ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନେ ଇହାଦେ ଭରଦର ଚାଲିଛେ ଧାନ୍ ଘିନା । ଚାଷୀକଁର୍ ଯେନଟା ସବୁଥୁର ମୁଡ ଦୁଖା ପାଲଟିସି ସେଟା ହେଲା ଧାନ୍ ବିକଲା ବେଲକେ କଟନି ଛଟନିକେ ନେଇ । ମିଲ୍ ମାଲିକ ମାନେ ମନମୁଖୀ କାରବାର୍ କରୁଥିବାର୍ ଚାଷୀ ମାନେ କହୁଛନ୍ । ଚାଷୀ ମଣ୍ଡିନୁ ମିଲ ମାଲିକକଁର୍ ପାଖକେ ଧାନ୍ ନେବାର୍ ଉତାରୁ ସେଠାନେ ଯେନ୍ତା ହେଲେ ବି କଟନିଛଟନି କରୁଥିବାର୍ ଅଭିଯୋଗ୍ ଆନୁଛନ୍ ଚାଷୀ । ଧାନର ମାନ୍କେ ବାହାନା କରି ଅଯଥାନେ ଧାନ୍ କାଟୁଛନ୍ ମିଲ୍ ମାଲିକ ମାନେ । ଇଟା ଇ ଗୁଟେ ବର୍ଷର କଥା ନାଇଁସେ, ସବୁ ବର୍ଷ ଏନ୍ତା ସମାନ୍ ଅଭିଯୋଗ୍ କରିଥିସନ୍ ଚାଷୀ । କେନେ କ୍ୱିଣ୍ଟାଲ ପିଛା ୭ନୁ ୮ କେଜି ତ ଆର କେନେ ୨ରୁ ୩ କେଜି କାଟିଦିଆଯାଉଥିବାର୍ ଇଥର ବି କହୁଛନ୍ ଚାଷୀ । ଚାଷୀକଁର୍ ହିସାବେ ମାର୍କେଟୟାର୍ଡନେ ନିୟମ୍ ଅନସାରେ ଧାନର ଉଜନ ଆର୍ ମାନ୍ ଠିକ୍ କରାଯିବାର୍ କଥା । ହେଲେ ମିଲର୍ସ ମାନେ ନିଜର ହିସାବେ ଏଫଏକ୍ୟୁ ଧାନ୍ ବାହାନା ଦେଖେଇ କରି କଟନିଛଟନି କରୁଛନ୍ ।
ଯେନଥିରଲାଗି ଚାଷୀକୁଁ ବନେ ନୁକସାନ୍ ହେଉଛେ । ସେନ୍ତା କନଟିଛଟନି ନାଇଁ କରି ଧାନ୍ ଘିନବାର୍ ଲାଗି ମିଲର୍ସ ମାନେ ନାଇଁ ମଙ୍ଗ୍ବାର୍ । ଚାଷୀକଁର୍ ଚିନ୍ତା ଇଟା ଯେ କଟନି ଛଟନି କଲେ ଶହ ଶହ ଚାଷୀକଁର୍ କେତେ ଧାନ୍ ପଲେଇଯାଉଥିବା । ଇ ସବୁ ଅଭିଯୋଗ୍ ନେଇ କରି ସବୁ ଜାଗାର ଚାଷୀ ମାନେ କେତେ ଅଭିଯୋଗ୍ କରସନ୍, କେତେ ଆନ୍ଦୋଲନ୍ କରସନ୍ । ସବୁ ବର୍ଷ ଧାନ୍ ବିକା ବେଲକେ କିଛି ହଉ କି ନି ହଉ ଇ କଟନିଛଟନିକେ ନେଇ ଚାଷୀକଁର୍ ନିହାତି ଅଭିଯୋଗ୍ ଆସିଥିସି । ହେଲେ ଇନେ ପ୍ରଶ୍ନ ଉଠୁଛେ ଯେ ଇସବୁ ଅଭିଯୋଗର ତଦନ୍ତ ହେଉଛେ କାଏଁ । ଇଟା ଗୁଟେ ଚିନ୍ତା । ଆର୍ ଗୁଟେ ଯେନଟା ଚାଷୀକଁର୍ ଚିନ୍ତା ହେଉଛେ ସେଟା ହେଲା ଟୋକନ୍ । ଟୋକନ୍ ବ୍ୟବସ୍ଥା ହିସାବେ ଅନଲାଇନ୍ ଟୋକନ୍ ବାହାରି ସିଧାସଲଖ୍ ଚାଷୀକଁର୍ ମୋବାଇଲକେ ସୂଚନା ଯାଏସି । ହେଲେ ଇନେ ଚାଷୀକଁର୍ ଆଡୁ ଅଭିଯୋଗ୍ ହେଉଛେ ଯେ ଅଧିକାଂଶ ଜାଗାନେ ଧାନ୍ ଅମଲ୍ କାମ୍ ଜଲଦି ଜଲଦି ହେଉଥିଲେ ବି ବହୁତଟେ ଚାଷୀକଁର୍ ପାଖକେ ଟୋକନ୍ ପହଞ୍ଚି ନାଇଁ ପାରବାର୍ । ଆର୍ ଯେନ୍ ମାନକଁର୍ ପାଖକେ ଟୋକନ୍ ପଲେଇ ଆଇଛେ ସେମାନକଁର୍ ଧାନ୍ ଅମଲ୍ ନାଇଁ ହେବାର୍ ।
ସେମାନେ ସେ ଟୋକନ୍କେ ଧରିକି କାଣା କରବେ । ଯେନ୍ ମାନକଁର୍ ଧାନ୍ ଅମଲ୍ ହେଲାନ, ଟୋକନ୍ ନାଇଁ ଆଏବାର୍ । ସେମାନକଁର ତ ଆହୁରି ଗୁଲଗୁଲା । ଏନ୍ତାବି ଦେଖବାରକେ ମିଲୁଛେ ଯେ ଧାନ୍ ଅମଲ୍ ହେଇଗଲାନ, ଟୋକନ୍ ଆସବାର୍ ଅଛେ ମାସେ ଉତାରୁ । ସେ ଚାଷୀ ମାନେ ବାଧ୍ୟ ହେଇ ଧାନ୍ ମଡାଲା ଉତାରୁ ବି ଖଲାନେ ରଖୁଛନ୍ । ଆର୍ ଯଦି ସେନ୍ତା ହେଉଛେ ସେମାନକୁଁ ଟୋକନ୍ ଆସବାର ତକ୍ ଟାକବାରକେ ପଡବା, ହେଥିରଲାଗି ଇ ଶୀତେ କାକରେ ବି ରାତି ବି ଯାଉଛନ୍ ଆର୍ ଖଲା ଜୁଗୁଛନ୍ । ସେତକି ଭିତରେ ତାକଁର୍ ବାହାରିଆ କାମ୍, ବିହାବରପନ୍, ସାମାଜିକ୍ କାମ୍ ସବୁ ବନ୍ଦ୍ । ଖଲାନେ ଖାଉଛନ୍ , ପିଉଛନ୍, ଆର୍ ରହୁଛନ୍ । କାରନ୍ ଯଦିି ଦେଖବେ ସମକଁର୍ ଘରେ ହେନ୍ତା ବ୍ୟବସ୍ଥା ନାଇଁନ, ଯେ ଘରକେ ଆନିକି ଧାନ୍ ରଖବେ । ଫେର୍ ଯେନ୍ ମାନେ ଜଙ୍ଗଲ ପାଖ୍ ପାଖ୍ ଅଞ୍ଚଲ ମାନକୁଁ ଚାଷ ଜମି ମାନେ ଅଛେ । ସେମାନକୁଁ ହାତୀର ଡର୍ । ଧାନକେ ବି ଆର୍ ଚାଷୀର ଜୀବନକେ ବି ।
ଧାନ୍ ବିକି ନାଇଁ ପାରବାର୍ ଲାଗି ଯେନ୍ ମାନେ ଲୋନ୍ ଆନିକରି ଚାଷ୍ କରିଥିଲେ ସେମାନକଁର୍ ଲୋନ୍ ସୁଝବାର୍ ଚିନ୍ତା ବି ଘାରୁଛେ । ତ ଏନ୍ତାଥି ଚାଷୀକଁର୍ ମୁଡଦୁଖା କେଭେ ନାଇଁ ସରୁଛେ । ସେଆଡେ ହୀରାକୁଦ ସାଙ୍ଗେ ମହାନଦୀର ଠେଲା ପାଏନ୍ ଲାଗି ବିସ୍ଥାପିତ୍ ବୁଡି ଅଞ୍ଚଲବାସୀକଁର୍ ବି ସମସ୍ୟା ପିଛା ନାଇଁ ଛାଡବାର୍ । ସେମାନେ ନିଜର ଭିଟାମାଟି, ଘରଦ୍ୱାର ଛାଡିକରି ଅଲଗା ଜାଗାନେ ଯାଇକରି ରହୁଛନ୍ । ହେଲେ ପାଖେ ଜମି ପଟ୍ଟା ନାଇଁ ଥିବାର୍ ଲାଗି ସେମାନେ ସରକାରୀ ନିୟମ୍ ଅନସାରେ ମଣ୍ଡିନେ ଧାନ୍ ବିକି ନାଇଁ ପାରବାର୍ । କାରନ୍ ଚାଷୀକାର୍ଡ କି ଟୋକନ୍ ନାଇଁ ଥିଲେ ଓଡ଼ିଶାନେ ଧାନ୍ ବିକି ନାଇଁ ପାରନ୍ । ବୁଡି ଅଞ୍ଚଲର ଚାଷୀ ମାନେ ଏନ୍ତାଥି ଦଲାଲ ମାନକୁଁ କମ୍ ଦାମରେ ବିକୁଥିବାର୍ ଅଭିଯୋଗ୍ କରୁଛନ୍ । ତ ଇ ଅଞ୍ଚଲର ଚାଷୀ ମାନକୁଁ ଧାନ୍ ବିକବାର୍ ଚିନ୍ତା ଘାରିଛେ । କେନେ ଟୋକନ୍ କେନେ କଟନିଛଟନି ତ ଫେର କେନେ ତ ଧାନ୍ ଏକା କେନ୍ତା ବିକବେ ସେ ଚିନ୍ତାନେ ପଡିଛନ୍ ଚାଷୀ ।