ଧନ୍..ସମ୍ପତ୍ତି..ସଂବୃଦ୍ଧି.. ଆର୍ ବିକାଶ୍ର ଅଧିଷ୍ଠାତ୍ରୀ ଦେବୀ ମା ଲକ୍ଷ୍ମୀକୁଁ ଧନୀନୁ ଗରୀବ୍, ଛୁଆନୁ ବୁଢ଼ା, ରଜାନୁ ପରଜା ସନ୍ତୁଷ୍ଟ୍ କରବାର୍ଲାଗି କିଏ ନାଇଁ ଚାହିଁ ! ସବୁଦିନେ ସବୁଆଡେ ମାଁ ଲକ୍ଷ୍ମୀକଁର୍ ଆଦର୍ । ବରଷ୍ ସାରା ଏନ୍ତା ଗୁଟେ ଦିନ୍ ନାଇଁ ଯେନ୍ଦିନେ ତାଁକର୍ ପୂଜା ନାଇଁ ହୁଏ । ଭାରତର୍ ଅଲଗା ଅଲଗା ଅଞ୍ଚଲନେ ଭିନ୍ ଭିନ୍ ସମିଆନେ ଲକ୍ଷ୍ମୀ ପୂଜା ଜାକ୍ଜମକ୍ ନେ ହେଇଥିସି । ବାକି ସେ ସବୁ ଭିତରେ ମଗ୍ଶୀର୍ ଗୁରୁବାର୍ ଦିନ ଓଡ଼ିଶାରେ ଯେନ୍ ହିସାବେ ଆର୍ ଯେନ୍ ପାରମ୍ପାରିକ୍ କାରଣ୍କେ ନେଇକରି ମା ଲକ୍ଷ୍ମୀକଁର୍ ପୂଜା ହେଇଥିସି ସେଟା ବାକି ସବୁ ପୂଜାଠାନୁ ଭିନେ ଆଏ ।
ମଗ୍ଶୀର୍ ମାସର୍ ମାଣବସା ଗୁରୁବାର୍ ଦିନର୍ ଲକ୍ଷ୍ମୀ ପୂଜା ସାଙ୍ଗେ ଯୁଡି ହେଇଥିବାର୍ କିମ୍ବଦନ୍ତୀ ଆର୍ କଥାନି ସଭେ ଜାନିଛନ୍ । କହେବାର୍କେ ଗଲେ ସାରା ଓଡିଶାର୍ ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ପୁରାଣ୍ ପହଁଚି ପାରିଛେ ବଲି କୁହାଯାଇ ପାରବା । ଫି ବରଷ୍ ମଗ୍ଶୀର୍ ମାସର୍ ଗୁରୁବାର୍ ମାନକୁ ସମକର୍ ଘରେ ଲକ୍ଷ୍ମୀ ଖଟ୍ଲୀ ନିହାତି ଭାବେ ବସିଥିସି । ବହୁତ୍ଟେ ଗାଁ ମାନକୁ ଲକ୍ଷ୍ମୀ ପୁରାଣ୍ ଉପରେ ଅଧାରିତ୍ ନାଟକ୍ ମାନେବି ହେଇଥିସି । ଲକ୍ଷ୍ମୀ ପୁରାଣ୍କେ ନେଇକରି କେତେ ପ୍ରକାର୍ କିର୍ତ୍ତନ୍, ବୈଠକି, କୃଷ୍ଣଗୁରୁ, ପାଲା ବାଗିର୍ ସାଂସ୍କୃତିକ କାର୍ଯ୍ୟକ୍ରମ୍ ମାନେ ହେସି । ପୁରାଣ୍ନେ ଲେଖାହେଇଥିବାର୍ ସବୁ ନିତି-ନିୟମ୍ ହିସାବେ ଘରେ ଘରେ ପୂଜା ହେସି ବାକି ସେ ଲକ୍ଷ୍ମୀ ପୁରାଣ୍ର୍ ପଛଆଡେ ଥିବାର୍ ସମାଜ୍କେ ସୁଧରାବାର୍ ଲାଗି କେତେଯେ ବିଧି ବ୍ୟବସ୍ଥା ମାନେ ଖଞ୍ଜି ଦିଆଯାଇଛେ ସେ ବାବଦରେ ହୁଏତ ଆମେ ମାନେ ଜାନିନାଇଁ ପାରବାର୍ । ଆର୍ ଯଦି ବୁଝିକରି ବି କାମେ ନାଇଁ ଲଗାବାର୍ ବେଲେ ଆମର୍ ଚିନ୍ତାଧାରା କେନ୍ ଆଡେ ଯାଉଛେ ଯେ ଆପଣ୍ ନିଜେ ବିଚାର୍ କରୁନ୍ ।
୧୫ଶହ ଶତାବ୍ଦୀନେ ଯେତେବେଲେ ଭକ୍ତି ପରମ୍ପରା ସାରା ଭାରତନେ ଶିଘେ ଚଢି ସାରିଥିଲା ସେତେବେଲେ ଘରେ ଘରେ ବୈଷ୍ଣବ ଭକ୍ତି ପରମ୍ପରା ଚାପି ଯାଇଥିଲା । ବାକି ସେ ସମିଆକେ ଲକ୍ଷ୍ମୀ ପୁରାଣ୍ ବାଗିର୍ ଗୁଟେ ସଂସ୍କାର୍ଧର୍ମି ଲେଖାଟେ ଲେଖବାର୍ ସାହସ୍ କରିଥିଲେ ପଞ୍ଚସଖା ଯୁଗର୍ ନାଁକରା ଓଡିଆ କବି ବଲରାମ ଦାସ । ତାଁକର୍ ଇ ଲେଖାକେ ‘ସମିଆର୍ନୁ ଆଘର୍ ଲେଖା’ ଆର୍ ‘କ୍ଲାସିକ୍’ ବଲିକରି ସବୁ ଲେଖକ୍, କବି, ସମାଲୋଚକ୍ ଆର୍ ଅଲଗା ସିଆନ୍-ସୂଜନ୍ ମାନେ କହେସନ୍ । ତ ଆଜିର୍ ଇ ଲେଖା ପୂର୍ବ ନୁ ପଶ୍ଚିମ୍ ଆର୍ ଉତ୍ତର୍ ନୁ ଦକ୍ଷିଣ୍.. ରାଏଜ୍ ସାରା ଘରେ ଘରେ ହେଉଥିବାର୍ ମଗ୍ଶୀର୍ ଗୁରୁବାର୍ର ଭକ୍ତି ନାଇଁ ବରଂ ସାମାଜିକ୍ ଦିଗ୍ ଆର୍ ସଂସ୍କାର ଦିଗ୍ ଉପରେ ଲେଖିଛୁଁ ।
୧- ନାରୀ ସଶକ୍ତିକରଣ ହେଉଛେ ମଗଶୀର ମାସେ ହେଉଥିବାର୍ ଲକ୍ଷ୍ମୀ ପୂଜାର ସବୁନୁ ବଡ ସାମାଜିକ୍ ଦିଗ । ଗୁଟେ ଦେବୀ ଯାହାଁକର ସ୍ୱାମୀ ବୈଷ୍ଣବ ଚେତନା ହିସାବେ ସାରା ଦୁନିଆର ସବୁନୁ ବଡ ମହାପୁରୁ ଆନ୍ , ସମିଆ ଆଏଲେ ତାହାକୁଁ ବି ଭୁଲ ଠିକର ହିସାବ ବତେଇ ଦେଇକରି ସମାଜରେ ନାରୀ-ପୁରୁଷର ସମାନତାର କଥା କହୁଛେ ଲକ୍ଷ୍ମୀ ପୁରାଣ ।
୨- ଭାରତର ସମାଜନେ ଚାଲିଥିବାର୍ ଜାତି ପ୍ରଥାର ବିରୋଧନେ ଲକ୍ଷ୍ମୀ ପୁରାଣନେ ଅତି ଭଲ ହିସାବେ ଲେଖାହେଇଛେ । ମାଁ ଲକ୍ଷ୍ମୀ କେହେନସି ବି ଜାଏତ,ପାଏତ୍ ନାଇଁ ମାନିକରି ସମକଁର୍ ଘରକେ ଯିବାର୍ ,ଆର୍ ସମକୁଁ ଆଶୀର୍ବାଦ୍ କରବାର୍ କଥାଟା ମୁନୁଷ୍ ମୁନୁଷ୍ ଭିତରେ ସମାନତାର କଥା କହୁଛେ ।
୩- ମୁନୁଷ ଜନମ୍ ଟେ ପାଇଛୁଁ ବଏଲେ ସଫା ସୁତରା ରହେବାର୍ ଟା ଜରୁରୀ ଆଏ । ଲକ୍ଷ୍ମୀପୁରାଣନେ ଇ ବାବଦେ ବହୁତ୍ ଭଲସେ ଲେଖାହେଇଛେ । ମାଁ ଲକ୍ଷ୍ମୀ ଖାଲି ସଫା ସୁତରା ଆର୍ ଟିକେ କର ସଜା ହେଇଥିବାର୍ ଘରକେ ଯାଇକରି ଆଶୀର୍ବାଦ୍ ଦେବାର୍ ପ୍ରଥାରେ ଆପଣ ଇ କଥା ଜାନିପାରବେ ।
୪- ଓଡ଼ିଶା ମୁଲୁ ଏକା କୃଷିପ୍ରଧାନ ରାଜ୍ୟ ହିସାବେ କାହିଁ ଇତିହାସର ପହେଲା ସମିଆଁନୁ ଏକା ନାଁ କରିଛେ । ଗୁରବାର୍ ଦିନ ଧାନ୍ ଚାଉଲର ପୂଜା ସେ ସଂସ୍କୃତିକେ ଆଗକେ ନେଉଛେ । ଧନ୍ ସମ୍ପତ୍ତିର ଦେବୀ ଧାନ୍ ହିସାବେ ପୂଜା ପାଇକରି ଆମର ଜୀବନରେ ଚାଷ ବାସର ମହତ୍ୱ କାଣା ଆଏଜେ ସେଟା ବି ଇ ପୂଜା ବତାସି ।
୫- ଗୋ ସମ୍ପଦ୍ ର ଯତନ୍ ଆର୍ ପୂଜା ଗାଏ ଦାମୁର ଆମର ମୁନୁଷ ମାନକଁର୍ ଲାଗି କେତେ ଜରୁରୀ ଆନ୍ ସେ ପରମ୍ପରାକେ ଇ ପୂଜା ମାଧ୍ୟମନେ ଆଗକେ ବଢାହେଇଛେ । ମଗଶୀର ଗୁରବାରେ ଲୁକେ ନିଜର ଗୁହାଲ ପୂଜା ଆର୍ ଗାଏ ଦାମୁରକେ ବି ପୂଜା କରସନ୍ ।
୬- ମଗଶୀର ଗୁରବାର୍ ର ଗୁଟେ ବଡ ସାମାଜିକ୍ ଦିଗ୍ ହେଉଛେ ପିଠା ପନା ଦିଆନିଆ । ନିଜର ପଡାନେ ପଡେଶୀ ମାନକୁଁ ନିଜର ଘରେ ବି ଯାହାବି ଭୋଗ ରାଗ ହେଇଥାଉ ଲୋକ୍ ବଣ୍ଟାକୁଣ୍ଟା କରସନ୍ । ଆର୍ ହେଥିରଲାଗି ସେମାନକଁର୍ ଭଲା ଭାବ୍ ବଢସି ଆର୍ ଭାଇଚାରା ବି ବଢସି ।
୭- ଗୁରବାର୍ ଦିନ କେତେ କେତେ ଯେ ପ୍ରକାରର ଖାଏବାର ପିବାର ରନ୍ଧାବଢା ହେଇଥିସି ।ଇଟା ସାରା ରାଏଜର ଖାଦ୍ୟ ସଂସ୍କୃତିକେ ଆଗକେ ନେବାର୍ ଗୁଟେ ବଡ ମାଧ୍ୟମ ହିସାବେ କାମ୍ କରସି ।
୮- ନାରୀ ଏକା ଗୁଟେ ବ୍ୟବସ୍ଥାର କେନ୍ଦ୍ରରେ ରହିକରି ସେଟାକେ ଠିକ୍ ହିସାବେ ଚଲେଇ ପାରସି । ଇ ଜିନିଷଟାକେ ଇହାଦେ ଫେମିନିସମ ଆର୍ କେତେ କାଣା କୁହାଯାଉଛେ । ୧୯୦୦ ମସିହା ଉତାରୁ ଯାକି ଇତାର ଉପରେ ଦୁନିଆ ଭରେ କେତେ ଲେଖା ଆର କାମ୍ ହେଇଛେ । ବାକି ଲକ୍ଷ୍ମୀ ପୁରାଣ କାହିଁ ୪୦୦ ବର୍ଷନୁ ଇ ସବୁ କଥାକେ ପୌରାଣିକ କଥାନୀ ହିସାବେ ଘରେ ଘରେ ପହଞ୍ଚେଇ ଦେଇଛେ
ଲକ୍ଷ୍ମୀ ପୁରାଣର ବାକି ଦିଗ୍ ଅପେକ୍ଷା ଯଦି ତାର ସାମାଜିକ୍ ଆର୍ ସାଂସ୍କୃତିକ୍ ଦିଗକେ ବୁଝିକରି ମୁନୁଷ୍ ସମାଜ୍ ଯଦି ଆଗକେ ବଢତା, ବଏଲେ ଖାଲି ସମାନତା ନାଇଁ ବରଂ ସବୁଆଡେ ଧନ୍ ସମ୍ପତ୍ତି ସୁଖ ଶାନ୍ତି ବ୍ୟାପି ଯାଉଥିତା । ଆର୍ ସେତକି ବେଲେ ଯାକି ଧନ୍ ସମ୍ପତ୍ତି , ସମୃଦ୍ଧି ଆର ବିକାଶର ମାଁ ଲକ୍ଷ୍ମୀ ଆମର ସମକଁର୍ ଉପରେ ଖୁସ୍ ଅଛନ୍ ବଲି ଆମେ କହିପାରମା ।