ଏନସିବି ହାତେ ଟେଲି ଅଭିନେତ୍ରୀ

ବଲିଉଡନେ ଡ୍ରଗ୍ସ ଲିଙ୍କ ବାଦ୍ ଟେଲି ଇଣ୍ଡଷ୍ଟ୍ରୀନେ ଭିଲ ଡ୍ରଗ୍ସ ଲିଙ୍କ ଭଟାକେ ଆସିଛେ । ଟେଲି ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଡ୍ରଗ୍ସ ଘିନୁଥିବାର ବେଲେ ଏନସିବି ହାତେ ଧରା ପଡିଛନ୍ । ଡ୍ରଗ୍ସ ଛଡା ଗଂଞ୍ଜେଇ ଭିଲ ତାଙ୍କର ପାଶୁ ଜବତ କରିଛେ ଏନସିବି ।ମାମଲାନେ ମୁମ୍ବାଇର ବର୍ସୋଭା ସହରର…

ଦିଲୀପ ରାୟଙ୍କୁ ୩ ବଛର ଜେଲ୍ ଦଣ୍ଡାଦେଷ

ପହେଲାର କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବଛର ଜେଲ ଦଣ୍ଡାଦେଶ ଶୁନେଇଛନ୍ । ଆର ଇତାର ସାଙ୍ଗେ ୧୦ ଲାଖ୍ ଟଙ୍କାର ଜରିମାନା କରିଛନ୍ । କୁଇଲା ବ୍ଲକ୍ ଆବଂଟନନେ ଅନିୟମିତତା ଆର ଦୁର୍ନୀତି ମାମଲାନେ ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁନେଇଛନ୍ । ଇ ମାମଲାନେ ଦୁଷୀ ସାବ୍ୟସ୍ତ୍ୟ…

ୱାର୍ଲ୍ଡ ରେକର୍ଡ କଲେ ହୀରା କାରିଗର

ହାଇଦ୍ରାବାଦ ନେ ଥିବାର ଚନ୍ଦୁ ଭାଇ ହୀରା ଦୁକାନର କୋଟି ସ୍ରିକାନ୍ତ ନାଁର ଝନେ ହୀରା କାରିଗର ୱାର୍ଲ୍ଡ ରେକର୍ଡ କରିଛନ୍ । ୭୮୦୧ଟା ହୀରା ଖଂଜା ହେଇଥିବାର ଗୁଟେ ମୁଦି ତିଆର କରି ଗିନିଜ୍ ବୁକ୍ ଥି ନାଁ କରିଛନ୍ । ମୁଦି କେ ସେ ‘ଦ ଡିଭାଇନ ୭୮୦୧ ବ୍ରହ୍ମ ବଜ୍ର କମଲମ୍ ’ ନାଁଥି ନାମକରଣ କରିଛନ୍…

ନେହାଙ୍କର ହାତ ଧରଲେ ରୋହନ୍‌

ରୋହନ ପ୍ରୀତ୍ ଙ୍କ ର ସା୍‌ଙ୍ଗେ ସାତ୍‌ଫେରା ନେଲେ କଣ୍ଟଶିଳ୍ପୀ ନେହା କକ୍କର୍ । ନେହା କକ୍କରଙ୍କର ମେରେଜ୍ ଆର ଲଭ୍ ଆଫେୟାରକେ ନେଇ କରି କେତନିଟେ ଗୁଜବ ଚାଲିଥିଲା । ଇ ସବୁ କଥାନେ ଇହାଛିନ୍ ପୂର୍ଣ୍ଣଛେଦ ପକେଇକରି ଦିଲ୍ଲୀର ଗୁଟେ ଗୁରୁଦ୍ୱାରନେ ନେହାଙ୍କର ହାତ ଧରିଛନ ପଞାବୀ ସିଙ୍ଗର ଆର୍…

ବୟସ ଯେନଠାନେ ହାର ମାନିଛେ…

ତାଙ୍କର ଲାଗି ବୟସ ଖାଲି ଗୁଟେ ନମ୍ବର । କାମକେ ପହେଲା ପ୍ରାଥମିକତା ଦେଇଥିସନ ସେ । ସମାଜ ଆର ଲୋକଙ୍କର ସେବାନେ ନିଜକୁ ଲଗେଇଛନ୍ । ୭୦ ବଛରଥି ଭିଲ ସେ ଥକି ନାଇଁ ଯାଇ କି ହାର ନାଇଁ ମାନି । କଟକ ଆଠଗଡ଼ ରଘୁନାଥପୁରର ପଦ୍ମନାଭ ସାମଲ । । ବିଏସଏନଏଲ ଅଫିସର ଝନେ ରିର୍ଟାଡ୍ ଅଫିସର । ପଦ୍ମନାଭ…

କଡାକଡି ଭାବେ ଗାଇଡଲାଇନ ଭିତରେ ହେଉଛେ ପୂଜା

ଇହାଦେ ପୁଜା ପାର୍ବଣ ଋତୁ ଚାଲି ଥିବାର ବେଲେ କରୋନା ସଂକ୍ରମଣ କେ ନେଇ କରି ବିଶେଷଜ୍ଞ ମାନେ ଇ ସମିୟା ନେ କରୋନା ର ପ୍ରକୋପ ବଢବାର ଆଶଂକା ରହିଛେ ବୋଲି କହିଛନ । ସେମାଙ୍କର କହେବାର ଅନୁସାରେ ଜେନତା ୟୁରୋପ ଆର୍ ଓନମ ଉତାରୁ କେରଳ ନେ କରୋନା ତାର କାୟା ବଢେଇ ଚାଲିଛେ ସେନତା ଓଡିଶା ନେ ବି…

ପୀଠେ ମହାଷ୍ଟମୀ, ମଣ୍ଡପନେ ମହାସପ୍ତମୀ

  ପାର୍ବଣର ଋତୁ ମୂଲ ହେଇଥିବାର ବେଲେ ଧରାପୃଷ୍ଠନେ ମାଁ ଅବତରିଛନ୍ । ନବରାତ୍ରି ପୂଜା ଚାଲିଥିବାର ବେଲେ ଗଲା କାଲି ମଣ୍ଡପନେ ମାଁ ଦୁର୍ଗାଙ୍କର ଷଷ୍ଠୀ ପୂଜା ମୂଲ ହେଇଛେ । ଆଝି ମାଁଙ୍କର ମହାସପ୍ତମୀ ପୂଜା ଚାଲିଛେ । ଇ ବଛର କରୋନା କଟକଣାଥି ମାଁ ଦୁର୍ଗାଙ୍କର ଆରାଧନା କରାଯାଉଛେ । ବିନା…

କିଙ୍ଗ୍ ଖାନ୍ କରୁଛନ୍ ନୁଆ ମୁଭି ପଠାନ୍ ର ତୟାରି 

ଗଲା ୨ ବରଷ  ପରେ ଶାହ୍‌ରୁଖ୍ କରୁଛନ ବେକ୍ । ତାଙ୍କର ନୁଆ ମୁଭି ପଠାନ୍‌ର ସୁଟିଙ୍ଗ୍ ଲାଗି ତୈୟାରି ଆରମ୍ଭ କଲେ ନ କିଙ୍ଗ୍ ଖାନ୍ । ଫିଲ୍ମ ନେ ତାଙ୍କର୍ ସାଙ୍ଗେ ନଜର ଆସବେ ବଲିଉଡ୍ କୁଇନ ଦୀପିକା ପାଦୁକନ୍ ଆର୍ ଜନ୍ ଆବ୍ରାହମ । ଜାନୁାଆରୀ ନୁ ସୁଟିଙ୍ଗ୍ ଆରମ୍ଭ କରବେ ଦୀପିକା ଆଉ ଜନ୍ ।…

ସୁଶୀଲ ମୋଦିଙ୍କୁ କରୋନା

ବିହାର ନିର୍ବାଚନ ପ୍ରଚାର ସମିୟାନେ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସ୍ୱାବ ନମୂନା ରିପୋର୍ଟ ପଜିଟିଭ୍ ଆସିଥିବାର ନେଇକରି ଝନେଇଛନ୍ ସୁଶୀଲ । ଇ ନେଇକରି ଟ୍ୱିଟ୍ କରି ଝନେଇଛନ୍ ନିଜେ । ସେ ଲେଖିଛନ୍ ଯେ, କରୋନା ରିପୋର୍ଟ ପଜିଟିଭ୍ ଆସିଛେ । ଦୁଇ ଦିନ…

୪ ଜିଲ୍ଲାକେ ରେଡ ୱାର୍ଣ୍ଣିଂ

ବଙ୍ଗୋପସାଗରନେ ଉଠିଥିବାର ଲଘୁଚାପ ଡିପ୍ରେସନନେ ପରିଣତ ହେଇସାରିଛେ । ଆର ଇହାଦେ ପାରାଦୀପନୁ ୧୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗକେ ୧୮୦ କିଲୋମିଟର ଆର ପଶ୍ଚିମବଙ୍ଗର ସାଗର ଆଇସଲ୍ୟାଣ୍ଡଠାନୁ ୩୫୦ କିଲୋମିଟର, ବାଙ୍ଗାଲାଦେଶ ଖେପୁଆପାରାଠାନୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକେ…