ଓଡ଼ିଶାକେ ସମ୍ବଲପୁରୀ କପଟା ଦେଶ ବାହାରେ ଦେଇଛେ ପରିଚୟ । ସମ୍ବଲପୁରୀ କପଟାର ଚାହିଦା ସବୁନେ ରହିଛେ । ପହେଲାନୁ ରାଏଜ ଭିତରେ ଲୁ୍କି କରି ରହିଥିବାର ଇ କଲା ଆଏଝ ଦେଶ ବିଦେଶନେ ନାଁ କମେଇପାରିଛେ । ଇ ସମ୍ବଲପୁରୀ ଶାଢୀର ପ୍ରେମନେ ଖୋବଟେ ସେଲିବ୍ରିଟୀ ଭିଲ ପଡିଛନ୍, ଟଲିଉଡନୁ ନେଇକରି ବଲିଉଡ ଅଭିନେତା ଅଭିନେତ୍ରୀ ଆର ଖୋବଟେ ପୁରଖା ଲୋକକଁର ପହେଲା ପସନ୍ଦ ବନିପାରିଛେ ଇ ସମ୍ବଲପୁରୀ କପଟା । ଐଶ୍ୱର୍ଯ୍ୟା ରାୟ ନିଜର ବିହାନେ ସୋନପୁରୀ ପାଟ ଶାଢୀ ପିନ୍ଧିକରି ଚର୍ଚ୍ଚାନେ ରହିଥିଲେ । ଯେନଥିରେ କି ସୁନାର ସୁକ୍ଷ୍ମ କାରିଗରି ରହିଥିଲା ଆର ଇ ସବୁ ବୁଣାକାର ନିଜର ହାତେ ପ୍ରସ୍ତୁତ କରିଥିଲେ । ହେନ୍ତା ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ପିନ୍ଧିଥିବାର ସମ୍ବଲପୁରୀ ଶାଢୀନେ ମ୍ୟାଥମେଟିକ୍ସର ଇକ୍ୟୁଏସନ୍ ଦେଖବାକେ ମିଲିଥିଲା । ଯେନଟାକି ବୁଣାକାରକଁର କଲାର ଯାଦୁ ଆର ତାକଁର ମେହନତକେ ଦର୍ଶେଇଥିଲା । ଭୁଲିଆ ଜାଏତର ଲୁକେ ଇ ହସ୍ତତନ୍ତ ଉପରେ ସିଦ୍ଧହସ୍ତ । କୁହାଯାଇସି କି ଇ ଭୁଲିଆ ଜାଏତ କାଶ୍ମୀରର ମୂଲ ବାସିନ୍ଦା ଆନ୍, ଯେନମାନକୁ ତାକଁର ହସ୍ତତନ୍ତ କାରିଗରି ଲାଗି କେନ୍ ଗୁଟେ ରଜା ଡକେଇଥିଲେ । ଆର ଇମାନେ ଆସଲା ବାଟେ ନିଜର ଜାଗା ଯିବାର ରାସ୍ତା ଭୁଲି ଯାଇଥିଲେ , ଯେନଥିର ଲାଗି ଇ ମାନକୁଁ ଭୁଲିଆ କୁହାଯାଏସି ।
ଇଟା ତ ଲୋକକଥା ରହିଛେ ଭୁଲିଆ ସମ୍ପ୍ରଦାୟକୁଁ ନେଇକରି । ତେଭେ ସମ୍ବଲପୁରୀ କପଟା ବୁନବାରନେ ଇ ଭୁଲିଆ ବୁନାକାରକଁର ମେହନତ ରହିଛେ । ସମ୍ବଲପୁରୀ ଶାଢୀ କେନସି ମେସିନ୍ନେ ତିଆର ହେଇକରି ନାଇଁ ବାହାରେ ଇତାକେ ନିଜରେ ହାତେ ବୁନିକରି ପ୍ରସ୍ତୁତ କରିଥିସନ ବୁନାକାର । ଗୁଟେ ଗୁଟେ ଶାଢୀ ତିଆର କରବାର ଲାଗି ୨ ମାସ ଲାଗୁଥିବାର ବେଲକେ ଆର କିଛି ଶାଢୀ ୬ ମାସରୁ ବଛରେ ଭିଲ ସମିୟା ଲାଗିଥିସି । ସୋନପୁର, ବରଗଡ଼ର ବରପାଲି, ସମ୍ବଲପୁର ଆର ବୌଦ୍ଧ ଜିଲ୍ଲା ଇତାର ସମ୍ବଲପୁରୀ ଶାଢୀ ଲାଗି ଖ୍ୟାତି ଅର୍ଜନ କରିପାରିଛେ । ଇ କାମନେ ଖୋବଟେ ସମିୟା ଲାଗୁଥିବାର ବେଲେ ଗୁଟେ ଗୁଟେ କୁଟୁମର ସଭେଁ କାମେ ଲାଗିଥିସନ୍ । ସୂତା ବାହାର କରବାରନୁ ନେଇ କରି ରଙ୍ଗ ଦିଆ ଶୁଖା, ଡିଜାଇନ ବନା ସବୁ କାମଥି ଘର ଲୋକ ହି ଲାଗିଥିସନ୍ । ସୋନପୁରୀ ବାନ୍ଧ ହେଉ କି ବରପାଲି ବାପ୍ତା ଶାଢୀ ସବୁର ଚାହିଦା ଦୁଶରା ଦୁଶରା ଆଏ ।
ସମ୍ବଲପୁରୀ କଟନ ଶାଢୀ ଆର ପାଟ ଶାଢୀର ଚାହିଦା ଜହଁ ରହିଛେ । କଟନ ଶାଢୀର ଦାମ୍ ହଜାରେ ଦୁଇ ହଜାରନୁ ମୂଲ ହେଇକରି ୨୬ରୁ ୫୦ ହଜାର ଟଙ୍କା ଉପର ତକ୍ ରହିଥିବାର ବେଲେ ସିଲ୍କ ବା ପାଟ ଶାଢୀ ମାନକଁର ଦାମ ୫ ହଜାରନୁ ନେଇ କରି ଲକ୍ଷେ ଉପରକେ ରହିଛେ । ପହେଲାନୁ ସମ୍ବଲପୁରୀ ଶାଢୀର ପ୍ରଚାର ପ୍ରସାର ଏତକି ନାଇଁଥାଇ, ୧୯୮୦ରୁ ୧୯୯୦ ବାଦ୍ ସମ୍ବଲପୁରୀ ଶାଢୀ ଲୋକପ୍ରିୟତା ହାସିଲ କରବାକେ ଲାଗଲା । ପହେଲାର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସମ୍ବଲପୁରୀ ଶାଢୀ ପସନ୍ଦ କରବାର ସାଙ୍ଗେ ନିଜେ ବି ପିନ୍ଧୁଥିଲେ , ଯାହାକେ ଦେଖିକରି ଦୁଶରା ମାନେ ଭିଲ ଇତାର ଆଦରନେ ପଡଲେ । ବାନ୍ଧ ଶଢୀ ବା ସମ୍ବଲପୁରୀ ଶାଢୀକେ ବିଶ୍ୱ ଦରବାରନେ ପୁହୁଞ୍ଚାବରଥି ବହୁତ ପୁରଖା ବୁଣାକାରକଁର ହାତ ରହିଛେ ।
ବୁଣାକାର ଶ୍ରୀ ରାଧେଶ୍ୟାମ ମେହେରକଁରନୁ ନେଇକରି ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ପଦ୍ମଶ୍ରୀ କୂଂଜବିହାରୀ ମେହେର, ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟକଁର ନାଁ ରହିଛେ ଇଥରେ । ଶାଢୀ ମାନକେ ଆଂଚଳିକ କଲା ସଂସ୍କୃତିର ଝଲକ ଦେଖବାକେ ମିଲିଥିସି । ସମ୍ବଲପୁରୀ ଶାଢୀର ଆରଗୁଟେ ଖାସିୟତ ହେଲା ଇଥରେ କେନସି କେମିକାଲ ରଙ୍ଗ ବେବହାର ନାଇଁ କରାଯାଏ, ବରଂ ପ୍ରକୃତିନୁ ବାହାରୁ ଥିବାର ଫଲ, ଫୁଲକେ ବେହାର କରି କିନା ରଙ୍ଗ ତିଆର କରାଯାଏସି । ସମ୍ବଲପୁରୀ ଶାଢୀ ଭିତରେ ବାନ୍ଧ ଶାଢୀର ଚାହିଦା ଜହଁ ରହିଛେ । ବାନ୍ଧ ଶାଢୀ ପ୍ରସ୍ତୁତ କରବାର ଲାଗି ସମିୟା ଭିଲ ଖୋବଟେ ରହିଛେ । ଆଝିକାଲି ଆହୁରି ସୁନ୍ଦର ସୁନ୍ଦର ଡିଜାଇନ୍ର କପଡା ସବୁ ବଜାରକେ ଆଏଲାନ । ବୁଣାକାର ଲୋକଙ୍କର ପସନ୍ଦକେ ଦେଖିକିନା କିଛି ହଟକେ କରବାକେ ଚେରେଷ୍ଟା କରୁଛନ୍ । ସମ୍ବଲପୁରୀ ଶାଢୀନେ ପୁରାଣର କଥା ବସ୍ତୁ, ସାମାଜିକ କଥାବସ୍ତୁ ଆଦିକେ ନେଇକିନା ଭିଲ ଡିଜାଇନ୍ ପ୍ରସ୍ତୁତ କରାଯାଉଛେ । ଶାଢୀ ବୁନା ସହଜ କାମ ନୁହେଁ, ଇଥରେ ଲୁକକଁର ମେହନତ ଲାଗିଥିସି । ଇ ମେହନତ ଆର ଲଗନ୍ ବୁଣାକାରକୁଁ ଯୁଗେଇଛେ ରୁଜଗାର ଆର ଦେଇଛେ ସମ୍ମାନ ।