ଜଙ୍ଗଲ୍ ମାନକୁଁ ଇହାଦେ ହୁ ହୁ ହେଇକରି ନିଆଁ ଲାଗୁଛେ । ଆର୍ ଜଙ୍ଗଲ୍ ନେ କେନ୍ତା ନିଆଁ ଲାଗୁଛେ ତାର୍ ବି ଅଲ୍ଗା ଅଲ୍ଗା କାରଣ ସବୁ ସାମ୍ନାକେ ଆସୁଛେ । ଆର୍ ଇ ଜଙ୍ଗଲ୍ ମାନକୁଁ ଏନ୍ତା ନିଆଁ ଲାଗୁଥିବାର୍ ନୁ ସବ୍କର୍ ମୁଡ୍ ୍ ଦୁଃଖା ବନିଛେ । ହେଲେ ଇ ଜଙ୍ଗଲ୍ ନେ ଯେତେବେଲେ ନିଆଁ ଲାଗ୍ସି ସଭେ ତାହାକେ ଅଲ୍ଗା ଅଲ୍ଗା କାରଣ୍ ବଲିକରି କହିଥିସନ୍ । କିଏ କଏସି ପତର୍ ଝଡା ଲାଗି ନିଆଁ ଲାଗୁଛେ ତ କିଏ କଏସି ଖରା ତରା ଲାଗି , ଆର୍ ବେଶି ମଜା ସେତେବେଲେ ଲାଗ୍ସି ଯେତେବେଲେ ଲୋକ୍ କହେସନ୍ ‘ଆଦେ ଦେଖତ ମାକଡ୍ ବିହା ‘ହେଉଛେ ।
ମାଘ୍ – ଫଗୁନ୍ ସମିଆଁ ନେ ଫି ବଛର୍ ଜଙ୍ଗଲ୍ ଜଲୁଥିବାର୍ ଟା ଦେଖ୍ବାର୍ କେ ମିଲିଥିସି । ଆର୍ ବହୁତ୍ଟେ ଜଙ୍ଗଲ୍ ସବୁ ନିଆଁ ଥି ଜଲିକରି ଛାର୍ କାର୍ ହେଇଯାଏସି । ହେଲେ ଇ ନିଆଁ କାଏଁଯେ ଲାଗିଥିସି ।? ନିଆଁ ଲାଗ୍ବାର୍ କାରଣ ମାନେ ବି ସଭେ ଅଲ୍ଗା ଅଲ୍ଗା ଦେଇଥିସନ୍ । ଶିମଲିପାଲ୍ ଜଙ୍ଗଲ୍ ଥି ନିଆଁ ଲାଗ୍ବାର୍ ଉତାରୁ ଆମର୍ ପଶ୍ଚିମଓଡିଶାର୍ ବଡଭାଗି ଜଙ୍ଗଲ୍ ଥି ନିଆଁ ଲାଗିଥିଲା । ଯେନଥିର୍ ଲାଗି କେତ୍ନି କେତେ ମୂଲ୍ୟବାନ୍ ଗଛ ପତର୍ , ଜୀବଜନ୍ତୁ ଆର୍ କୀଟପତଙ୍ଗ୍ ମାନେ ଜଲିପୁଡି ଛାର୍ ଖାର୍ ହେଇଯାଇଥିଲେ । ଯାହିଁ ଦେଖ୍ଲେ ଜମି ଜଙ୍ଗଲ୍ନେ ଖାଲି ପୂଡା ଦାଗ୍ ଦିଶୁଛେ । ଉନଝା ବଛର୍ ମାନକଁର୍ ନୁ ଇ ବଛର୍ ଗୁର୍ଦୁ ଟେ ନିଆଁ ଲାଗିଛେ । ଆର୍ ସେଥିର୍ ଲାଗି ପରିବେଶ୍ ବିତ୍ ମାନେ କେତେଟା କାରଣ୍ ସାମ୍ନା ଥି ରଖିଛନ୍ । ଯେନଟା ମହୁଲ୍ ବେଟା ଆର୍ କେନ୍ଦୁ ପତର୍ ଗଛ୍କଟା ବଲିକରି କୁହାଯାଉଛେ । ଜଙ୍ଗଲ୍ ପାସେ ରହୁଥିବାର୍ ଲୋକ୍ ମାନେ ମହୁଲ୍ ବେଟି କରି ଦୁଇ ପଏସା କମେଇ ଥିସନ୍ ଆର୍ ମହୂଲ୍ ବେଟବାର୍ ବେଲେ ଯେତ୍କି ଶୁଖା ପତ୍ର୍ ଥିସି ସବ୍କେ ନିଆଁ ଲଗେଇ ଦେସନ୍ । ଯେନଥିର୍ ଲାଗି ନିଆଁ ଲଗାଲା ଉତାରୁ ମହୁଲ୍ ବନେ କରି ବେଟି ହେଇଥିସି । ଆର୍ ସେ ନିଆଁ ଜଙ୍ଗଲ୍ ର୍ ସବୁ ଆଡେ ଲାଗି କରି ଦଅଁ ଦଅଁ ଜଲି ଯାଏସି । ଆର୍ ସେ ତାକେ ଦେଖିକାରି ଆମର୍ ଅଂଚଲ୍ ର ଲୁକେ ତହାକେ ମାକଡ ବିହା ବଲିକରି କହିଥିସନ୍ । ହେଲେ ଇ ମାକଁଡ ବିହା ଥି କେତ୍ନି ଟେ ଜୀବ୍ଜନ୍ତୁ ମାକଁର୍ ଜୀବନ୍ ପଲଉଥିବାର୍ ବେଲ୍କେ ଆର୍ କେତେ ହର୍ଡା , ଅଏଁଲା, ଚାର୍ , ବାହାଡା ଲେଖେ ଉଷୋକସା ଗଛ୍ ବି ଜଲି ଯାଏସି । ଜଙ୍ଗଲ୍ ଥିଲେ ପ୍ରାଣୀ ର୍ ମଙ୍ଗଲ୍ ହେସି , ଆର୍ ଯଦି ଜଙ୍ଗଲ୍ ହି ଜଲିଯିବା ତ ମୁନୂଷ୍ ବି ନାଇ ରହେ । ଜଙ୍ଗଲ୍ ନେ ନିଆଁ ଲାଗ୍ଲେ ଖାଲି ଜୀବଜନ୍ତୁ ଲାଗି ବିପଦ୍ ନାଇ ହୁଏ ସାରା ପୃଥୀବି ଲାଗି ବିପଦ୍ ହେବା । ତ ସେଥିର୍ ଲାଗି ବନ୍ ବିଭାଗ୍ ବି ଟିକେ ସଚେତନ୍ ରହେବାର୍ କଥା । ଆର୍ ଏନ୍ତା ଜଙ୍ଗଲ୍ ଜଲୁଥିବାର୍ ଦେଖିକରି ଆମର୍ ଗାଁ ଗଅଁଲି ଲୁକେ କହୁଛନ୍ ବିପଦ୍ ହେଉଛେ ମାକଡ ବିହା ।