କାଏଁ ହେଲାଯେ ତାତିଛେ ଚାଷୀ ? (୩)
ଯାହାର୍ ଲାଗି ନିୟମ୍ ତିଆର୍ କରାହେଉଛେ ସେମାନକଁର୍ କଥା ବୁଝିକରି ଆଗକେ ଚାଲବାର୍ଟା ଜରୁରୀ ଆଏ ।
ଗଲା ଦୁଇ ଦିନ୍ ଧରିକରି ଆପଣ ମାନେ ଇନେ ପଢୁଛନ୍ ଯେ କାଏଁ ହେଲାଯେ ଗଲା ଦୁଇ ହପ୍ତା ହେଲା ଚାଷୀ ମାନେ ଆନ୍ଦୋଲନ୍ କରୁଛନ୍ ଆର୍ ଆଏଜ୍କା ଭାରତ ବନ୍ଦ୍ କରିଛନ । ‘କାଏଁ ହେଲାଯେ ତାତିଛେ ଚାଷୀ’ ସିରିଜ୍ର୍ ୧ ଆର୍ ୨ ନମ୍ବର୍ ଲେଖାନେ ଏମ୍-ଏସ୍-ପିର୍ ଗଣିତ୍ ଆର୍ ଆର୍ ଇ କୃଷି ନିୟମ୍ ସବୁକେ ମନମୁଖି ହିସାବେ ବନାବାର୍ କଥାକେ ନେଇକରି ଚାଷୀ ଅସନ୍ତୋଷ ବାବଦରେ ପଢିସାରିଛନ୍ । ଆଏଜ୍ ଇ ଲେଖା ସିରିଜ୍ର ଶେଷ୍ ଆର୍ ୩ ନମ୍ବର୍ ଲେଖାନେ ଇ ତିନିହ୍ ନିୟମ୍ ଭିତରେ ଚାଷୀ ଆର୍ କାଣା କାଣା ଅସବିଧା ଦେଖୁଛନ୍ ଆର୍ ଆଗକେ ଇତାର୍ ସମାଧାନ୍ର କାଣା ରାସ୍ତା ଅଛେ ଯେ ସେ ବାବଦ୍ରେ ପଢୁନ୍ ।
କୃଷି ଆଇନ୍-୨୦୨୦କେ ଚାଷୀ ମାନେ ବିରୋଧ୍ କରବାର୍ ସବୁନୁ ବଡ୍ କାରଣ୍ ହେଉଛେ ଯେ ବାକି ଯେ ଯାହା କହେଲେ ବି ଇ ତିନିହ୍ ଆଇନ ସେମାନଙ୍କୁ ଚାଷୀ ବିରୋଧୀ ବାଗିର୍ ଲାଗୁଛେ । ସରକାର୍କଁର୍ ଆଡୁ କୁହାଯାଉଛେ ଯେ ଇ ଆଇନ୍ ଆର୍ ସଂଶୋଧନ୍ ସବୁ ଚାଷ୍ବାସ୍ନୁ ସରକାରୀ ନିୟନ୍ତ୍ରଣ୍କେ କମ୍ କରିକରି ଚାଷୀ ମାନକୁ ଏକା ବେଶୀ ସ୍ୱାଧୀନତା ଦେବାର୍ ଲାଗି ଲାଗୁ କରା ଯାଇଛେ । ଚାଷୀମାନ୍କର୍ କହେବାର୍ କଥା ହେଉଛେ ଯେ ଇ ସବୁ କରବାର୍ ଦ୍ୱାରା ସରକାରୀ ନିୟନ୍ତ୍ରଣ୍ କମ୍ଲେ ଆପେ ଆପେ ଚାଷୀ ଅଏତ୍କା ସ୍ୱାଧୀନତା ନାଇଁ ପାଇ ଯାଏ । ବରଂ ଇ ସୁଯୋଗ୍ ନେଇକରି ବଡ୍ ବଡ୍ ବେସରକାରୀ କଂପାନୀ ମାନେ ଚାଷୀ ମାନ୍କୁ ପୁରା ଲୁଟିନେବେ ।ଯଦି ଏମ୍-ଏସ୍-ପି ବ୍ୟବସ୍ଥାଟା ହଟି ଯାଉଚେ ବେଲେ ଇ ବଡ୍ ବଡ୍ କଂପାନୀ ମାନେ ପୁରା ଏକ୍ଚାଟିଆ ହିସାବେ କୃଷି ବଜାର୍କେ ନିୟନ୍ତ୍ରଣ୍ କରବେ ଆର୍ ଚାଷୀ ମାନ୍କୁ ବହୁତ୍ କ୍ଷତି ସହେବାର୍କେ ପଡ୍ବା । ଇତାର୍ ଦ୍ୱାରା କଲାବଜାରୀମାନେ ତ ମାଲାମାଲ୍ ହେଇଯିବେ ବାକି ଚାଷୀର୍ ଭାଗ୍ୟ ସବୁଦିନ୍ ଲାଗି ଅନ୍ଧାର୍ ହେଇଯିବା ।
‘ଅତ୍ୟବଶ୍ୟକ ଜିନିଷ୍ ଆଇନ୍-୨୦୨୦’ ହିସାବେ ଆଘୋଠାନୁ ଯେନ୍ ହିସାବେ ଜରୁରୀ ଜିନିଷ୍ ମାନେ ଜମାକରବାର୍କେ ନେଇକରି ନିୟମ୍ ରହିଥିଲା ସେଟାକେ ଟିକେ ସହଜ୍ କରାହେଇଛେ ଆର୍ ସେ ଲିଷ୍ଟନୁ ବହୁତ୍ଟେ ସାମାନ୍କେ ହଟେଇ ଦିଆଯାଇଛେ । ଇହାଦେ ଖାଲି ଦାମ୍ ବହୁତ୍ ବଢିଗଲା ବେଲକେ ନାଇଁ ହେଲେ କାଣା ପ୍ରାକୃତିକ୍ ବିପତ୍ତି ସମିଆକେ କେତେଟା କୃଷିଜାତ୍ ଜିନିଷ୍ର ଯୋଗାଣ୍ ଆର୍ ମହଜୁଦ୍ ରଖବାର୍ ନେଇକରି ବ୍ୟବସ୍ଥା ଅଛେ । ଇ ଜିନିଷ୍ଟା ଫେର୍ ରପ୍ତାନି କଲାବେଲକେ ଲାଗୁନାଇଁ ହୁଏ । ଇ ବ୍ୟବସ୍ଥାକେ ନେଇକରି ଚାଷୀ ମାନେ ପୁରା ନାରାଜ୍ ଅଛନ୍ ।
‘କୃଷି ଉତ୍ପାଦନ୍ ବଣିଜ୍ ଆର୍ ବେଉଷା ଆଇନ୍-୨୦୨୦’ ହିସାବେ ଚାଷୀ ମାନକୁ ନିଜର୍ ଇଚ୍ଛା ହିସାବେ ଏପିଏମ୍ସି ବାହାରେ ବି ଦେଶ୍ ସାରା ଯେନ୍ନେ ଚାହେଁଲେ ନିଜେ ଚାଷ୍ କରିଥିବାର୍ ଜିନିଷ୍ ସବୁ ବିକ୍ବାର୍ ଅନୁମତି ଦେଇ ଦିଆଯାଇଛେ । ଆଗରୁ ଚାଷୀ ମାନେ ଖାଲି ନିଜେ ପଞ୍ଜିକୃତ୍ ଥିବାର୍ ଏପିଏମ୍ସି ମଣ୍ଡି ଭିତରେ ବିକିପାରୁଥିଲେ । ବାକି ଚାଷୀମାନ୍କର୍ କହେବାର୍ ହିସାବେ କେତେ ଦୂରିଆ ତକ୍ ସେମାନେ ନିଜର୍ ଜିନିଷ୍ ମାନ୍କୁ ବିକ୍ବାର୍ ଲାଗି ନେବେ? ଆର୍ ଯଦି ବାହାରର୍ ବଡ୍ ବଡ୍ ବେପାରୀ ମାନେ ସେନର୍ ମଣ୍ଡିକେ ଘିନି ଆସବେ ଆର୍ ଯେତେବେଲେ ଏମ୍-ଏସ୍-ପି ବ୍ୟବସ୍ଥାଟା ନାଇଁ ଥିବା ସେତେବେଲେ ମୂଲ୍ଚାଲ୍ର ଫାଏଦା (advantage of bargaining)ଟା ସେ ବଡ୍ ବେପାରୀ ମାନ୍କର୍ନେ ହିଁ ରହେବା । ଯଦି ଇହାଦେ ଏମ୍-ଏସ୍-ପି ବ୍ୟବସ୍ଥା ଥାଇକରି ଚାଷୀ ଠିକ୍ ଦାମ୍ ନାଇଁ ପାଏବାର୍ ବେଲେ ବେଲେ ଇ ପ୍ରକାର୍ ସବୁ ବ୍ୟବସ୍ଥା ଯଦି ହେବା ବେଲେତ ଚାଷୀ ଆର୍ ତାର୍ ମୂଲ୍ ଦାମ୍ ବି ନାଇଁ ପାଏନ ବଲିକରି ଚାଷୀ ମାନେ ଡରୁଛନ୍ ।
‘କୃଷକ୍ ସୁରକ୍ଷା ଆର୍ ସଶକ୍ତୀକରଣ୍ ଆଇନ୍-୨୦୨୦’ ଅନସାରେ ଚାଷୀ ଆର୍ ବେପାରୀ ମାନକର୍ ଭିତରେ ହେଉଥିବାର୍ ‘କଂଟ୍ରାକ୍ଟ୍ ଫାର୍ମିର୍’ର ଭିନ୍ ଭିନ୍ କଥାମାନେ ଇ ନିୟମ୍ର ଅନସାରେ ଚାଲବା । ବାକି ସରକାର୍ ଯଦି ଇ ଭିତରେ ମଧ୍ୟସ୍ଥି ନାଇଁ ରହେବେ ବେଲେ ଗୁଟେ ଛୋଟ୍ ଚାଷୀ କେଭେ ଠିକ୍ ମୂଲ୍ଚାଲ୍ ନାଇଁ କରିପାରେ ବଲିକରି କୃଷକ୍ ସଂଗଠନ୍ ମାନକର୍ ଆଡୁ କୁହାଯାଇଛେ । ସେନେ ଫେର୍ କିଛି ଅସବିଧା ହେଲେ ଚାଷୀ ଏସ୍ଡିଜେମ୍ କୋର୍ଟକେ ନାଇଁ ବରଂ ଗୁଟେ ଡ଼େପୁଟି କମିସନର୍ ସାଙ୍ଗେ ସମାନ୍ ପଦର୍ ଅଧିକାରୀକଁର୍ ପାଖ୍କେ ଯିବାର୍କେ ହେବା । ଇ ଜିନିଷଟାକେ କୃଷକ ସଂଗଠନ୍ ମାନେ ଆର୍ ବର୍କସି ବିରୋଧ କରୁଛନ୍ ।
ସରକାରକଁର୍ କହେବାର୍ ହିସାବେ ଇ କଥା ମାନେ ଚାଷୀମାନକର୍ ଅଯଥା ଡର୍ ଆଏ । ସରକାର୍ ଏନ୍ତା କିଛି ବି ନାଇଁ କରନ୍ ଯେନ୍ନେ କି ଚାଷୀ ମାନକର୍ କ୍ଷତି ହେବା । ସରକାର୍ ଚାଷୀ ମାନକର୍ ଆମଦାନିକେ ଦୁଇଗୁଣ୍ କରବାର୍ ଲାଗି ଇ ସବୁ ନୂଆଁ ନୂଆଁ ଜିନିଷ୍ ମାନେ କରୁଛନ୍ । ବାକି ସରକାର୍ ତାଁକର୍ ଇ କଥା ମାନକୁ ଚାଷୀ ମାନକର୍ ସାଙ୍ଗେ ବସିକରି ସବୁ କଥାର୍ ସମାଧାନ୍ ବାହାର୍ କରବାର୍ କଥା । ଯାହାର୍ ଲାଗି ନିୟମ୍ ତିଆର୍ କରାହେଉଛେ ସେମାନକଁର୍ କଥା ବୁଝିକରି ଆଗକେ ଚାଲବାର୍ଟା ଜରୁରୀ ଆଏ ।