ମହିପାଣି ଟ୍ରେନ୍ ଦୁର୍ଘଟଣାନେ ହାତୀ ମରବାର ଘଟନା
ଟ୍ରେନ୍ ଡ୍ରାଇଭରକୁଁ ହାଜିର ଲାଗି ବନ ବିଭାଗର ନିର୍ଦ୍ଦେଶ, ଆଏଜ ହାଜିର ନାଇଁ ହେଲେ ହେବେ ଗିରଫ୍
ସୁନ୍ଦରଗଡ଼ ବିଶ୍ରା ମହିପାଣି ପାଶେ ଟ୍ରେନ୍ ଧକ୍କାନେ ଦୁଇଟା ହାତୀ କଟିକରି ମରବାର ଘଟନାନେ ବନ ବିଭାଗର ତଦନ୍ତ । ଘଟନାର ତଦନ୍ତ ଉତାରୁ ଟ୍ରେନ୍ ଡ୍ରାଇଭରକଁର ନାଁନେ ମାମଲା ରୁଜୁ କରାଯାଇଛେ । ଶୁକ୍ରବାର ଟ୍ରେନ୍ ଡ୍ରାଇଭରକୁଁ ଗିରଫ୍ କରାଯିବା ବଲି ସୂଚନା ମିଲିଥିଲା । ଟ୍ରେନ୍ ଡ୍ରାଇଭରକୁଁ ବନ ବିଭାଗ ପାଶେ ହାଜର ହେବାର ଲାଗି ଏଆରଏମକୁଁ ଚିଠି ଲେଖିଛେ ବନ ବିଭାଗ । ଯଦି ସେ ଆଏଜ୍ ହାଜର ନାଇଁ ହେବେ ବେଲେ ତାକୁଁ ଗିରଫ୍ କରାଯିବା । ଅଏତକା ସ୍ପିଡ୍ନେ ଟ୍ରେନ୍ ଚଲାବାରର କାରଣନୁ ହାତୀ ଦୁଇଟା କଟିକରି ମରିଥିବାର ବନବିଭାଗ ତଦନ୍ତନୁ ଜନାପଡିଛେ । ଡେର୍ ରାଏତ୍ ଇ ଦୁର୍ଘଟଣା ଘଟିଥିବାର ନେଇକରି ଜନାପଡିଛେ । ସୂଚନା ହିସାବେ ୧୪ ଟିକିଆ ହାତୀ ଗୁହୁଡା ମହିପାଣିନୁ ଝାଡଖଣ୍ଡ ସଂରକ୍ଷିତ୍ ଜଙ୍ଗଲ ଆଡକେ ଯାୁଥିବାର ବେଲକେ ଏନ୍ତା ଦୁର୍ଘଟଣା ଘଟିଥିଲା । ମରିଥିବାର ଦୁହି ମାଇ ହାତୀକଁର ବୟସ ୧୫ ଆରୁ ୮ ବରଷ୍ ହେଇଥିବାର ବନ ବିଭାଗ ଆଡୁ ସୂଚନା ଦିଆଯାଇଛେ ।