ହରିଶଙ୍କର ମନ୍ଦିର ଖୁଲବାର ଲାଗି ଦାବି ବଲାଙ୍ଗିର ଜିଲ୍ଲାପାଳକଁର ପାଶେ ମନ୍ଦିର ଖୁଲବାର ନେଇକରି ଦାବି ଜନାଲେ ପୂଜକ୍, ବ୍ୟବସାୟୀ ଓଡ଼ିଶାକଲା ଆର ସଂସ୍କୃତି By Vandana Mishra On Dec 14, 2020 0 Share କରୋନା ଲାଗି ରାଜ୍ୟର କେତନି ମନ୍ଦିର, ପର୍ଯ୍ୟଟନ୍ ଜାଗା ମାନେ ବନ୍ଦ ରହିଛେ । ଧୀରେ ଧୀରେ ସବୁକିଛି ପହେଲା ଲେଖେଁ କରାଯାଉଥିବାର ବେଲକେ ଗହଲି ହେବାର ଜାଗା ମାନକେ ଇହାଦେ ଭିଲ୍ ବାରଣ କରାଯାଉଛେ । ସେଆଡେ ପୁରୀ ଜଗନ୍ନାଥ ମନ୍ଦିର ଭିଲ୍ ଗଲା ୯ ମାସ୍ ଧରିକରି ବନ୍ଦ ରହିଥିବାର ବେଲକେ ଇହାଦେ ମନ୍ଦିର ଖୁଲାଯିବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନିଆଯାଇଛେ । ଯାର ବାଦ୍ ଇହାଦେ ଦୁଶରା ମନ୍ଦିର ମାନେ କେଭେ ଖୁଲବାକେ ସରକାର ଅନୁମତି ଦେବେ ସେଟା ନେଇକରି ପ୍ରଶ୍ନ ଉଠିଛେ । ବଲାଙ୍ଗିରନେ ଥିବାର ଐତିହାସିକ୍ ସ୍ଥଲ୍ ହରିଶଙ୍କର ଭିଲ୍ ଗଲା ମାର୍ଚ୍ଚ ମଙ୍କସର ବନ୍ଦ ହେଇକରି ରହିଛେ । ମନ୍ଦିରନେ ତାଲା ପଡିକରି ରହିଥିବାର ବେଲକେ ଇହାଦେ ଭିଲ୍ ମନ୍ଦିର ଖୁଲବାର ନେଇକରି କିଛି ଜନା ନାଇଁପଡି । ମନ୍ଦିର ବନ୍ଦ ହେବାର ଲାଗି ଭକତ୍କୁଁ ଦର୍ଶନ୍ ବାରଣ କରାଯାଇଥିବାର ବେଲକେ ମନ୍ଦିର ପୂଜକକଁର ଲାଗି ଭିଲ୍ ସମସ୍ୟା ବନିଛେ । ପୂଜକ୍, ଆରୁ ବ୍ୟବସାୟୀକୁଁ ବନେ କ୍ଷତି ସହେବାକେ ପଡୁଛେ । ପୁରୀ ମନ୍ଦିର ଖୁଲବାକେ ଅନୁମତି ଦିଆଯିବାର ବାଦ୍ ଇହାଦେ ବଲାଙ୍ଗିର ଜିଲ୍ଲାନେ ଦୁଶରା ମନ୍ଦିର ଖୁଲବାର ନେଇକରି ବଲାଙ୍ଗିର ଜିଲ୍ଲାପାଳକଁର ପାଶେ ଦାବି ରଖିଛନ୍ ମନ୍ଦିର ପୂଜକ ଆରୁ ସେବାୟତ୍ । ମନ୍ଦିର ଖୁଲବାର ନିଷ୍ପତ୍ତି ନେବାର ଲାଗି ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନକୁଁ ନିର୍ଦ୍ଦେଶ ଦେଇଥିବାର ବେଲକେ ଇନେଇକରି ଜଲଦି ନିଷ୍ପତ୍ତି ନେବାର ଲାଗି ଦାବି କରିଛନ୍ ପୂଜକ, ଆରୁ ପର୍ଯ୍ୟଟକ୍ । ହରିଶଙ୍କର ମନ୍ଦିରନେ ସବୁ ସମିଆଁନେ ପର୍ଯ୍ୟଟକକଁର ଭିଡ୍ ଲାଗି ରହିଥିସି । ହେଲେ ଶୀତ୍ ଦିନ୍ ଆଏଲେ ପିକନିକ୍ ଲାଗି ବେଶୀ ଲୁକକଁର ଇଠାନେ ଗହଲ ଚହଲ ଦେଖବାକେ ମିଲିଥିସି । ହେଲେ ଇହାଦେ କରୋନା ଲାଗି ମନ୍ଦିରନେ ତାଲା ପଡିଥିବାର ଲାଗି ପର୍ଯ୍ୟଟକ୍ ଆସିକରି ମାହାପୁରୁକୁଁ ଦର୍ଶନ୍ ନାଇଁ କରିପାରିକରି ନିରାଶ୍ ହେଇକରି ଫିରୁଛନ୍ । ମନ୍ଦିର ପୂଜକ ଆରୁ ବ୍ୟବସାୟୀ ଭିଲ୍ କ୍ଷତି ସହୁଛନ୍ । ମନ୍ଦିର ପାଶେ ବେପାର କରୁଥିବାର ବ୍ୟବସାୟୀ ଇଠାନୁ କମେଇ କରି କୁଟୁମ୍ ଚଲଉଥିଲେ, ଯେନଟାକି ଇହାଦେ ପୁରା ବନ୍ଦ ହେଇଯାଇଛେ । ସେଆଡେ ମନ୍ଦିର ବନ୍ଦ ଥିବାରନୁ ପୂଜକକଁର ରୁଜଗାରନେ ଭିଲ୍ ତାଲା ପଡିଛେ । ମନ୍ଦିରକେ ବୁଲାବୁଲିକରି ଆସବାର ସାଙ୍ଗେ ଇଠାନେ ବିହା, ବଡୁ ଲେଖେଁ କାମ୍ ଭିଲ୍ ବନ୍ଦ୍ ରହିଛେ । ଇଥରୁ ହେଉଥିବାର କମାନି ଭିଲ୍ ବନ୍ଦ ରହିଛେ । ଜଙ୍ଗଲନୁ ମିଲୁଥିବାର ଜିନିଷ୍ ଯେନ୍ତା, ଚାର୍, ମହୁଲ୍, ଝୁଣା ସାଙ୍ଗେ ଜଡିବୁଟି ବିକୁଥିବାର ଲୁକକଁର ଉପରେ ଭିଲ୍ ଇତାର ପ୍ରଭାବ ପଡିଛେ । ମନ୍ଦିରର ଆୟ ପୁରା ବନ୍ଦ ହେଇଯାଇଛେ ଆରୁ ଫେର୍ ସେଥରେ ମନ୍ଦିର କର୍ମଚାରୀକୁଁ ଦରମା ଦିଆଯାଉଥିବାରନୁ ଇହାଦେ ବହୁତ୍ ଅସୁବିଧା ଦେଖାଦେଇଛେ । ଇ ସବୁକେ ଦେଖିକରି ଜଲଦି ମନ୍ଦିର ଖୁଲବାର ଲାଗି ନିଷ୍ପତ୍ତି ନିଆଯାଉ ବଲି ଜିଲ୍ଲାପାଳକଁର ପାଶେ ଦାବି କରାଯାଇଛେ । balangirbalangir collectorbalangir tourismharishankar templeodisah tourismpatnagad 0 Share