା ପରେ ଭାରତ୍ ସ୍ୱାଧୀନ୍ ହେଲାପରେ ଦେଶର୍ ଶାସନ୍ କେନ୍ ହିସାବେ ଚାଲ୍ବାଯେ ଆଲୋଚନା ହେଇଥିଲା ଆର୍ ନିଜର୍ ଲାଗି ନିଜେ ଆମେ ଗୁଟେ ସମ୍ବିଧାନ୍ ଲେଖମା ବଲିକରି ସ୍ଥିର୍ ହେଇଥିଲା । ସଁସାରେ ଇ ତାର୍ ଆଘୋନୁ ବହୁତ୍ଟେ ଦେଶ୍ ନିଜର୍ ନିଜର୍ ସମ୍ବିଧାନ୍ ଲେଖି ସାରିଥିଲେ । ବାକି ଭାରତ୍ ବାଗିର୍ ଗୁଟେ ଏତେ ବିଭିନ୍ନତା ଥିବାର୍ ଦେଶ୍ ଲାଗି ଗୁଟେ ସମ୍ବିଧାନ୍ ଲେଖ୍ବାର୍ଟା ସବୁଠାନୁ ମୁସ୍କିଲିଆ କାମ୍ ହେବାର୍କେ ଯାଉଥିଲା । ଏତେ ପ୍ରକାରର୍ ଧର୍ମ, ଜାତି, ଭାଷା, ଅଞ୍ଚଲ୍, ରଜା-ରାଜୁଡା ଶାସନ୍ର ଲୋକ୍ମାନ୍କର୍ ଲାଗି ଗୁଟେ ସମ୍ବିଧାନ୍ ଲେଖ୍ବାର୍ଟା ସମ୍ଭବ୍ ନାଇଁସେ ବଲିକରି ଭିନ୍ ଭିନ୍ ଦେଶର୍ ନେତା ମାନେ କହୁଥିଲେ । ଆର୍ ଖାଲି ସମ୍ବିଧାନ୍ଟେ ଲେଖିଦେଲେ ତ ନାଇଁ ହୁଏ, ସେ ସମ୍ବିଧାନ୍ କେ ଫେର୍ ଏତ୍କି ପ୍ରକାରର୍ ଲୋକ୍ ମାନୁଥିବାର୍ କଥା ।
ସାରା ଦୁନିଆଁକେ ଯେନ୍ କାମ୍ ଅସମ୍ଭବ୍ ଲାଗୁଥିଲା, ସେଟାକେ ଆମର୍ ମହାନ୍ ପୂର୍ବଜ୍ ମାନେ ସମ୍ଭବ୍ କରିକି ଦେଖେଇଦେଲେ । ବହୁତ୍ ଗୁତା-ଉଚାର୍ ଆର୍ ବହୁତ୍ଟେ ଦେଶର୍ ସମ୍ବିଧାନ୍କେ ନେଇକରି ଆଲୋଚନା କଲାପରେ ଆମର୍ ଦେଶର୍ ସମ୍ବିଧାନ୍ ଲେଖା ହେଇଥିଲା । ହେତକିଟେ ବଡ୍ କାମ୍ର ନିହି ଆଏଜ୍କା ପଡିଥିଲା । ଆମର୍ ଭାରତର୍ ସମ୍ବିଧାନ୍ ସଭା ଆଜିର୍ ବାଗିର୍ ଦିନେ ପହେଲା କରି ବସିଥିଲା । ଭିନ୍ ଭିନ୍ ପ୍ରକାର୍ କାମ୍ ଲାଗି ସେମାନେ ତାଁକର୍ ଭିତରେ ଭିନ୍ ଭିନ୍ କମିଟି ମାନେ ବନେଇଥିଲେ । ସେନେ ବନା ହେଇଥିବାର୍ ଡ୍ରାଫ୍ଟିଂ କମିଟିକେ ସମ୍ବିଧାନ୍କେ ଲେଖ୍ବାର୍ ଦାୟିତ୍ୱ ଦିଆଯାଇଥିଲା । ସମ୍ବିଧାନ୍ର ସେ ଡ୍ରାଫ୍ଟ୍କେ ତିନ୍ ଥରିଆ ଟିକ୍ନିକ୍ନୁ ଆଲୋଚନା କଲାପରେ ୧୯୪୯ ନଭେମ୍ବର୍ ୨୬ନେ ସେଟା ପାରିତ୍ ଆର୍ ୧୯୫୦ ଜାନୁୟାରୀ ୨୬ନୁ ଲାଗୁ ହେଇଥିଲା । ବାକି ଇ ସବୁ କଥା ମୂଲ୍ ହେଇଥିଲା ୧୯୪୬ ମସିହାର୍ ଆଏଜ୍ ବାଗିର୍ ଦିନେ ।
ସମ୍ବିଧାନ୍ ସଭାର୍ ସେ ପହେଲା ବୈଠକ୍କେ ଆଏଜ୍ ୭୪ ବରଷ୍ ପୁରିଗଲା । ବାକି ସେ ସଭାନେ ଥିବାର୍ ହେତକି ହେତକି ଆମର୍ ମହାନ୍ ପୂର୍ବଜ୍ ମାନ୍କର୍ ଭିତରେ ଆମେ ଜନ୍ ପାଞ୍ଚେ -ସାତେ କେ ଛାଡି ଦେଲେ ଆର୍ ବାକି ମହାପୁରୁଷ ମାନକର୍ ଆମେ ନାଁ ବି କହି ନାଇଁପାରୁଁ । ଆର୍ ଆମର୍ ନିଜର୍ ସମ୍ବିଧାନ୍ ବାବଦ୍ରେ ଆମେ କେତେ ଜାନିଛୁଁ ଆର୍ ଯଦିବି ଜାନିଛୁଁ ବେଲେ କେତେ ମାନୁଛୁଁ ଯେ ସେ କଥାଟା ବିଚାର୍ କରବାର୍ଟାକେ ଆପଣ୍ ମାନକର୍ ଉପରେ ଛାଡୁଛୁଁ । ଖାଲି ଟିକେ ଧିଆନ୍ ଦେଇଥିବେ ଯେ ୭୪ ବରଷ୍ ପୁରିଗଲା…