କୁଶଲୀ ସଂସ୍କୃତି ଆର ପରମ୍ପରାର କେନ୍ଦ୍ର ସ୍ଥଲ ହେଉଛେ ବଲାଙ୍ଗିର ସହର । ଇ ସହର ଖୋବଟେ ଜୁହ୍ନା ଆର ଇତିହାସ ପୃଷ୍ଠାନେ ନିଜର ଗୁଟେ ଦୁଶରା ଛାପ ଛାଡିଯାଇଛେ । ଓଡ଼ିଶା ମାନଚିତ୍ରନେ ବଲାଙ୍ଗିରର ଜାଗା ଦୁଶରା ଆଏ । ଇହାଦେର ବଲାଙ୍ଗିର ସହର ଖୋବଟେ ଆଗକେ ଗଲାନ, ଇତାର ରୋଡ ରାସ୍ତା ଆଉ ଆଘରର ଲେଖେନ୍ ନାଇଁନ । ଆଧୁନିକ ଯୁଗ ସାଙ୍ଗେ ତାଲ ମିଲେଇ କରି ଆଗକେ ବଢି ବଢି ଚାଲିଛେ ଇ ସହର ଆର ଇଠାନର ଲୋକ ଭିଲ ନୂଆ ନୂଆ କଥାକେ ଆପଣାବାର ସାଙ୍ଗେ ଆଗକେ ବଢିପାରିଛନ୍ । ହେଲେ ଇ ସବୁ ଭିତରେ ଆଏଝ ଭିଲ୍ ହଜି ନାଇଁ ଯାଇ ଇ ମାଏଟର ମହାନ ପରମ୍ପରା କି ମିଶି ନାଇଁଯାଇ ଇତାର ଐତିହ କିତ୍ତିରାଜୀ । ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠା ଉଲଟାଲେ ଆଏଝ ଭିଲ ନିଜର ଗାଥା କହୁଛନ୍ ଇସବୁ । ଇ ମହାନ୍ ମାଏଟନେ ଜନମ ହେଇଛନ୍ ଖୋବଟେ ବୀର ଯୋଦ୍ଧା ଆର ପ୍ରଜାବତ୍ସଲ ରଜା । ଆଏବାର ପିଢୀ ଲାଗି ନିଜର ଛାପ ଛାଡିଯାିଥିବାର ଇ ମହାନ୍ ବୀରକଁର ବିଜୟ କଥା ଆଏଝ ଭିଲ ରହିଛେ । ବଳରାମଗଡ଼ନୁ ସହରର ନାଁ ବଲାଙ୍ଗିର ପଡିଥିଲା । ଷୋଡଶ ଶତାବ୍ଦୀନେ ଇଠାନେ ପାଟଣା ରାଜ୍ୟର ରଜା ବଳରାମ ଦେଓ ନୂଆ ଦୁର୍ଗ ତିଆର କରିଥିଲେ । ରାଜା ବଳରାମ ଦେଓକଁର ନାଁ ହିସାବେ ପହେଲା ବଳରାମଗଡ଼ ଆର ପଛେ ବଲାଙ୍ଗୀର ପଡିଥିଲା ସହରର ନାଁ ଯେନଟାକି ଇହାଦେ ଭିଲ ରହିଛେ । ଇହାଦେର ବଲାଙ୍ଗିର ସହର ସେତେବେଲର ପାଟଣା ରାଏଜ ।
ଇହାଦେ ଭିଲ୍ ବଲାଙ୍ଗିରନେ ସଗର୍ବେ ଠିଆ ହେଇଛେ ସେ ମହାନ୍ ଇତିହାସର ମୁକସାଖୀ ଶୈଳଶ୍ରୀ ପ୍ୟାଲେସ୍ । ଇ ରାଜ ଦରବାର ଖୋବଟେ ଜୁହ୍ନା ଇତିହାସ ଆର ଗୌରବମୟ ଦିନର ସାଖୀ । ରାଜା ରାଜେନ୍ଦ୍ର ସିଂଦେଓ ଦିନେ ଇଠାନେ ଗୁଟେ ସୁନ୍ଦର ଓଡ଼ିଶା ରାଏଜର ପରିକଳ୍ପନା କରିଥିଲେ । ସେ ମୁଖ୍ୟମନ୍ତ୍ରୀ ପଦଥି ରହିଥିବାର ବେଲେ ଇ ରାଏଜର ଶାସନ ଭାର ସମ୍ଭାଲିଥିଲେ ଦିନେ । ଡେଙ୍ଗା ଡେଙ୍ଗା ଶାଗୁଆନ୍ ଗଛ୍ ସାଙ୍ଗେ ପ୍ରାକୃତିକ ପରିବେଶ ଭିତରେ ଠିଆ ହେଇଛେ ଶ୍ରେଳଶ୍ରୀ ରାଜମହଲ, ଯେନଟାକି ପହେଲାନୁ ବାଦଲ ମହଲ ନାଁନେ ପରିଚିତି ପାଇଥିଲା । ବଲାଙ୍ଗିରନେ ସେତେବେଲେ ରାଜମହଲନୁ ବଡ କୁଠା କେନସିଟା ନାଇଁ ଥାଇ, ଆର ଇ ମହଲ ଏତେ ବଡଥିଲା ଯେ ଆକାଶର ବାଦଲକେ ଛିଇଁଲା ମେତାର ଦିଶୁଥିଲା । ଯେନଥିର ଲାଗି ପହେଲାନୁ ରାଜପ୍ରାସଦର ନାଁ ବାଦଲ ମହଲ ହିସାବେ ଲୋକ ଝାନିଥିଲେ । ପହେଲାର ରାଜା ସାହେବ ପୃଥ୍ୱୀରାଜ ସିଂହଦେଓ ଇ ରାଜମହଲ ତିଆର କରିଥିଲେ । ରାଜପ୍ରାସାଦର ଆର୍କିଟେକ୍ଚର ଶୈଳି ଅତ୍ୟନ୍ତ ସୁନ୍ଦର କଳାକୃତିରେ ପରିପୂର୍ଣ୍ଣ । କଳାକାର ମାନକଁର ନିଖୁଣ କାମ ବାରି ହେଇପଡୁଛେ ଇଥରୁ, ଯେନଟାକି ଆପଣ ନିଜର ଆଖିନେ ନାଇଁ ଦେଖଲେ ବିଶ୍ୱାସ ବି ନାଇଁ କରିପାରନ । ରାଜମହଲର ଉପର ଭାଗ ରାଜସ୍ଥାନୀ ଡିଜାଇନନେ ତିଆର କରାଯାଇଥିଲା । ରାଜବାଟୀ ଭିତରକେ ଗଲେ ରହିଛେ ବଡଟେ ପାଟ ଅଗଣା ବା ଦୁଆର ।
ଇତାର ଭିତରେ ରହିଛେ ଗୁଟେ ସୁନ୍ଦର ମଣ୍ଡପ ଯାହାକେ ବାରାଦରି କୁହାଯାଇସି । ରାଜପରିବାରର ଇ ପାରମ୍ପରିକ ମଣ୍ଡପନେ ସବୁ ରାଜକୀୟ କାମନୁ ନେଇକରି ବିହାବରପନ୍, ଆର ଦୁଶରା ମାଙ୍ଗଳିକ କାମ ସବୁ କରାଯାଇଥିସି । ଛାତ ଉପରକେ ଯିବାର ଲାଗି ସୁନ୍ଦର କାଠର ପାହାଚ ସବୁ ରହିଛେ । ଉପରେ ଥିବାର ଗମ୍ବୁଜାକାର ବାଲକୋନୀ ଦେଖଲେ ରାଜସ୍ଥାନର କଳା ସ୍ଥାପତ୍ୟର ଝଲକ ଦେଖବାକେ ମିଲୁଛେ । ରାଜ ପ୍ରାସାଦ ଭିତରକେ ଗଲେ ଦେଖବାକେ ପାଏବେ ସୁନ୍ଦର ବୈଠକଖାନା, ଯେନଠାନେ ରହିଛେ ଖୋବଟେ ଜୁହ୍ନା ଫଟୋଚିତ୍ର ଆର ତୈଳଚିତ୍ର । ପାଟଣା ରାଜ୍ୟର ପୁରଖା ରଜା ଆର ରାଣୀକଁର ମୂଲ୍ୟବାନ ଫଟୋ ସବୁ ଇଠାନେ ସଂଗ୍ରୁହିତ ହେଇକିନା ରହିଥିବାର ବେଲକେ ଇସବୁ ଦେଖଲେ ସେ ମହାନ ଇତିହାସର ଗାଥା ସବୁ ଗୁଟ ଗୁଟ ହେଇ ମନେପଡିଯିବା । ରଜାରଜୁଡା ଅମଲନେ ଇଠାନର ରଜାମାନେ ବେବହାର କରୁଥିବାର ସୋଫା, ଟେବୁଲ, ଚେୟାର ସବୁ କିଛି ସେନ୍ତି ସାଇତା ହେଇକରି ରହିଛେ ଆଏଝ ଭିଲ୍ । ଆର ଇ ସବୁ ଦେଖଲେ ଶହେ ବଛର ତଲର ମହାନ୍ ପରମ୍ପରାକେ ପାଇପାରବେ ପାଶେ ।
ପ୍ୟାଲେସ ଭିତରେ ଛୋଟ ବଡ କରି କିନା ରହିଛେ ମୋଟ୍ ୧୬ଟା କୁଠରୀ । ରଜା ପରିବାରର ସଦସ୍ୟ ଇହାଦେ ଇ ସବୁକେ ବେବହାର କରୁଛନ୍ । ରାଜ ପରିବାରର ଅନଙ୍ଗ ଉଦୟ ସିଂଦେଓ ଆର କନକ ବର୍ଦ୍ଧନ ସିଂଦେଓ ନିଜର କୁଟୁମ୍ ସାଙ୍ଗେ ଇଠାନେ ବସବାସ କରୁଛନ୍ । ରାଜ ପ୍ରାସାଦକେ ଲାଗି ରହିଛେ ମହାଦେବଙ୍କର ଗୁଟେ ସୁନ୍ଦର ମନ୍ଦିର । ଆର ଇତାର ଦୁହି ତରାନେ ରହିଛେ ଦୁଇଟା ସୁନ୍ଦର ସୁନ୍ଦର ବନ୍ଧ । ଇତାର ପରିକଳ୍ପନା କରିଥିଲେ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓକଁର ପତ୍ନୀ । ଯେନଟାକି ପରେ ବାସ୍ତବିକ ରୂପ ନେଇଥିଲା ଆର ଇତାର ତିଆର କରାଯାଇଥିଲା । ଇ ବନ୍ଧନେ ବୋଟିଂର ମଜା ଭିଲ ନେଉଥିଲେ ରଜା ପୁଅ ଝିଅ । ରାଜ ପରିବାରରେ ଖୋବଟେ ଯାନି ଯତରା ପରବ ପରର୍ବାଣୀ ମନାଯାଉଥିଲେ ଭିଲ ନୂଆଖାଇ ବଡା ଧୁମଧାମନେ ହେଇଥିସି । ଆର ରଜା ଘରର ନୂଆଁଖାଇ ସବୁନୁ ନିଆରା ହେଇଥିସି । ରାଜପରିବାରର ସଦସ୍ୟ ଇହାଦେ ଭିଲ୍ ଗୁଟେନ ମିଶି କରି ନୂଆଖାଏବାର ପରମ୍ପରାକେ ବଜାୟ ରଖିଛନ୍ । ଯୌଥ ପରିବାରର ଏକତା ଭାବର ଗୁଟେ ଉଦାହରନ ତିଆର କରିପାରିଛନ୍ ବଲାଙ୍ଗିର ରାଜପରିବାରର ସଦସ୍ୟ । ଐତିହ, ସଂସ୍କୃତି ଆର ପଶ୍ଚିମ ଓଡ଼ିଶାର ପରମ୍ପରାର ଚେହେରା ହେଇକରି ସଗର୍ବେ ଠିଆ କରି ରହିଥିବାର ଶୈଲଶ୍ରୀ ପ୍ୟାଲେସ୍ ବଲାଙ୍ଗୀରର ଗର୍ବ ଆର ଗୌରବ ।