ଚାଷୀର ପରବ୍‌ଥି ଚାଷୀ ନିରାଶ୍‌

ହଜିଗଲାନ ସେ ପୁରନା ପରମ୍ପରା, ଆରୁ ନାଏଁନ୍ ସେ ପୁଷପୁନିର ମହକ୍‌

0

ଆମର କଲା, ସଂସ୍କୃତି, ଯାତରା, ପୁନି ପରବ ସବୁ କିଛି ସୁନ୍ଦର । ଭାରତନେ ୧୨ ମାସନେ ୧୩ ପରବ୍ ପାଲନ୍ ହେଇଥିସି । ଆର ସବୁନୁ ବଡ କଥା ହେଲା ସବୁ ପରବ୍ ତିହାର ବାହାର ଆମର ସବୁଦିନିଆଁ ଜୀବନ୍ ସାଙ୍ଗେ ଯୁଡି ହେଇକରି ଥିସି । ହେନ୍ତା ଗୁଟେ ପରବ୍ ହେଉଛେ ପୁଷପୁନୀ । ଲୋକ୍ ପୁଷପୁନିକେ ଟାକି ରହିଥିସନ୍ । ଚାଷ ଆରୁ ଚାଷୀ ମାନକଁର ପରବ ହେଉଛେ ପୁଷପୁନି । ବଛର ଯାକର କରିଥିବାର ପରିଶ୍ରମକେ ଉସତ୍ ଆନନ୍ଦଥି ମନେଇଥିସନ୍ ଚାଷୀଭାଇ । ଧାନ୍ ଅମଲ ହେଇକରି ଚାଷୀ ବଛରେକର ଲାଗି ସାଇତିକରି ରଖସି ଧାନ୍ ଚାଉଲ୍ । ଯେନଠାନୁ ଯାହା ଉଧାର ବାଡି କରିଥିସି ସେସବୁ ଭିଲ୍ ସୁଝିଦେସି । ଆରୁ ଇ ସବୁ ଭିତରେ ନିଜର କୁଟୁମ୍ ଲୁକକଁର ସାଙ୍ଗେ ମିଶିକରି ଇ ଖୁସିକେ ମାନିଥିସନ୍ । ଘରେ ଘରେ ପିଠାପନା, ମଡା ଅରସା ବନାଯାଇସି । ପୁଷପୁନି ଦିନ୍ ଶିକାର ଭାତ୍ ନାଇଁ ହେଲେ ମଜା ନାଇଁ ଥାଏ ବଲସନ୍ ସଭେଁ । ଇ ଦିନ୍ ଯେନ୍ତା ହେଲେ ଭିଲ୍ ଘରେ ଘରେ ଶିକାର୍‌, ଆଇଁସ ବେଷାର କରିକିନା ଭୁଜିଭାତଥି ଦିନ୍ କଟସି । ପୁଷପୁନି ପରବଟା ଗାଁ ଗହଲିନେ ଜହଁ ମାନିଥିସନ୍ ଲୁକେ ଆରୁ ଇତାର ମହକ୍‌ଟା ବି ଗାଁ ମାନକେ ହିଁ ଜନେ ବାରି ପାରବା । ସହରର କଂକ୍ରିଟ୍ ରାସ୍ତା ଆରୁ ବଡ୍ ବଡ୍ ମଲ୍ ଦୁକାନ ବଜାର ଜାଗାନେ ସେ ଖୁସି ନାଇଁନ । ପୁଷପୁନିନେ ସବୁନୁ ଉସତ୍ ଛୁଆକଁର ଥିସି ।

ଘର ଘର ବୁଲିକରି ଛେର ଛେରା ମାଗିଯିବାର ଯେନ୍ ଗୁଟେ ପରମ୍ପରା ଚଲି ଆସୁଛେ ଇଟା ଇ ସମିଆଁନେ ଦେଖବାକେ ମିଲିଥିସି । ଭୁଗା, ଚାଙ୍ଗରି ଯେ ଯେନଟା ପାଏଲା ଧରିକରି ଘର ଘର ବୁଲି ବୁଲି ଛେରଛେରା ମାଗିଯାଏସନ୍ ଛୁଆନୁ ବୁଢା । ଆରୁ ଇ ଦିନ୍ କାହାରି ବାଟୁ କେହି ଖାଲି ହାତେ ଭିଲ୍ ନାଇଁ ଫିରନ୍ । ଛେର ଛେରା ମାଗିଗଲା ବେଲକେ ଇତାର ଗୁଟେ ଲୋକ ଗୀତ୍ ରହିଛେ ଯେନଟା ଗାଇ ଗାଇ ମଗାଯାଏସି ଛେର ଛେରା । ଛେର୍ ଛେର୍ ଛେର୍ ଛେରା… ଇ ଘରର ବୁଢୀ କାହିଁଗଲା…କୁଡା ପିଠା ଖାଇ ଛେରେଇ ହେଲା…ଛେର୍ ଛେର୍ ଛେର୍ ଛେରା… । ଇ ଗୀତ୍ ଟା ପୁଷପୁନି ଦିନ୍ ଗାଁଖୁଲି ଗରଜି ଯଉଥିସି । ପିଠାପନା ସାଙ୍ଗେ ଦାଏଲ୍‌, ଚଉଲ, ଆଲୁ, ବାଏଗନ୍ ଯିଏ ଯାହାର ଶକ୍ତି ହିସାବେ ଦେଇଥିସନ୍ । ଆରୁ ଇ ସବୁ ମାଗିକରି ଆନଲା ଜିନିଷ୍‌ନେ ସଭେ ମିଶିକରି ଭୁଜି ଭାତ କରିକିନା ଖାଇଥିସନ୍ । ଚାଷୀର ଘର ଧାନ୍ ଚାଉଲ, ମୁଗଥି ଭର୍ତ୍ତି ହେଇଯାଇସି ।

ବେଲବୁଡଲେ ଗାଁଖୁଲି ମଝା କେତେ ନାଚ ଗୀତ୍ ଆର ଖେଲ୍ କୁଦ୍ ହେଇଥିସି । ରସରକେଲି, ଡାଲଖାଇ ଲେଖେଁ ଲୋକଗୀତ୍ ତାଲେ ହଜିଯାଏସି ଚାଷୀର ମନ୍ । ବରଷ୍ ଯାକର ସବୁ ଉର୍ଘାବଥା ଇ ଖୁସିବାସୀ ଭୁଜିଭାତ ନାଚ ଗୀତ୍‌ନେ ପଲେଇ ଯାଇଥିସି ।

ଆଧୁନିକ୍ ଯୁଗ୍ ସାଙ୍ଗେ ଇହାଦେ ସମିଆଁ ବଦଲିଛେ ଆର ଆମର ସେ ପୁରନା ପରମ୍ପରାନେ ଆଉ ସେ ମହକ୍ ନାଇଁନ୍ । ଲୋକ୍ ଇହାଦେ ପୁଷପୁନୀ ବଏଲେ ଖାଲି ଶିକାର ଭାତ୍ ଖାଇକରି ମନାବାରଟା ଭାବୁଛନ୍ । ପୁଷପୁନି ଦିନ୍ ଘର ମାନକେ ମାଛ, ମାଂସ ଖାଇଦେଲେ ପରବ୍ ପାଲନ୍ ହେଇ ଯାଉଛେ ବଲି ଭାବୁଛନ୍ । ଆଏଜ ବହୁତ୍ ଲୋକ୍ ପୁଷପୁନି ପରବର ମୂଲ୍ ଜିନିଷ୍‌ଟା ନାଇଁ ଜାନି କି ନାଇଁ କହି ବି ପାରନ୍ । ଗାଁ ଗହଲି ମାନକେ ଭିଲ୍ ଧୀରେ ଧୀରେ ଇ ସବୁ ହଜି ହଜି ଗଲାନ୍ । ନାଁ ସେ ଛେର ଛେରା ଗୀତ୍ ଶୁନବାର ଲାଗି ମିଲୁଛେ ନା ହିଁ କେହି ଆରୁ ମାଗି ଯାଉଛନ୍ ଛେର ଛେରା । ଇ ସବୁ ଇହାଦେ ଖାଲି ଗୁଟେ ପୁରନା ସଂସ୍କୃତି ପରମ୍ପରାର ସ୍ମୁତି ହେଇକରି ରହିଯାଇଛେ । ଗୁଟେ ଆଡେ ପରମ୍ପରା ହଜିଯାଉଥିବାର ବେଲକେ ଆର ଗୁଟେ ଚାଷୀକଁର ସମସ୍ୟା ଭିଲ୍ ନାଇଁ କମବାର । ବଛର ଯାକ କ୍ଷେତେ କାଏଁ ଶୀତ୍‌, କାଏଁ ଖରା, କାଏଁ ବର୍ଷା ସବୁ ସହିକରି ନିଜର କୁଟୁମ୍ ପୁଷବାର ଲାଗି ମେହେନତ୍ କରୁଥିବାର ଚାଷୀକେ ତାର ପରିଶ୍ରମର ମୂଲ୍ୟ ନାଇଁ ମିଲବାର । ଇତାରନୁ ବଡ୍ ଦୁଃଖର କଥା କିଛି ନାଇଁନ । ଯେନଟାକି ଇହାଦେ ଭିଲ୍ ଦେଖବାକେ ମିଲୁଛେ । ମଣ୍ଡି ମାନକୁଁ ଖୁଲା ଆକାଶତ ତଲେ ବସ୍ତା ବସ୍ତା ଧାନ୍ ପଡି ରହିଛେ ଆର ଚାଷୀ ଧାନ୍ କେତେବେଲେ ଉଠବା ତାହାକେ ଯୁଗିକରି କରି ରହୁଛେ । ଚାଷୀ ସୁବିଧାର ଲାଗି ହେଇଥିବା ଟୋକନ୍ ବେବସ୍ଥାନେ ଭିଲ୍ ଅବେବସ୍ଥା ଦେଖବାକେ ମିଲିଛେ । ପ୍ରକୃତ୍ ଚାଷୀକୁଁ ଟୋକନ୍ ନାଇଁ ମିଲୁଥିବାର ବେଲକେ ଦଲାଲକଁର ଶିକାର ହେଉଛନ୍ ଇମାନେ । ଇହାଦେ ଟୋକନ୍‌ର ସମିଆଁ ଶେଷ୍ ହେଇସାରିଥିବାର ବେଲକେ ଧାନ୍ ବିକ୍ରି କେନ୍ତା ହେବା ସେହି ଚିନ୍ତାନେ ପଡିଛନ୍ ଚାଷୀ । ଏନ୍ତା ଗୁଟେ ସମିଆଁ ଆସିଛେ ଯେନଠାନେ ଚାଷୀର ପରବନେ ଚାଷୀ ହି ଚିନ୍ତାନେ ଅଛେ । କୁଟୁମ୍ ପୁଷବାର ଚିନ୍ତା ଘାରିଥିବାର ଚାଷୀ କେନ୍ତା ଖୁସିବାସୀ ମନାବା । ପରମ୍ପରାକେ ବଂଚାବାର ଲାଗି ହେଲେ ନିଜର ପାଶେ ଭିଲ୍ ଶକ୍ତି ଥିବାର ଅଛେ । ଇଠାନେ ପେଟ ଲାଗି ସବୁ ନାଟ୍ ଲାଗିଛେ ଆରୁ ପରମ୍ପରା ବଂଚାବାର କଥା କିଏ କାଣା ହେଲା ଯେ ବି ଭାବବା । ଚାଷୀର ସମସ୍ୟା ଭିତରେ ସେ ତିହାର ବାହାର ପୂଜା ପରମ୍ପରା ଆଏଜ୍ ସବୁକିଛି ଫିକା ପଡିଛେ ।

Leave A Reply

Your email address will not be published.