ଏନ୍ତା କେତେ ଜଣ୍ ବୁଦ୍ଧିଜୀବୀ ବକ୍ତାକଁର୍ ବାବଦନେ ଆପଣ୍ ଶୁନିଛନ୍ ଯାହାଁକର୍ ଭାଷଣ୍ ଶୁନବାର୍ କେ ଷ୍ଟାଡିୟମ୍ ମାନକୁ କିଛି ନିହେଲେ ୪୦/୫୦ ହଜାର୍ ଲୋକ୍ ଭିଡ୍ ଜମଉଥିଲେ । ହଁ, ଭଡାଟିଆ ରାଜନୈତିକ୍ ଶ୍ରୋତା ନାଇଁ । ବକ୍ତାକଁର୍ କହେବାର୍ ତରିକାର୍ ଆକର୍ଷଣ୍ରେ, ତାଁକର୍ ଜ୍ଞାନ୍ର ଝଲକ୍ ଟିକେ ପାଏବାର୍ ଲାଗି, ତାଁକର୍ ସାମାଜିକ୍ ଜୀବନ୍ରେ ଅନୁପ୍ରାଣିତ୍ ହେଇକରି କେନ୍ କେନ୍ ସ୍ତରର୍ ଲୋକମାନେ ଆସିକରି ଠୋଲ୍ ହଉଥିଲେ ଯେ ଆଶ୍ଚର୍ଯ୍ୟର୍ କଥା ଆଏ । ଆଏଜ୍କା ସେନ୍ତା ଜନେକର୍ ‘ମୃତ୍ୟୁ ବାର୍ଷିକ୍’ ଆଏ ଯାହାର୍ ଠାନେ ଇ ଦେଶ୍ କେନ୍ ହିସାବେ ଆଭାର୍ ମାନବା ଯେ ସେଟା କହିନାଇଁ ହୁଏ ।
ଇହାଦେର୍ ଆମର୍ ଆଧୁନିକ୍ ସମିଆର୍ ଲୁକେ ତାଁହାକୁ ବନେକରି ଚିନ୍ହି-ଜାନି ଥିବେ ବଲି ବି ଆଶ୍ ନାଇଁ । ହେନ୍ତାବି ବଦଲି ଯାଉଥିବାର୍ ସମିଆନେ ଇହାଦେ ଆମର୍ ମାନକର୍ ଲାଗି ଦେଶେ ବଡ୍ଲୋକ୍ ହେଉଛନ୍ ‘ରାଜ୍ନେତା’ ଆର୍ କ୍ଷମତାର୍ ଆଖେ ପାଖେ କିନ୍ଦ୍ରା-ମଳ୍ଲା କରୁଥିବାର୍ ଲୋକ୍ମାନେ । ସେସବୁ କଥାନୁ ଆଗ୍କେ ଦେଖିପାରଲା ବାଗିର୍ ମାନସିକ୍ ଅବସ୍ଥାନେ ହୁଏତ ଆମେ ଆର୍ ନାଇନ । ନାଇଁ ହେଲେ ନାନି ପାଲଖିବାଲା ବାଗିର୍ ଭାରତର୍ ଜନେ ଶ୍ରେଷ୍ଠ୍ ବୁଦ୍ଧିଜୀବୀକଁର୍ ‘ମୃତ୍ୟୁ ବାର୍ଷିକ୍’ ଦିନ ବି କାଁ-ଭାଁ କେତେଲୋକ୍କେ ଛାଡିଦେଲେ ତାଁକର୍ ନାଁ-ଗନ୍ଧିବି ନାଇଁ ପଡବାର୍ଟା ଆମର୍ ଦେଶର୍ ବୌଦ୍ଧିକ୍ ଅବସ୍ଥା କେନ୍ ଆଡକେ ଯାଉଛେ ଯେ ଭାବବାର୍ ସମିଆ ଆସିସାରିଛେ ।
ସ୍ୱାଧୀନ୍ ଭାରତ୍ରେ ଯଦି ହିସାବ୍ କରାଯିବା ଯେ ଦେଶ୍କେ ଆର୍ ସମାଜ୍କେ ଗଢ୍ବାର୍ନେ, ଦେଶକେ ଭିନ୍ ଭିନ୍ ହିସାବେ ଆଗ୍କେ ନେବାର୍ନେ ଯେନ୍ କେତେ ଜନକର୍ ସବୁନୁ ଜହକରି ଯୋଗଦାନ୍ ଅଛେ ତାଁକର୍ ଭିତରେ ଜନେ ହେଉଛନ୍ ‘ନାନାଭଏ (ନାନି) ପାଲଖିବାଲା’ । ତାଁକର୍ ବାବଦନେ ଜାନିଥିବାର୍ ଆର୍ ଦେଶ ଦୁନିଆଁର୍ ଖବର୍ ରଖୁଥିବାର୍ ଲୁକେ କହେବେ ଯେ ନାନି ପାଲଖିବାଲା ତାଁକର୍ ସମିଆନେ ଖାଲି ଦେଶେ ନାଇଁ, ସାରା ଦୁନିଁଆନେ ଟପ୍ ୩ ଟା ଓକିଲ୍ ଭିତରେ ଆସୁଥିଲେ । ବହୁତଲୋକ୍ ତାହାଁକୁ ସ୍ୱାଧୀନ୍ ଭାରତ୍ନେ ଜନମ ହେଇଥିବାର୍ ସବୁନୁ ବଡ୍ ବୁଦ୍ଧିଜୀବୀ ବଲିକରି ବି କହେସନ୍ । ଆର୍ କେତେ ଲୁକର୍ କହେବାର୍ ହିସାବେ ଦେଶେ ଜନମ୍ ହେଇଥିବାର୍ ସେ ଥିଲେ ସବୁନୁ ଭଲ୍ ଆର୍ ବଡ୍ ବକ୍ତା । ଲେଖକ, ଅର୍ଥନିତିଜ୍ଞ, ଆଲୋଚକ, ଗବେଷକ, ସମାଜ ସଂସ୍କରକ୍ ଆର୍ କେତେ କେତେ ବିଶେଷଣ୍ ତାଁକର୍ ନାଁ ସାମନେ ଖଞ୍ଜିଦିଆଯାଇ ପାରବା ।
ଦେଶ୍ହିତ୍ନେ ଲଢିଥିବାର୍ କେସ୍ ମାନ୍କୁ ଯଦି ଗୁଟେ ଗୁଟେ ଆଏଁଖ୍କେ ଝଲ୍ସେଇ ଦେଉଥିବାର୍ ତରା ମାନକର୍ ବାଗିର୍ ତରାକେ ତାଁକର୍ ଛାତିନେ ପିନ୍ଧେଇ ଦିଆଯାଇଥିତା ବେଲେ ଯାଗା ନାଇଁ ହେଇଥିତା । ବାକି ଯେନ୍ କେସ୍ର ଲାଗି ନାନି ପାଲଖିବାଲାକଁର୍ ନା ଟା ଦେଶର୍ ଇତିହାସ୍ନେ ସୁନା ଅକ୍ଷର୍ଥି ଲେଖାଯିବାର୍ କଥା ସେଟା ହେଲା ‘କେଶବାନନ୍ଦ ଭାରତୀ କେସ୍’ । ଇ କେସ୍ରେ ନାନି ପାଲଖିବାଲା ଯେନ୍ ହିସାବେ ତାଁକର୍ କଥା ରଖଲେ ଆର୍ ସେନୁ ଯେନ୍ ‘ସମ୍ବିଧାନ୍ର ମୂଲ୍ଢାଞ୍ଚା’ କଥାଟା ବାହାରିକରି ଆସଲା ସେଟା ଦେଶର୍ ସମ୍ବିଧାନ୍ ଆର୍ ଗୁଟେ ହିସାବେ ଦେଶର୍ ଗଣତନ୍ତ୍ରକେ ବଞ୍ଚେଇ ଦେଇଥିଲା । ତାର୍ ପରେ ପରେ ଯେତେବେଲେ ସେ ରାୟ୍ର ଉପରେ ଫେର୍ ଥରେ ସୁପ୍ରିମ୍ କୋର୍ଟ ବିଚାର୍ କରବାର୍ ଲାଗି ବସଲେ ସେନେ ନାନି ପାଲଖିବାଲାକଁର୍ କେସ୍ଲଢା ଦେଖିଥିବାର୍ ଲୋକମାନେ ଆର୍ ଏନ୍ତାକି ବିଚାରପତି ମାନେବି କହୁଥିଲେ ଯେ ସତେ ଯେନ୍ତାକି ସେଟା ନାନି ନାଇଁ ଲଢୁଥାଇ…କେନ୍ ଗୁଟେ ‘ଅଦୃଶ୍ୟ ସତ୍ତା’ଟେ ଭାରତର୍ ଗଣତନ୍ତ୍ର ଆର୍ ସମ୍ବିଧାନ୍କେ ବଞ୍ଚାବାର୍ଲାଗି ଲଢୁଥିଲା ।
ଏନ୍ତା କେତେ କେତେ ବହି ଲେଖାହେଇଛେ ଯେନ୍ନେ ଲେଖାହେଇଛେ ଯେ ନାନି ପାଲଖିବାଲା ଅତି କମ୍ରେ ଏନ୍ତା ୧୪୦ଟା କେସ୍ ଲଢିଥିଲେ ଯେନ୍ଟା ଭାରତ୍ର ଲୋକ୍ମାନକୁ ସବୁଦିନ୍ ତାଁକର୍ ଆଭାର୍ ମାନବାର୍ କଥା । ସେନ୍ତା ଜନେକେ ଆମେ ଖାଲି ତାଁକର୍ ଜନମ୍ ଆର୍ ମରିଥିବାର୍ ଦିନେ କାଁ-ଭାଁ ସୋର୍ ପକାସୁଁ । ଯାହାର୍ ଜୀବନ୍ର ପ୍ରତିଟା ଜିନିଷ୍ରୁ ଆମର୍ ପିଢି ବହୁତ୍ଟେ କଥା ଶିଖି ପାରତା ସେ ଅଧିକାଂଶ ଲୋକମାନକର୍ ଲାଗି ଆଜି ଖାଲି ଗୁଟେ ‘ହେ….ଓକିଲ୍ ଟେ….’ ହେଇକରି ରହିଯାଇଛନ୍ । ତାଁକର୍ନେ ଥିବାର୍ ଅତି-ଦୁର୍ଲଭ୍ ଗୁଣ୍ ଟା ହେଲା ଯେ ସତ୍ ଆର୍ କ୍ଷମତାର୍ ଭିତରେ ତାହାଁକୁ ବାର୍ ବାର୍ ଗୁଟେକେ ବାଛବାର୍କେ ପଡିଥିଲା ଆର୍ ସେ ସବୁଥର୍ କ୍ଷମତାର୍ ଉପରେ ସତ୍କେ ଏକା ବାଛିଥିଲେ । ଆର୍ ଭାରତ୍ନେ ହେନ୍ତା ଲୋକ୍ ଜଣେ ଅଧେ ଦେଖ୍ବାର୍କେ ମିଲୁଛନ୍ ? ଯଦିଓ ତାହାଁକୁ ପଦ୍ମବିଭୁଷଣ ଦିଆଯାଇସାରିଛେ ବାକି ସେ ଯେ ଭାରତର୍ ଗୁଟେ ବହୁତ୍ ବଡ୍ ରତ୍ନ ଥିଲେ ଇ କଥାକେ ଆର୍ କିଏ ସୋର୍ କରୁଛେ ?