ଆମେରିକାନେ ଟିକାକରଣ ମୁଲ୍ ଭାରତନେ ଜାନୁଆରୀ ମାସୁ ଟିକାକଣ କରାଯିବାର ନେଇକରି କରାଯାଉଛେ ଚେଷ୍ଟା ଦିହିପାହାଦେଶ୍-ବିଦେଶ୍ By Vandana Mishra On Dec 14, 2020 0 Share ପୁରା ଦୁନିଆଁନେ ଇହାଦେ ଭିଲ୍ କରୋନା ବେମାର ଲାଗି ଚିନ୍ତା ରହିଛେ । ଗଲା ବରଷ୍ ଚୀନ୍ର ଉହାନ୍ ସହରନୁ ବାହରିଥିବାର କରୋନା ପଛେ ପଛେ ସବୁ ଦେଶନେ ଭିଲ୍ ଦେଖାଦେଇଥିଲା । ଯେନଟାକି ପୁରା ଦୁନିଆ ଲାଗି ମୁଡଦୁଖା ବନିଛେ । କରୋନା ବେମାରନେ ୭ କୋଟି ୨୨ ଲାଖ୍ନୁ ଅଏତକା ଲୁକକୁଁ ହେଇଥିବାର ବେଲକେ ପ୍ରାୟ୍ ସାଢେ ୬୧ ଲାଖ୍କଁର ଜୀବନ୍ ନେଇଛେ । କରୋନା ଟିକା ଲାଗି ଭିନ୍ ଭିନ୍ ଦେଶର ବୈଜ୍ଞାନିକ୍, ଡାକ୍ତର ମାନେ ଲାଗିଥିବାର ବେଲକେ କେତେଟା ଟିକା ବାହାର କରାଯାଇଛେ । ଇତାର ଭିତରୁ କିଛି ଦେଶନେ କରୋନା ଟିକାକରଣ ଭିଲ୍ ମୁଲ କରାଦିଆଗଲାନ୍ । ପହେଲା ବ୍ରିଟେନ୍ନେ ଟିକାକରଣ ମୁଲ ହେଲା ପରେ ଇହାଦେ ଦୁଶରା କିଛି ଦେଶ୍ ସାଙ୍ଗେ ଆମେରିକାନେ ଭିଲ୍ ମୁଲ୍ ହେଇଯାଇଛେ । ଡିସେମ୍ବର ୧୪ ତାରିଖନୁ ମାନେ ଆଏଜନୁ ଇଠାନେ ଟିକାକରଣ କରାଯିବାନେଇକରି ଜନାପଡିଛେ । ଫାଇଜର କମ୍ପାନୀ ଆଡୁ ଟିକାକଣ ଲାଗି ଅନୁମତି ମିଲିଛେ । ସେଆଡେ ଭାରତନେ ଭିଲ୍ ଜଲଦି ଟିକାକରଣ କରାଯିବାର ନେଇକରି ଚେଷ୍ଟା ଚାଲିଛେ । ଆଏବାର ଜାନୁଆରୀନୁ ଭାରତନେ ଟିକାକରଣ କାମ୍ ମୁଲ୍ କରାଯିବାର ନେଇକରି କୁହାଯାଉଛେ । ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଇହାଦେ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକା ବନାବାର କାମ୍ ଚଲେଇଛନ୍ । ଇ ମାସ୍ ଶେଷ୍ ତକ୍ ଟିକା ବେଭହାର ଲାଗି ସରକାର ଅନୁମତି ଦେଇପାରନ୍ ବଲି ଆଶ୍ କରାଯାଉଛେ । ଜାନୁଆରୀନୁ ଦେଶେ ଟିକାକଣ ମୁଲ ହେଲେ ଅକ୍ଟୋବର ୨୦୨୧ ତକ୍ ଇ ପ୍ରକ୍ରିୟା ଶେଷ ହେବାର ନେଇକରି ଲକ୍ଷ୍ୟ ରଖାଯାଇଛେ । ସୂଚନା ହିସାବେ କୋଭିଡ୍ ଟିକାର ଜରୁରୀ ବେଭହାର ଲାଗି ଅନୁମତି ଦେବାର ଲାଗି ସିରମ୍ ଇନଷ୍ଟିଚ୍ୟୁଟ୍ ଆରୁ ଭାରତ ବାୟୋଟେକ୍ ସରକାରକଁର ଅନୁମୋଦନ୍ ମାଗିଛନ୍ । AMERICACORONA VACCINEcorona virusindiapfizerpfizer vaccine in america 0 Share