ବାହାରେ ଝାଡା ବସଲେ ଦେବାକେ ପଡବା ଫାଇନ୍ କୁଚିଣ୍ଡା ଏନ୍ଏସିର ପରିବେଶ୍ ସାଫ୍ ସୁତର୍ ଉପରେ ଗୁରୁତ୍ୱ, ନୂଆଁ ନିୟମ୍ କରାଗଲା ଲାଗୁ ଓଡ଼ିଶାଦିହିପାହା By Vandana Mishra On Dec 13, 2020 Share ପ୍ରହସନ୍ ବନିଛେ ପରିବେଶ ସ୍ୱଚ୍ଛତା ପ୍ରସଙ୍ଗ୍ । ଖାଲି ସୋସିଆଲ ମିଡିଆନେ ଦୁଇ ତିନଟା ଫଟୋ ପୋଷ୍ଟ ଆରୁ ବଡ ବଡ କଥା କହିକରି ସାରି ଦିଆଯାଉଛେ ଏଡେ ବଡ୍ କଥାକେ । ନିଜେ ନିଜର ପରିବେଶକେ ସାଫ୍ ସୁତର ରଖବାର ବଦଲେ ଲୋକ୍ ଖାଲି ଇଠାନେ ଦୋଷ୍ ଲଦାଲଦି ହେଇକରି ଚୁପ୍ ରହିଯାଉଛନ୍ । ଆମର ପରିବେଶ୍କେ ସାଫ୍ ସୁତର ରଖବାର ଦାୟିତ୍ୱ ହେଉଛେ ଆମର ସମାଜର ରହୁଥିବାର ଲୋକମାନକଁର । ଯେନଟାକେ ଦିନୁ ଦିନକେ ଲୋକ୍ ଭୁଲି ଗଲେନ । ମନ ଇଚ୍ଛା ଯେ ଜାହିଁ ମଏଲା କେଚରା କରୁଛନ୍ । ଆର କିଛି ଜାଗା ଜାଗା ଅଛେ ଯେନଠାନେ ଆଜିର ଦିନେ ଭିଲ୍ ଲୋକ୍ ବାହାରେ ଝାଡା ବସୁଛନ୍ । ରାସ୍ତା ତରା ମାନକେ ଝାଡା ବସିକରି ପରିବେଶକେ ଖରାପ୍ କରୁଛନ୍ । ଇ ସବୁ ଭିତରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିନେ ଦେଖବାକେ ମିଲିଛେ ଗୁଟେ ଭଲ୍ କଥା । ପରିବେଶ୍କେ ସାଫ୍ ରଖବାର ଉଦ୍ଦେଶ୍ୟନେ କୁଚିଣ୍ଡା ଏନଏସିନେ ଗୁଟେ ନୂଆଁ ନିୟମ୍ ଲାଗୁ କରାଯାଇଛେ । ବାହାରେ ଝାଡା ବସଲେ ୫୦ ଟଙ୍କା ଜରିମାନା ଦେବାକେ ପଡବା ଆରୁ ଘରର ପାଇଖାନାର ମଏଲା ଡ୍ରେନ୍ କି କେନସି ଖୁଲା ଜାଗାକେ ଛାଡଲେ ୫ଶହ ଟଙ୍କା ଫାଇନ୍ ଦେବାକେ ପଡବା । ଆଏବାର ଦିନେ ଇ ସବୁ ପାଇଖାନାର ମଏଲାକେ ପ୍ରୋସେସିଙ୍ଗ୍ କରିକିନା ବେଭହାର ଉପଯୋଗୀ କରାଯିବାର ଲାଗି ଯୋଜନା କରାଯାଉଛେ । ଇଥିର ଲାଗି ୟୁନିଟ୍ ବନାଯିବାର ଲାଗି କାମ୍ ଚାଲିଛେ । କୁଚିଣ୍ଡା ଏନ୍ଏସିକେ ଆଦର୍ଶ ପରିଷଦ କରବାର ଲାଗି ଏନ୍ତା ପଦକ୍ଷେପ୍ ନିଆଯାଇଛେ । ସରକାରକଁର ବାହ୍ୟ ମଳମୁକ୍ତ ଅଂଚଲ କରବାର ଲକ୍ଷ୍ୟକେ ଇଆଡୁ ପୁରା କରାଯିବା । ଇତାର ଆଘୋନୁ ଲୁକେ ମଏଲା କେଚରା ବାହାରେ ପକଉଥିବାର ଦେଖିକରି ସବୁନେ ଡଷ୍ଟବିନ୍ ଯୁଗେଇଦିଆଯାଇଛେ ଆରୁ ପରିବେଶକେ ସୁସ୍ଥ ରଖବାର ଲାଗି ତୁଲସୀ ଗଛ ଲଗଉଥିବାର ଦେଖବାକେ ମିଲିଥିଲା । କୁଚିଣ୍ଡାନେ ସାଧାରଣ ଲୋକକଁର ବେଭହାର ଲାଗି ୪ଟା ଶୌଚାଳୟ ଆରୁ ୭ଟା ଗୋଷ୍ଠୀ ଶୌଚାଳୟ ବନାଯାଇଛେ । ଲୋକମାନେ ବଁଧ୍ ତରା ରାସ୍ତା ତରା ମାନକେ ଝାଡା ବସୁଥିବାର ଦେଖଲା ବାଦ୍ ଇତାର ଉପରେ ରୋକ୍ ଲଗାବାର ଲାଗି ଜରିମାନା ବେବସ୍ଥା କରାଯାଇଛେ । ଏନଏସି ଆଡୁ ନିଆଯାଇଥିବାର ଏନ୍ତା ପଦକ୍ଷେପ୍କେ ସବୁନେ ପ୍ରଶଂସା କରାଯାଇଛେ । clean your enviornmentkuchindakuchinda nacodishasambalpurswachha bharat abhiyan Share