ଭବିଷ୍ୟତ୍ କେ ଦେଖେଇ ଦେଉଛେ ‘କାଲିର ଅତୀତ’

0

ଏନ୍ତା ବି ଗୁଟେ ସିନେମା ହେଇପାରବା ଯେନେ ସମୁଦ୍ର ବି ଗୁଟେ ଚରିତ୍ର ଆଏ । ପୁରା ସିନେମାନେ ସମୁଦ୍ର ସାଙ୍ଗେ ଆର ଗୁଟେ ମୁଖ୍ୟ ଚରିତ୍ର ହେଉଛେ ଗୁନୁ । ଇ ଦୁହି ଚରିତ୍ରକେ ନେଇକରି ସିନେମାର କଥାନୀକେ ଜୀବନ୍ତ କରିଦେଇଛନ୍ ଆନ୍ତର୍ଜାତିକ୍ ନାଁକରା ସିନେମା ନିର୍ମାତା ନିର୍ଦ୍ଦେଶକ୍ ଶ୍ରୀ ନୀଳ ମାଧବ ପଣ୍ଡା ଆର୍ ହେଥିରଲାଗି ତାକଁର୍ ଫିଲ୍ମ ‘କାଲିର ଅତୀତ’ ଗୋଆନେ ଚାଲିଥିବାର୍ ଇଣ୍ଟର ନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆନେ ଚର୍ଚ୍ଚାର କାରନ୍ ପାଲଟିଛେ ।

ଫିଲ୍ମ ଜଗତନେ ନୀଳ ମାଧବ ପଣ୍ଡା ହେଉଛେ ଗୁଟେ ଚର୍ଚ୍ଚିତ୍ ନାଁ । ଯିଏକି ବହୁତ୍ ଜୁଆନ୍ ବୟେସେ ତାକଁର୍ କାମ୍ ଲାଗି ପଦ୍ମଶ୍ରୀ ସମ୍ମାନନେ ସମ୍ମାନିତ୍ ହେଇଥିଲେ । ସେ ମୁନୁଷର ସାମାଜିକ୍ ଜନଜୀବନର ସମସ୍ୟା ମାନକୁଁ ନେଇକରି ସିନେମା ବନାସନ୍ କି ତାକଁର୍ ପ୍ରତିଟା ସିନେମାକେ ସମାଜିକ୍ ଜୀବନର ସେ ଜିନିଷ୍ ମାନେ ଆପେ ଆପେ ପଶି ଆସିଥିବାର୍ ସେଟା କହେବାରଟା ମୁସ୍କିଲ ଜଳବାୟୁ ପରିବର୍ତ୍ତନ୍ ଉପରେ ଆଘୋନୁ ୨ଟା ମନଛୁଆଁ ଫିଲ୍ମ ‘କୌନ୍ କିତନେ ପାନି ମେ’ ଆର୍ ‘କଡୱି ହୱା’ ଉତାରୁ ‘କାଲିର ଅତୀତ’ ହେଉଛେ ଶ୍ରୀ ପଣ୍ଡାକଁର ପହେଲା ଓଡ଼ିଆ ଫିଲ୍ମ ଏକା ଗୋଆ ଆଇଏଫଏଫଆଇ ଲାଗି ବଛାହେଇଥିବାରଟା ଏକା ଗୁଟେ ବହୁତ୍ ବଡ କଥା ଆଏ ।

‘କାଲିର ଅତୀତ’ ଗୁଟେ ସିନେମା ବାଗିର ତ ନାଇଁ ଲାଗବାର୍ ବରଂ ଲାଗୁଛେ ଯେ ସତେ କାଏଁ ପ୍ରକୃତି ତାର ଛୁଆ ମାନକଁର୍ ସାଙ୍ଗେ କଥା ହେଉଛେ । ସେ ସବୁ ଘଟନା ଆଏଁଖ୍ ସାମନେ ଗୁଟେ ଉତାରୁ ଗୁଟେ ଚିତ୍ର ବାଗିର ଆସିତେଲ୍ ଯାଉଛନ୍ । ଗୁନୁ ସମୁଦ୍ର ସାଙ୍ଗେ କଥା ହେଉଛେ ଆର୍ ସମୁଦ୍ର ଗୁନୁ ସାଙ୍ଗେ । ୨୦୧୯ନେ ଯେତକିବେଲକେ ସାଇକ୍ଲୋନ୍ ଫନି ଓଡ଼ିିଶାର ଉପକୂଳ ଅଞ୍ଚଲନେ ତାର ବିତ୍ପାତ୍ ଦେଖଉଛେ । ସେତକିବେଲକେ ତାର ଗାଁନେ ଫିରୁଛେ ଗୁନୁ । ସେନୁକରି ତାର ସୋର ପଡୁଛେ ୧୯୯୯ ମହାବାତ୍ୟାର କଥା । ଫିଲ୍ମନେ ୨୦୧୯ନୁ ପଛକେ ଫିରି ଫିରି ୧୯୯୯ ତକ୍ ଫିରି ଆସୁଛେ ଗୁନୁ । ଇ ସବୁ ଭିତରେ ସମୁଦ୍ର ସାଙ୍ଗେ କଥାବାର୍ତ୍ତା ହେଉଛେ ଗୁନୁ । ସମୁଦ୍ର ତାର ଠାନୁ ସବୁ ନେଇଯାଇଛେ । ତାର ଘର ଦୁଆର , ତାର ପରିବାର, ତାର ଗାଁ ଏନ୍ତାକି ତାର ଅସ୍ତିତ୍ୱ ବି । ଆର ତାର ସପନ୍ ସବୁକେ ବି ଭାଙ୍ଗିଦେଇଛେ ସମୁଦ୍ର । ଇହାଦେ ଗୁନୁର ପାଖେ ଅଛେ ବଏଲେ ଖାଲି ସ୍ମୃତି ଆର୍ ସ୍ମୃତି । ଇ ସବୁ ବାବଦେ ସମୁଦ୍ର ସାଙ୍ଗେ କଥା ହେଉଛେ ଗୁନୁ ।

ଇ ସବୁ ନିଚ୍ଛକ୍ ଚିତ୍ରକେ ନେଇକରି ନୀଳମାଧବ ବନେଇଛନ୍ ‘କାଲିର ଅତୀତ’ । ଜଳବାୟୁ ପରିବର୍ତ୍ତନର ସାମାଜିକ୍ ପରିଣାମ ଯେ କେତେ ଭୟଙ୍କର୍ ହେବାରକେ ଯାଉଛେ । ସେଟା ଇ ଫିଲ୍ମନେ ଗୁଟା ଗୁଟା ଉତରି ଆସିଛେ । ଗୁନୁ ଚରିତ୍ରକେ ପୀତବାସ ତ୍ରୀପାଠି ଜୀବନ୍ତ୍ କରିଦେଇଛନ୍ । ବିନା ଲାଇଟ ଆର୍ ସାଉଣ୍ଡ ଇଫେକଟ୍ ଥି ବି କେନ୍ତା ନିଚ୍ଛକ୍ ସିନେମା ବନେଇ ହେବାଯେ ସେଟାକେ ବି ଶ୍ରୀ ପଣ୍ଡା ଭଲ ହିସାବେ ଦେଖେଇ ପାରିଛନ୍ ।

କାଲିତ ସବୁବେଲେ ଅତୀତ ଏକା ଆଏ । ବାକି ‘କାଲିର ଅତୀତ’ ନାଁ ରୁ ଏକା ଶ୍ରୀ ପଣ୍ଡା ମୁନୁଷ୍ ସମାଜ୍କେ ନିଜକେ ସବୁବେଲେ ପ୍ରକୃତିକେ ନିଜର ସାଙ୍ଗେ ଯୁଡିକରି ଦେଖବାର୍ ଲାଗି ସିନେମା ମାଧ୍ୟମନେ ବାଧ୍ୟ କରି ଦେଉଛନ୍ । ସମୁଦ୍ର ଭିତରେ ଗୁଟେ ନଲକୂଆଁକେ ଦେଖିକରି ଶ୍ରୀ ପଣ୍ଡା ଇ ସିନେମାର ପ୍ରେରଣା ପାଇଥିବାର୍ କହିଛନ୍ । ମୁଲୁ ଶେଷ୍ ତକ୍ ‘କାଲିର ଅତୀତ’ ଭବିଷ୍ୟତ୍କେ ଦେଖବାର୍ ଲାଗି ଆର୍ ତାର ବାବଦେ ଭାବବାର ଲାଗି ବାଧ୍ୟ କରୁଛେ । ଜଳବାୟୁ ପରିବର୍ତ୍ତନ୍ ହିଁ ଆଜି ଦୁନିଆର ଲାଗି ସବୁନୁ ବଡ ବିପଦ୍ । ଆର ବେଲ୍ ଥାଉ ଥାଉ ନାଇଁ ସଲଖିଲେ ଆମର ଆଜିର ସବୁ ସୁନ୍ଦର ଜିନିଷ୍ ଆର୍ ସୁନ୍ଦର୍ ସୁନ୍ଦର୍ ସପନ୍ ଯେ ‘କାଲିର ଅତୀତ’ ହେଇଯିବା । ସେଟା ଇ ସିନେମାନେ ଜଲ୍ ଜଲ୍ କରି ଦୁନିଆକେ ଦେଖେଇ ଦିଆଯାଉଛେ ।

Leave A Reply

Your email address will not be published.