କରୋନା କାଲ ମନ୍ଦିର, ମସଜିଦ୍, ଚର୍ଚ୍ଚ ସବୁ ବନ୍ଦ୍ ଥିଲା । ଖାଲି ଖୁଲା ଥିଲା ହସପିଟାଲ । ଆର୍ ହସପିଟାଲନେ ଡାକ୍ତର, ନର୍ସ ଅଲଗା ସ୍ୱାସ୍ଥ୍ୟକର୍ମୀ ଭଗବାନ୍ ପାଲଟିଥିଲେ । କରୋନାକେ ହରାବାର ଲାଗି ଦିନ ରାତି ପରିଶ୍ରମ୍ କଲେ । ନିଜର ଜୀବନ୍ କେ ନାଇଁ ଦେଖିକରି ସେମାନେ ଲଢିଥିଲେ କରୋନା ଯୁଦ୍ଧ । ହେତେ ହେତେ ଲୁକକଁର୍ ଜୀବନ୍ ବଞ୍ଚାବାରକେ ଯାଇ କେତେ ଝନ୍ ନିଜର ବି ଜୀବନ୍ ଦେଲେ । ହେଲେ ବି ଖାତିର ନାଇଁ । ଶତାଦ୍ଦୀର ସବୁନୁ ବଡ ସଙ୍କଟ୍ ସାଙ୍ଗେ ଲଢଲା ମୁନୁଷ୍ ଜାତି । ଗୁଟେ ଆଡେ ଯାଉଥାଏ ଜୀବନ୍, ଆର ଗୁଟେ ଆଡେ ଅଟକିଯାଇଥାଏ ଜୀବକା । ରାଏଜନେ ଆଗୁଆ ଜାରି ହେଲା, ଲକଡାଉନ୍, ସଟଡାଉନ୍ । ମାସେ ଭିତରେ କୋଭିଡ ଲାଗି ହେଇଗଲା ୪୦ ଉପରେ ସ୍ୱତନ୍ତ୍ର ହସପିଟାଲ । ବାହାରୁ ଆସଲା ମାସ୍କ, ପିପିଇ ଆର୍ ଟେଷ୍ଟିଂ କିଟ୍ । ଲକଡାଉନ୍ ଲାଗି ବାହାରେ ଗୁଲଗୁଲା ହେଉଥିବାର୍ ବେଲକେ ବାହାରକେ କାମ୍ କରିଯାଇଥିବାର ପ୍ରବାସୀ ଓଡ଼ିଆକୁଁ ଫିରେଇ ଆନଲେ ରାଜ୍ୟ ସରକାର । ହେଲେ ତାର ଉତାରୁ ଆଗତରିଆ ଅନୁମାନ ଅନସାରେ କରୋନା ସଂକ୍ରମଣ ବି ବଢଲା । ତ ସେଥିରଲାଗି ପଞ୍ଚାୟତନେ ଖୁଲଲା କ୍ୱାରେଣ୍ଟିନ୍ ସେଣ୍ଟର । ସେଣ୍ଟରନେ ରହେବାର ଖାଏବାରନୁ ମୁଳ କରି ସ୍ୱତନ୍ତ୍ର କିଟ୍ ବି ଦିଆଗଲେ । ସରପଞ୍ଚ ମାନକୁଁ ଜିଲ୍ଲାପାଲକଁର୍ ଦାୟିତ୍ୱ ଦେଇଥିଲେ । ସଭେ ନିଜର ନିଜର ଜାଗାନେ ଲାଗି ପଡଲେ କରୋନା ଯୁଦ୍ଧନେ । ଇତାର ଭିତରେ ମାସ୍କ, ସାନିଟାଇଜର ବି ପାଲଟିଗଲା ଆମର ଜୀବନ୍ ର ଗୁଟେ ଅଙ୍ଗ ।
ପହେଲା କରୋନା ରୋଗୀ ରାଜ୍ୟନେ ବାହାରିଥିଲେ ମାର୍ଚ୍ଚ ୧୫ନେ । ପହେଲାନୁ ରାଜ୍ୟନେ ପରୀକ୍ଷା ଲାଗି ସୁବିଧା ନାଇଁ ଥାଇର୍ । ଆରଏମଆରସି ସାଙ୍ଗେ ରାଜ୍ୟ ସରକାର ମିଶି ପହେଲା ଟେଷ୍ଟିଂ ସୁବିଧା କରେଇଥିଲେ । ଏବେ ଆରଏମଆରସିନେ ଫିଦିନ୍ ୨ ହଜାର ଆରଟିପିସିଆର ରେ ଟେଷ୍ଟ ହେଇ ପାରୁଛେ । ଏମସ ଭୁବନେଶ୍ୱର, ଏସସିବି , ଆଇଏଲଏସ, ଆଇଜର, ରାଉରକେଲା ଆଇଜିଏଚ, ଫାଟୁଆ ଗବେଷଣା କେନ୍ଦ୍ରରେ ଟେଷ୍ଟିଂ ବ୍ୟବସ୍ଥା ହେଇଥିଲା । ଜିଲ୍ଲାସ୍ତରନେ ସରକାର ଆଣ୍ଟିଜେନ୍ ଆର ଟ୍ରୁ ନାଟନେ ପରୀକ୍ଷା ମୁଲ କରିଥିଲେ ।
କରୋନା ରୋଗୀ କିଏ ଜାନବାର ଲାଗି , ତାର ଉତାରୁ ସେମାନେ କାର କାର ସାଙ୍ଗେ ମିଶିଛନ୍ ଇତାରକେ ଖୁଜବାରକେ ବଡ ଚ୍ୟାଲେଞ୍ଚ ଥିଲା । ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ୍, ପୁଲିସ୍ ସାଙ୍ଗେ ମିଶି ଟିମ୍ କରି ଟ୍ରେସିଂ କାମ୍ କରିଥିଲା । ପହେଲା ପହେଲା ସଂକ୍ରମିତ୍ ମାନେ କୋଭିଡ ହସପିଟାଲ ଆସବାରକେ ରାଜି ନାଇଁ ଥାଇର୍ । ଲୁକକୁଁ ବୁଝାସୁଝା କରବାର୍ ସାଙ୍ଗେ ପଜିଟିଭକଁର୍ ସଂସ୍ପର୍ଶନେ ଆସିଥିବାର୍ ଲୁକକୁଁ କ୍ୱାରେଣ୍ଟିନ୍ନେ ରଖିଥିଲା ପ୍ରଶାସନ୍ । ପଛେ କିନ୍ତୁ ରୋଗୀ ସଂଖ୍ୟା ଅଧିକା ହେଇଯିବାର୍ ଉତାରୁ ଟ୍ରେସିଂ କରବାରଟା ବନେ ଚ୍ୟାଲେଞ୍ଜ ହେଇଗଲା ।
ଇ ଭିତରେ ଯେନ୍ ମାନେ କରୋନା ନାଇଁ ହେଇକରି ଅଲଗା କେନସି ବେମାରନେ ପଡିଥିଲେ । ସେମାନେ ବନେ ସମସ୍ୟାନେ ପଡଲେ । କରୋନା ଛଡା ଅଲଗା ରୋଗନେ ପଡଲେ ବି ହସପିଟାଲନେ ଏଡମିଟ ହେବାର ବେଲକେ ସମସ୍ୟା ହେଲା । ପ୍ରାଇଭେଟ୍ କ୍ଲିନିକ୍ ସବୁ ବନ୍ଦ୍ କଲେ ଡାକ୍ତର । ଏନ୍ତାକି ଇଟାବି ଦେଖବାରକେ ମିଲିଥିଲା ଯେ ରୋଗୀକୁଁ ବି ବିନା କୋଭିଡ ପରୀକ୍ଷାନେ ହସପିଟାଲନେ ଏଡମିଶନ୍ ନାଇଁ ମିଲଲା ।
କରୋନା ଯୁଦ୍ଧନେ ସୁବୁନୁ ଆଘେ ଲଢୁଥିବାର୍ ସୈନିକ୍ ଥିଲେ ଡାକ୍ତର ଆର୍ ସ୍ୱାସ୍ଥ୍ୟକର୍ମୀ । ଯୁଦ୍ଧ ଲଢବାର୍ ବେଲକେ ବହୁତ୍ ଝନ୍ ନିଜର ଜୀବନ୍ ବି ହାରଲେ । ସେ ଭିତରୁ ଝନେ ହେଉଛନ୍ ପ୍ରଫେସର ଚିତ୍ତରଞ୍ଜନ କର । ଖାଲି ଡାକ୍ତର ନାଇଁସେ, ଏନ୍ତା ବହୁତ୍ ଜାଗାନେ ସ୍ୱାସ୍ଥ୍ୟକର୍ମୀ ମାନେ ନିିଜେ ପଜିଟିଭ୍ ହେଇଗଲେ । ସେ ଭିତରୁ କେତେ ଝନ୍ ଭଲ ହେଇଥିଲା ବେଲକେ କେତେ ଝନ୍ ନିଜର ଜୀବନ୍ ବି ହାରଲେ ।
ପ୍ଲାଜମା ଥେରାପି ସିରିୟସ୍ କରୋନା ରୋଗୀକୁଁ ନୂଆ ଜୀବନ୍ ଦେଇଛେ । ଆଇସିୟୁ, ଭେଣ୍ଟିଲିଟରନେ ଥିବାର୍ ରୋଗୀ ପ୍ଲାଜମା ନେବାର୍ ଉତାରୁ ଭଲ୍ ହେଇଛନ୍ । ଏସସିବି, କ୍ୟାପିଟାଲ ହସପିଟାଲ, ଏମକେସିଜି, ଭିମସାରନେ ପ୍ଲାଜମା ବ୍ୟାଙ୍କ ଖୁଲିଥିଲେ । କରୋନାନୁ ଭଲ ହେଲା ଉତାରୁ କେନ୍ତା ପଜିଟିଭ୍ ହେଇଥିବାର୍ ଲୋକ୍ ମାନେ ପ୍ଲାଜମା ଦେବେ ସେଥିରଲାଗି ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ।
କରୋନା ରୋଗୀ ଯେତେବେଲେ ଦିନକ ୧୦୦୦ ଉପରେ ବାହାରୁଥିଲେ, ସେତେବେଲେ ହସପିଟାଲ ନାଇଁ ଆସିକରି ଘରୁ ରହିକରି ଡାକ୍ତର ଦେଖବାର ବ୍ୟବସ୍ଥା ବି ହେଲା । ଯେତେବେଲେ ଡାକ୍ତର , ନର୍ସ, କରୋନା ରୋଗୀ ସଭେ କରୋନାନେ ପଡଲେ । ବାଧ୍ୟ ହେଇ ହସପିଟାଲ ମାନକୁଁ ବି ସଟଡାଉନ୍ କରାଗଲା । ଅନଲାଇନ୍ ଆର୍ ଫୋନ୍ ଥି ରୋଗୀ ଦେଖଲେ ଡାକ୍ତର ।
ସାନିଟାଇଜର ଆର ମାସ୍କ ଇ ଦୁଇଟା ଜିନିଷ୍ ଏବେ ଆମର ସବୁ ଦିନିଆ ଜୀବନର ଗୁଟେ ଅଙ୍ଗ ପାଲଟିଗଲାନ । ବାହାରକେ ବାହାରଲେ ମାସ୍କ ଆର୍ ସାନିଟାଇଜର ନେବାରକେ କହି ନାଇଁ ଭୁଲବାର୍ । ପହେଲାନୁ ମାସ୍କ ଆର୍ ସାନିଟାଇଜରର ଅଭାବ୍ ଦେଖାଗଲା । ତାର ଉତାରୁ ଏସଏସଜି ଗ୍ରୁପ ମାନେ ମାସ୍କ ବନାବାର କାମ୍ କଲେ । ଦରକାରକେ ଦେଖିକରି ବହୁତଟେ ସାନିଟାଇଜର କମ୍ପାନୀ ମାନେ ଖୁଲିଗଲା । ସମ୍ବଲପୁରୀ କପଡା, କି ଆର ଅଲଗା ଅଲଗା ପ୍ରକାର ଏବେ ବହୁତଟେ ମାସ୍କ ମିଲୁଛେ ବଜାରେ । ତାର ସାଙ୍ଗେ ସାନିଟାଇଜର ବି ଅଭାବ୍ ଆର୍ ନାଇଁନ ଏବେ ।
କରୋନାକେ ନେଇକରି ପହେଲାନୁ ଗୁଟେ ଡର ରହିଥିଲା ଲୁକକଁର୍ ଭିତରେ । ପରିସ୍ଥିତି ଏନ୍ତା ହେଲେ ଲୁକେ ଘରୁ ଭଟାକେ ବାହାରବାରକେ ଡରଲେ । ନିଜର ଚିନହା ଜନାର ଲୋକ୍ ମାନେ ବି ଯେନ୍ ସମିଆଁନେ ପାଖକେ ଆସବାରକେ ଡରଲେ, ସେତେବେଲକେ ନିଜର ଘରର ଲୁକକଁର୍ ବାଗିର ପାଖେ ଠିଆହେଲେ ଡାକ୍ତର ଆର୍ ସ୍ୱାସ୍ଥ୍ୟ କର୍ମୀ । ପିପିଇ କିଟ୍ ପିନ୍ଧିକରି ସେବା କଲେ । କିଏ ନିଜର ଛୁଆ ଛାଡିକରି ହସପିଟାଲକେ ଗଲା ତ କିଏ ଘର ଛାଡିକରି କାର ଭିତରେ ରହେଲେ । ବାକି ମାନକଁର୍ ଲାଗି ଉଦାହରନ୍ ପାଲଟିଗଲା ସେମାନକଁର୍ ସେବା ।