ମାର୍ଚ ମାସର୍ ପହେଲା ହପ୍ତା ଚାଲିଛେ ବାକି ଖରାକେ ଦେଖିକରି ଲାଗୁଛେ ସତେ ଯେନ୍ତା କି ଇ ଟା ପୁରା ଖରା ମାସର୍ ମଝା ମଝି ସମିଆ । ପଶ୍ଚିମ୍ ଓଡିଶର୍ ସବୁ ସହର୍ ଖରାନେ ସିଝୁଛନ୍ । ଲାଗୁଛେ ସେନେ ସାଧା ଚାଉଲ୍ନୁବି ଲିଆ ଫୁଟ୍ବା । ଲୋକ୍ ମାନ୍କର ଅବସ୍ଥାତ କହେଲେ ନାଇଁ ସରେ ।
ବାକି ଇକଥା ତ ପହେଲା ଥରର୍ ଲାଗି ନାଇଁ ହେବାର୍ । ଗଲା କେତେ ବଛର୍ ହେଇଗଲା ଖରା ଏନ୍ତା ବଢି ବଢି ଚାଲିଛେ । ବାକି ଆମେ ଅସଲ୍ କଥାକେ ହେଜି ନାଇଁ ପାର୍ବାର୍ । ସବୁ ଆଡେ ରୋଡ୍ ରାସ୍ତା ତିଆର୍ ହେଇ ଚାଲ୍ଲା । ଯାହିଁ ଦେଖ ଖାଲି ନୂଆଁ ନୂଆଁ ଘର୍ । ଖାଲି କଞ୍ଚା ମାଏଟ୍ ଟିକେ ଆର୍ କାଇଚେ ଦିଶୁଛେ । କଲ୍-କାର୍ଖାନା ଗଦା ବଦା, ଗାଡି ମଟର୍ ଗଦା ଗଦା । ସେନୁ କେତେ କୁହୁଲା ବାହାରୁଛେ ଯେ ତାର୍ ହିସାବ୍ ନାଇଁ । ଇ ସବୁ ଲାଗି କେତେ କେତେ ଗଛ୍ କଟା ହେଉଛେ ଯେ ତାର୍ ହିସାବ୍ ନାଇଁ । ବଏଲେ ଖରା ବଢ୍ବା କି ନାଇଁ ?
ଆମେ ସଭେ ଜାନିଛୁଁ ଯେ ଖରା କାଏଁଥିର୍ ଲାଗି ବଢୁଛେ । ଇକଥାବି ଆମକେ ଅଜନା ନୁହେ ଯେ କେନ୍ତା କାଣା କଲେ ସେନୁ ତ୍ରାହି ମିଲ୍ବା । ବାକି ଇ ବଢି ଚାଲିଥିବାର୍ ଖରାର୍ ପ୍ରକୋପ୍ ଏକା ବତଉଛେ ଯେ ଆମେ କେନ୍ ହିସାବେ ଆଗ୍କେ ବଢୁଛୁଁ !