କାଏଁ ହେଲାଯେ ତାତିଛେ ଚାଷୀ ? (୨)
ଚାଷୀ ଆର୍ କେନ୍ଦ୍ର ସରକାର୍କଁର ୫ ଖେପର୍ ଆଲୋଚନାନୁ କିଛି ସମାଧାନ୍ ନାଇଁ ବାହାରି ପାରି । ଆର୍ ହେଥିର୍ ଲାଗି ଆଏବାର୍ କାଏଲ୍କେ ଚାଷୀ ‘ଭାରତ୍ ବନ୍ଦ୍’ କରୁଛେ ।
କାଏଲ୍ ତକର୍ ଇନେ ଆପଣ୍ ପଢ଼ିଥିଲେ ଯେ କେନ୍ତା ଆର୍ କାଣା ହେଲାଯେ ଦେଶର୍ ରାଜଧାନୀନେ ଚାଷୀ ମାନେ ଆନ୍ଦୋଲନ୍ କରୁଛନ୍ । ସେନେ ଦେଶର୍ ଚାଷୀ ସମାଜ୍ ‘ଏମ୍-ଏସ୍-ପି’ କେ ନେଇକରି କାଣା କାଣା ତାଁକର୍ ଦାବୀ ରହିଛେଯେ ସେ ଉପରେ ବିସ୍ତାର୍ରେ ଆପଣମାନେ ପଢ଼ି ସାରିଛନ୍ । ଚାଷୀ ମାନକଁର୍ କହେବାର୍ ହିସାବେ ଭାରତ୍ ସରକାର୍ ‘ଏମ୍-ଏସ୍-ପି’ ବାବଦରେ ଆଇନ୍ ଭିତରେ ଲେଖିକରି ଦେଉନ୍ ବଲିକରି ଦାବି କରିଛନ୍ । ପାରିତ୍ ହେଇଥିବାର୍ ତିନ୍ଟା ନିୟମ୍କେ ନେଇକରି ଚାଷୀ ମାନକର୍ ଆର୍ କାଣା କାଣା ଦାବୀ ରହିଛେ ଯେ ସେ ଉପରେ ଆଏଜ୍କା ପଢୁନ୍ ।
ଗଲା ସେପ୍ଟେମ୍ବର୍ ୨୭ ତାରିଖ୍ ଦିନ ରାଷ୍ଟ୍ରପତିକଁର୍ ଦସ୍ତଖତ୍ ହେଲାପରେ ଚାଷ୍ବାସ୍ ବାବଦ୍ନେ ୩ଟା ନିୟମ୍ ଦେଶସାରା ଲାଗୁ ହେଇଯାଇଥିଲା । ସେ ତିନିହ୍ ନିୟମ୍ରେ ଥିବାର୍ ବନେ କେତେଟା କଥାକେ ଚାଷୀମାନେ ଅପସନ୍ଦ୍ କରିଥିଲେ ଆର୍ ଧିରେ ଧିରେ ରାଜ୍ୟ ସରକାର ମାନକର୍ନେ ନିଜର୍ ଦାବୀ ମାନେ ଜନେଇ ବସଲେ । ବାକି ଯେହେତୁ ନିୟମ୍ ତିନିହ୍ଟା ସଂସଦ୍ରୁ ପାରିତ୍ ହେଇକରି ଲାଗୁହେଇଛେ ସେନେ ରାଜ୍ୟ ସରକାର୍ ମାନେ ବେଶୀକିଛି ନାଇଁ କରିପାରନ୍ ବଲିକରି କୁହାଯାଇଥିବାର୍ଟା ସ୍ୱାଭାବିକ କଥା । ବାକି ଏନ୍ତା ସବୁ କଥାକେ ନେଇକରି ଚାଷୀ ମାନେ ଆର୍ ରିଷମିଥି ଜଲି ଉଠିଥିଲେ ଆର୍ ସିଧା ଦିଲ୍ଲୀମୁହାଁ ହେଇଥିଲେ ।
ତାଁକର୍ ପହେଲା କହେବାର୍ କଥା ହେଲାଯେ କେନ୍ଦ୍ର ସରକାର୍ ନିଜର୍ ଆଡୁ ମଲ୍ମଲେଇକରି କାଏଁ ହେଲାଯେ ଇ ନିୟମ୍ ସବୁ ଆନିଛନ୍ । କେନ୍ଦ୍ର ସରକାରଁକୁ ଇ ନିୟମ୍ ସବୁର ପ୍ରସ୍ତାବ୍ ତ କୃଷକ୍ ସଂଗଠନ୍ ମାନକର୍ ଆଡୁ ନାଇଁ ଦିଆଯାଇ, କି କେହେନ୍ସି ବିଶେଷଜ୍ଞ କମିଟିବି ତ ଏନ୍ତା ପ୍ରସ୍ତାବ ଦେଇକରି କିଛି ରିପୋର୍ଟ ନାଇଁ ଦେଇ । ତ ସରକାର୍ ନିଜର୍ ଆଡୁ କାଏଁ ହେଲାଯେ ଏନ୍ତା ବଡ୍ ବଡ୍ ପରିବର୍ତ୍ତନ୍ ମାନେ ନିଜର୍ ମନେ ମନେ କରୁଛନ୍ । ଅହୁରି ସେମାନକର୍ କହେବାର୍ କଥା ହେଲାଯେ ଇହାଦେ ଏନ୍ତା କାଣା ଜରୁରୀ ପଡିଗଲା ଯେ ସରକାର୍କୁଁ ଏତେ ହରବରେ ବିନା ଗୁତାଉଚାର୍ କରିକରି ପହେଲା ଅଧ୍ୟାଦେଶ୍ ଆନବାର୍ କେ ପଡଲା ଆର୍ ତାହାଁରୁ ଲଡି ଭିଡି କରି ସେସବୁକେ ଆଇନ୍ ବନାଲେ । ଆର୍ ଇ ଭର୍ଦର୍ କରୋନା ଚାଲିଥିଲା ବେଲକେ ଯେତେବେଲେକି ଅର୍ଥନୀତିର୍ ଅବସ୍ଥା ଠିକ୍ ନାଇନ ସେତକି ବେଲକେ ସରକାର୍ ଫେର୍ କାଏଁ ହେଲାଯେ ଚାଷ୍ବାସ୍ କାମ୍ ଭିତର୍କେ ଅଲଝଟ୍ ପଶଉଛନ୍ ବଲିକରି କହିଛନ୍ ।
ଇ କଥାକେ ନେଇକରି ସରକାର୍କଁର୍ ଆଡୁ କୁହାଯାଇଛେ ଯେ ନିଜର୍ ଅଧିକାର୍ର ବିଷୟ ମାନକେ ନିୟମ୍ ବନାବାର୍କେ ସଂସଦ୍ର ପୁରା ଅଧିକାର୍ ରହିଛେ । ସେଥିର୍ଲାଗି କାହାକେ ପଚରାବାର୍ କି କାର୍ନୁ ଅନୁମତି ନେବାର୍ କିଛିବି ଦରକାର୍ ନାଇଁନ । ଦେଶର୍ ଲୋକ୍ ବାଛିଥିବାର୍ ସଂସଦ୍ର ନିୟମ୍ ବନାବାର୍, ବଦଲାବାର୍ ଆର୍ ହଟାବାର୍ ପୁରା ‘ସାର୍ବଭୌମତ୍ୱ’ ରହିଛେ । ଆର୍ ଭଲ୍ କାମ୍ଟେ ମୂଲ୍ କରବାର୍ଲାଗି ସବୁ ସମିଆ ଠିକ୍ ଆଏ ବଲିକରି ସରକାର୍ ଆଡୁ ମତାମତ୍ ଆସିଛେ । ‘କୃଷି କ୍ଷେତ୍ର’ ନେ ବହୁତ୍ ଦିନୁ ବହୁତ୍ଟେ ଅସବିଧା ଲାଗିରହିଛେ ଆର୍ ଭିନ୍ ଭିନ୍ କୃଷକ୍ ସଂଗଠନ୍, କୃଷି ବିଶେଷଜ୍ଞ ଆର୍ ବୈଜ୍ଞାନିକ୍ ମାନେ ଭିନ୍ ଭିନ୍ ସମିଆନେ ସରକାରଁକୁ ଇ ସବୁକେ ସୁଧରାବାର୍ ଲାଗି କହିଛନ୍ ବଲିକରି କୁହାଯାଇଛେ । ଯଦିଓ ‘କୃଷି’ ବାବଦନେ ନିୟମ୍ ବନାବାର୍ ଅଧିକାର୍ ଟା ସମ୍ବିଧାନ୍ର ସାତ୍ ନମ୍ବର୍ ଅନୁଚ୍ଛେଦ୍ ହିସାବେ ରାଜ୍ୟ ତାଲିକାନେ ନେ ଅଛେ ତ ସେ ବାବଦ୍ରେ ନିୟମ୍ ବନାବାର୍ ଅଧିକାର୍ବି ରାଜ୍ୟ ସରକାରକଁର୍ ଆଏ ବାକି ‘କୃଷି’ର ବେପାର୍-ବଣିଜ୍ ଟା ଯେହେତୁ ‘ଯୁଗ୍ମ ତାଲିକା’ନେ ଅଛେ, ତ ସେ ବାବଦ୍ରେ ନିୟମ୍ ବନାବାର୍ ଅଧିକାର୍ ବି ରାଜ୍ୟ ଆର୍ କେନ୍ଦ୍ର ଦୁହି ସରକାର୍କଁର୍ନେ ଅଛେ । ସେ ଅଧିକାର୍ କେ ବ୍ୟବହାର୍ କରିକିନା ସାରା ଦେଶର୍ ଚାଷ୍ବାସ୍ କେ ଆଗକେ ନେବାର୍ ଲାଗି କେନ୍ଦ୍ର ସରକାର୍ ଇ ତିନିହ୍ ନିୟମ୍ ଆନିଛନ୍ ବଲିକରି କୁହାଯାଇଛେ ।
ସରକାର୍କଁର୍ ଇ ଉତ୍ତରନେ ଚାଷୀ ମାନେ ଆର୍ ରାଗ୍ ହେଇଯାଇଛନ୍ । ଆଇନ୍ ବନାବାର୍କେ ନିହାତିଭାବେ ସଂସଦ୍ର ଅଧିକାର୍ ଅଛେ ଆର୍ ସେଥିର୍ ଲାଗି କାହାରିର୍ ଅନୁମତିର ଦରକାର୍ ନାଇନ ବାକି ବିଶ୍ୱର୍ ସବୁନୁ ବଡ୍ ଗଣତନ୍ତ୍ରିକ୍ ଦେଶେ ଯେନ୍ ମାନକର୍ ଲାଗି ନିୟମ୍ ବନାହେଉଛେ ଯଦି ସେମାନକୁହିଁ ସେ ବାବଦରେ ଦୁଇପଦ୍ କଥା ପଚରାନାଇଁ ଯିବା ବେଲେ ଆର୍ ଗଣତନ୍ତ୍ରର୍ ଅର୍ଥଟା କାଣା ରହେଲା ବଲିକରି ସେମାନେ କହିଛନ୍ ।
ଆସିଥିବାର୍ ତିନିହ୍ ନିୟମ୍ର୍ ଭିନ୍ ଭିନ୍ କଥାକେ ଚାଷୀମାନେ ବିରୋଧ୍ କରୁଥିଲେ ବାକି ଇହାଦେ ଏତେ ତକ୍ କଥା ଗଲାନଯେ ସେମାନେ ଇ ସବୁ ନିୟମ୍କେ ରଦ୍ଧ୍ କରବାର୍କେ ଜିଦ୍ ଧରିଛନ୍ । ଚାଷୀ ଆର୍ କେନ୍ଦ୍ର ସରକାର୍କଁର ୫ ଖେପର୍ ଆଲୋଚନାନୁ କିଛି ସମାଧାନ୍ ନାଇଁ ବାହାରି ପାରି । ଆର୍ ହେଥିର୍ ଲାଗି ଆଏବାର୍ କାଏଲ୍କେ ଚାଷୀ ‘ଭାରତ୍ ବନ୍ଦ୍’ କରୁଛେ ।
(ଲେଖା ଆଗକେ ଜାରି ରହେବା….)