ଗାଁଖୁଲିନ ବାଜଲାନ ଢୋଲ, ନିଷାନ୍ । ଛାତି ଦୁଲକୋଉଛେ ବଜାର ତାଲ । ଖଗଲା ବେଟଲା, ନାକେ ଝରା ଗୁନା ପିନ୍ଧି ସକ୍ଟାପରି ଧଡି ଲଗା କପଟାନେ କୁଆଁରି ଟୁକେଲମାନେ ବାହାରିଲେନ । ପଂଚବାଦ୍ୟ ଦୁଲଦୁଲିର ତାଲେ ତାଲେ ତାଲ ପକେଇକରି ଅଂଟା ମଲକେଇ କରି କେତେ ଭଙ୍ଗୀନେ ମନର ଭାବକେ ନାଚି ନାଚି କହୁଛନ୍ । ପଶ୍ଚିମ ଓଡ଼ିଶାର ଭାଷା ଯେତକି ମଧୁର ଇତାର କଲା ସଂସ୍କୃତି ସେତକି ମହାନ । ସେ ଗୀତ, ନାଚ, ତାକଁର କପଟା ପିନ୍ଧା, ତାକଁର ବଜା ସବ ଇମାନକୁଁ ଦୁଶରା ଲୁକଁକରନୁ ଭିନ୍ କରସି । ଷୁଲହ ଭରନୀ ବାଦ୍ୟର ତାଲେ ନାଚି ଉଠସି ମନ । ଧଙ୍ଗଡା ଧାଙ୍ଗଡୀକଁର ନାଚ ଦେଖିକରି ସଭେ ବିଭୋର ହେଇ ଉଠସନ୍ । ସମ୍ବଲପୁରୀଆକଁର ଖୁସିବାସୀ ଥି ଲୋକଗୀତ ଲୋକନାଚର ଝଲକ ଦେଖବାକେ ମିଲସି ।
ରସରକେଲି,ଡାଲଖାଇ,ଚୁଟକୁଚୁଟା, ମାଏଲା ଜଡ ଆଏଝ ଭିଲ ମନ ଘିନସି ଲୁକକଁର । ଇ ପରମ୍ପରା ଖୋବଟେ ଜୁହ୍ନା ହେଇଥିବାର ବେଲକେ ଦେଶ ସ୍ୱାଧୀନ ହେଲା ବାଦ୍ ଲୋକଲୋଚନକେ ଆସିପାରିଥିଲା । ଆର ଆଏଝ ଇ ନାଚ ଗାନା ବିଶ୍ୱ ଦରବାରନେ ପଶ୍ଚିମ ଓଡ଼ିଶାବାସୀକୁଁ ଦେଇଛେ ନୂଆ ପେହଚାନ । ସମ୍ବଲପୁରୀ ବାଜା ଆର ନାଚ ର ମହନୀ ପହେଲାର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିକଁର ଉପରେ ଭିଲ ପଡିଥିଲା । ସମ୍ବଲପୁରୀ ଲୋକଗୀତ ଇନ୍ଦିରା ଗାନ୍ଧୀକୁଁ ଭିଲ ଠହରେଇ ନାଇଁ ପାରଲା । ସମ୍ବଲପୁରୀ ନୃତ୍ୟାଙ୍ଗନା ଗୁରବାରୀ ମିର୍ଦ୍ଧାକଁର ସାଙ୍ଗେ ୧୯୬୭ ସାଲେ ଇନ୍ଦିରା ଭିଲ ନାଚିପକେଇଥିଲେ । ସମ୍ବଲପୁରୀ ନାଚର ମେନ୍ ଆକର୍ଷନ୍ ହେଉଛେ ଇଥରେ ନାଚୁଥିବାର ଟୁକେଲ ମାନକଁର ବେଶ ଭୁଷା । ଯେନଟାକି ଇତାକେ ଆହୁରି ସୁନ୍ଦର କରସି । ସକ୍ଟାପରୀ ବାନ୍ଧ କପଟାଥି ଦେଉଲ ପକା ଧଡୀ ପକା ଶାଢୀକେ ଯତନକରି ପିନ୍ଧିଥିସନ୍ । ଅଂଟାନେ ଗୁନଚି, ବେକେ ଖଗଲା, ବେଟଲା, ପଏସା ମାଲି, ହାତେ କତରିଆ ବନ୍ଦରିଆ, ଅଲତା ଲଗା ଗୁଡକେ ଘୁଙ୍ଗରୁ ମାଲା, ଫୁଲ ଲଗା ଖୁସାକେ ପରକାଠି, ଆର କପାଲେ ସିନ୍ଦୂର ସିଙ୍ଗାର ଟୁପା । ପାରମ୍ପରିକ ବେଶ ଭୂଷାଥି ସଜେଇ ହେଇକରି ମୁଲକି ହସି ଦେଇ ନାଚ ଗାନା ତାଲେ ନାଚିଥିସନ ଇମାନେ । ନୂଆଖାଇ ହେଉ କି ପୁଷପୂନି କେନସି ବି ଜାନି ଯତରା ହେଉ, ସବୁନେ ସମ୍ବଲପୁରୀ ଲୋକନାଚ ଆର ବାଜା ବାଜବାରଟା ଥୟ ଆଏ । ମା ସମଲେଇର ପାହା ତଲେ କୁଟି ମୁଡିଆ ମାରି କରି ମାଁର ବନ୍ଦନା କରିଥିସନ୍ ନୃତଙ୍ଗନା । ସବୁ ଗୀତ ଆର ବଜାର ଦୁଶରା ଅର୍ଥ ରହିଛେ , ଡାଲଖାଇନେ ମାଁ ଡାଲଖାଇ ଦେବୀକୁଁ ସୁମରନା କରିକିନା ନିଜର ଭାଇମାନକଁର ଲମ୍ବା ଆୟୂଷର ପ୍ରାର୍ଥନା କରିଥିସନ୍ ବହେନ୍ । ହେନ୍ତା ରସରକେଲି ଗାନା ସବୁ ଟୁକେଲ ପିଲାକଁର ଭଲପାଏବାରକେ ବୁଝାସି । ଆଏଝ କାଲିର ଟୁକେଲ ପିଲାକଁର ଭିତରେ ଆଧୁନିକତାର ଛାପ ପଡିଛେ ସତ ହେଲେ ଭିଲ୍, ନିଜର କଲା ସଂସ୍କୃତିକେ ନାଇଁ ପାଶରି ଇମାନେ । ଆର ଇ ନାଚ ଗୀତ ଖାଲି ଆର ପଶ୍ଚିମ ଓଡ଼ିଶା କି ରାଏଜ ଦେଶ ନୁହେଁ ଦେଶ ବାହାରେ ଭିଲ ନାଁ କରିଛେ । ସେ ରଙ୍ଗବତୀ ଗୀତ ହେଉ କି ଦୁଲଦୁଲି ବଜାର କମାଲ ସବୁ କିଛି ଆମକୁ ଭଟାନେ ଆମର ପରିଚୟକେ ନୂଆ ହିସାବେ ଦେଇଛେ ପେହଚାନ୍ ।
ଇ ମାଟିର ଫକିର ଆଜ୍ଞା ହେଉନ କି, ଜିତେନ୍ଦ୍ରୀୟ ହରିପାଲ, କ୍ରିଷ୍ଣା ପଟେଲ, ହେଉନ କି ଗୁରବାରୀ ମିର୍ଦ୍ଧା , ବେଟିଖାଇ ସଭେ ଇ ସମଲ ମାଏଟକେ ନିଜର କଲା ମାଧ୍ୟମନେ ଧଏନ କରିଛନ୍ । ଆଝି ଭିଲ କେନସିଠାନେ ନାଚ ଗୀତର ଆସର ଲାଗଲେ ରଙ୍ଗବତୀ ଗାନା ବାଜସି । କହେବାରକେ ଗଲେ ସମ୍ବଲପୁରୀଆକଁର ରକତନେ ହି ଭରିରହିଛେ ଇ ଗୀତ ତାଲ । ଛୁଆନୁ ବୁଢା, ଧଙ୍ଗରା ଧାଙ୍ଗରୀ ସଭେଁ ଇଥରେ ମସଗୁଲ । ଦୁଲଦୁଲ ବାଜଲେ କି ନିଜକୁ ଠହରେଇ କରି ରଖି ନାଇଁ ପାରନ ସମ୍ବଲପୁରିଆ । ହେତିର ଲାଗି ତ କହେସନ କି, ଢୋଲ ମହୁରୀ ଦୁଲଦୁଲ ବାଜଲେ ଭଏଁରା ବଲସି ଶୁନମି ଶୁନମି ଆର ଛୁଟା ଭିଲ ଛଟକି ଉଠସି ଗୀତର ତାଲେ । ଇ ମାଟିର ମହକକେ ଆହୁରି ବଢେଇପାରିଛେ ଇତାର ଲୋକନାଚ ଆର ଲୋକଗୀତ । ଇ ପରମ୍ପରା ଆର କଲା ସଂସ୍କୃତିକେ ବଛର ବଛର ଧରିକିନା ମହକେଇକିନା ରଖବାର ଲାଗି ଆଏଝ ଭିଲ ଇ ମାଏଟର ପିଲା ଟୁକେଲ ଚେରେଷ୍ଟା ଜାରି ରଖିଛନ୍ । ମାଁ ସମଲେଇର ଆଶିଷ ଏନ୍ତା ରହିଥାଉ ସମ୍ବଲପୁରିଆକଁର ଭିତରେ ।