ଭାରତନେ ବ୍ରିଟେନ୍ ନୂଆଁ ଷ୍ଟ୍ରେନ୍‌

ବ୍ରିଟେନ୍‌ନୁ ଫିରିଥିବାର ୬ ଜନକଁର ଭିତରେ ମିଲଲା ନୂଆଁ ଷ୍ଟ୍ରେନ୍‌, ରଖାଗଲା ଆଇସୋଲେସନ୍‌ନେ

0

ବ୍ରିଟେନନେ ଦେଖାଦେଇଥିବାର ନୂଆଁ ଭୂତାଣୁ ଇହାଦେ ଭାରତନେ ଭିଲ୍ ଦେଖାଦେଇଛେ । ଗଲା କିଛି ଦିନ୍ ତଲେ ଭାରତକେ ବ୍ରିଟେନ୍‌ନୁ ଫିରିଥିବାର କେତେ ଜନ୍‌କଁର ଭିତରେ ଇ ଭୂତାଣୁ ଦେଖବାକେ ମିଲିଛେ । କରୋନାର ନୂଆଁ ଷ୍ଟ୍ରେନ୍‌କେ ନେଇକରି ଇହାଦେ ଦୁଶରା ଦେଶ ମାନକେ ଭିଲ୍ ଚିନ୍ତା ବଢବାରନେ ଲାଗିଛେ । ସେଆଡେ ବ୍ରିଟେନ୍‌ନୁ ଭାରତ ଆସିଥିବାର ୬ ଜନ୍‌କଁର ଭିତରେ କରୋନାର ଇ ନୂଆଁ ଷ୍ଟ୍ରେନ୍ ଦେଖବାକେ ମିଲିଛେ ।

ବେଙ୍ଗାଲୁରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ନ୍ୟୁରୋ ସାଇନ୍ସ ହସ୍ପିଟାଲନେ ପରୀକ୍ଷା ହେଇଥିବାର ନମୁନା ଭିତରୁ ୩ଟା ନମୁନାନେ ବ୍ରିଟେନ୍ ଭାରିଏଣ୍ଟ ଭୂତାଣୁ ରହିଛେ । ସେନ୍ତା ହାଇଦ୍ରାବାଦର ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକୁଲାର ବାୟୋଲୋଜିନେ ୨ଟା ଆରୁ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭିରୋଲୋଜିନେ ଗୁଟେ ନମୁନାନେ ବ୍ରିଟେନ ଭାରିଏଣ୍ଟ ଭୂତାଣୁ ରହିଛେ । ନୂଆଁ ଭୂତାଣୁ ସଂକ୍ରମିତ ହେଇଥିବାର ସମସ୍ତକୁଁ ହସ୍ପିଟାଲନେ ଭର୍ତ୍ତି କରାଯାଇଥିବାର ବେଲକେ ଆଇସୋଲେସନ୍‌ନେ ରଖାଯାଇଛେ ।

ଇମାନକଁର ସାଙ୍ଗେ ମିଶିଥିବାର ତାକଁର କୁଟୁମ୍‌ର ଲୁକକୁଁ କ୍ୱାରେଣ୍ଟାଇନ୍‌ନେ ରଖାଯାଇଥିବାର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଆଡୁ କୁହାଯାଇଛେ । ଭାରତକେ ଫିରିଥିବାର ସବୁ ଯାତ୍ରୀକଁର ଭିୀତରୁ ୧୧୪ ଜନ୍ କରୋନା ସଂକ୍ରମିତ୍ ଚିହ୍ନଟ୍ ହେଇଥିବାର ବେଲକେ ଇମାନକଁର ନମୁନା ସ୍ୱତନ୍ତ୍ର ପରୀକ୍ଷା ଲାଗି ପଠାଯାଇଛେ । ବ୍ରିଟେନ୍‌ନେ ଦେଖାଦେଇଥିବାର ଇ ଭୂତାଣୁ ସଂକ୍ରମଣ ଇହାଦେ ଭାରତ ସାଙ୍ଗେ ଦୁଶରା ଦେଶ୍ ଯେନ୍ତା ଅଷ୍ଟ୍ରେଲିଆ,ଫ୍ରାନ୍ସ, ଇଟାଲି, ସୁଇଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍ ଆର ସିଙ୍ଗାପୁରନେ ଭିଲ୍ ଦେଖାଦେଇଛେ । ଯେନଟାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍ ଲାଗି ଭିଲ୍ ଚିନ୍ତାର କାରଣ ବନିଛେ ।

Leave A Reply

Your email address will not be published.