Browsing Tag

odisha

ଆଏବାର ୧୪ନେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ

କରୋନା ଉତାରୁ ମୁଖ୍ୟମନ୍ତ୍ରୀକଁର ପହେଲା ଜିଲ୍ଲା ଗସ୍ତ । ଆଏବାର ୧୪ ତାରିଖନେ ସରକାରୀ କାର୍ଯ୍ୟକ୍ରମନନେ ଯୋଗ ଦେବାର ଲାଗି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ । ଇ ନେଇକରି ଗୁଟେ ଭିଡିଓ ମାଧ୍ୟମନେ ସୂଚନା ଦେଇଛନ୍ ନିଜେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀକୁଁ ଜୁହାର ଜନେଇକରି ଜିଲ୍ଲା ଗସ୍ତ…

ବାହାରିଲା ନବୀନକଁର ମନ୍ତ୍ରୀ ମଣ୍ଡଳର୍ ସଦସ୍ୟକଁର ସମ୍ପତ୍ତି ଲିଷ୍ଟ୍‌

ସରକାରୀ ବେବସ୍ଥାନୁ ଦୁର୍ନୀତି ହଟାବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ ବଡ ଘୋଷଣା କରିଥିଲେ । ବିଜେଡି ପ୍ରତିଷ୍ଠା ଦିବସନେ ମୁଖ୍ୟମନ୍ତ୍ରୀ ସବୁ ନେତା, ମନ୍ତ୍ରୀନୁ ନେଇକରି ସରକାରୀ କର୍ମଚାରୀକଁର ସମ୍ପତ୍ତି ର ଲିଷ୍ଟ ସର୍ବସାଧାରଣନେ ବାହାର କରାଯିବାର ନେଇକରି ଘୋଷଣା କରିଥିଲେ ।…

ଡାକ୍ତରୀ ଆର୍ ଇଞ୍ଜିନିୟରିଂ କଲେଜ୍ କୋଟା ଲାଗି ବନ୍‌ଲା କମିଟି

ସରକରୀ ସ୍କୁଲ୍ ମାନକୁ ପଢୁଥିବାର୍ ଛୁଆ ମାନକର୍ ଲାଗି ଡାକ୍ତରୀ ଆର୍ ଇଞ୍ଜିନିୟରିଂ ସିଟ୍ ସଂରକ୍ଷିତ୍ କରବାର୍ ଲାଗି ଓଡିଶା ସରକର୍‌କଁର୍ ନିଷ୍ପତ୍ତିକେ କେନ୍ତା ହିସାବେ ଠିକ୍ ସେ କାର୍ଯ୍ୟକାରୀ ପରାଯାଇ ପାରବା ଯେ ସେତାର୍ ଉପରେ ଗୁତା ଉଚାର୍ କରବାର୍ ଲାଗି ରାଜ୍ୟ ସରକାର୍ ଗୁଟେ କମିଟି ସେ…

କମିଟି କହେବାର୍ ହିସାବେ କମ୍‌ବା ସ୍କୁଲ୍ ଫି

ରାଏଜେ ଥିବାର୍ ବେସରକାରୀ ସ୍କୁଲ୍ ମାନେ ଲକ୍‌ଡାଉନ୍ ସମିଆର୍ ଫି କେତେ କେତେ କମ୍ କରବେଯେ ସେଟକେ ନେଇକରି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ । ହାଇକୋର୍ଟ ରାୟନେ କହିଛନ୍ ଯେ ଇ ବାବଦରେ କୋର୍ଟ ଯେନ୍ କମିଟି ବନେଇଛନ୍ ସେ କମିଟିର୍ ରିପୋର୍ଟ ଆସଲାପରେ ଯାକିର୍ ଇ ଉପରେ ଆଗକେ…

ବଲାଙ୍ଗିର୍ ର ଗୁଗୁଲ୍ ବୟ୍ ଫେରଥରେ କମାଲ୍ ଦେଖାଲେ

ବଲାଙ୍ଗିର୍ ଜିଲ୍ଲାର୍ ଭେଙ୍କଟ୍ ରମଣ ପଟ୍ଟନାୟକ୍ ଯିଏକି ଗୁଗୁଲ୍ ବୟ ନାଁ ଥି ଜନାଶୁନା ଆନ୍ । ତାହାକୁଁ ମାତ୍ର ୭ ବରଷ ହେଇଥିବାର୍ ବେଲ୍‌କେ ସେ ମାଇକ୍ରୋସପ୍ଟ୍ ଏସୋସିଏଟ୍ ପରୀକ୍ଷା ଦେଇକରି ସେଥି ସଫଲତା ପାଇଛନ୍ । ଜାଭା ,ଏସଟିଏମଏଲ୍ ପ୍ରୋଗାମିଂ ଲାଗି ମାଇକ୍ରୋସପ୍ଟ୍ ପରୀକ୍ଷା କରାଯାଇଥିଲା…

ଆଏବାର ୧୯ନେ ଶୁଲିଆଯାତ୍ରା

ଆଏବାର ୧୯ ତାରିଖନେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ର ନାଁକରା ଶୁଲିଆ ଯାତ୍ରା ହେବାକେ ଯାଉଛେ । ଯାତ୍ରାର ପ୍ରସ୍ତୁତି ନେଇକରି କୁଲତାପଡ଼ା ପଂଚାୟତ୍ ମୁଡପଡା ଗାଁନେ ଗୁଟେ ବୈଠକ ହେଇଯାଇଛେ । ଇ ବରଷ୍ କରୋନା ଡର ଥିବାର ବେଲକେ କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ଯାତ୍ରା କରାଯିବାର ନେଇକରି…

ଅଗ୍ନିଶମ୍ ପୋର୍ଟାଲ ଆରୁ ଫାୟାର ପାର୍କର ଶୁଭାରମ୍ଭ

ଅଗ୍ନିଶମ ବିଭାଗର ସେବା ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଆଡୁ ମୁଖ୍ରମନ୍ତ୍ରୀ ପୋର୍ଟାଲର ଶୁଭାରମ୍ଭ କରିଥିବାର ବେଲକେ ୫-ଟି ଅଧୀନନେ ଥିବାର ଇ ପୋର୍ଟଲ ଆଡୁ ଲୁକକୁଁ ୧୬ଟା ସେବା ମିଲିପାରବା । ଇତାର ସାଙ୍ଗେ ଭୁବନେଶ୍ୱର ବରମୁଣ୍ଡାନେ ଥିବାର ଅଗ୍ନିଶମ ଆରୁ…

ଅନଲାଇନ୍ ନେ ବିକ୍ରି ହେଉଛେ ଓଡିଶାର୍ ହସ୍ତତନ୍ତ

ଓଡିଶାର୍ ହସ୍ତକଲାର୍ ଚାହିଦା ଇହାଦେ ସାରା ଦେଶ୍ ଆର୍ ସାରା ବିଶ୍ୱନେ ବଢିଚାଲିଛେ । ସେଥିର୍ ଲାଗି ବଲିକରି ଭିନ୍ ଭିନ୍ ‘ଇ କମର୍ସ ' ସାଇଟ୍ ମାନକୁଁ ଆମର୍ ଓଡିଶାର୍ ଭିନ୍ ଭିନ୍ ହସ୍ତକଲା ଯେନ୍ତା ସମ୍ବଲପୁରୀ ଶାଢୀ ହେଉ କି ଓଡିଶାର୍ ଆର୍ କିଛି ହସ୍ତଶିଲ୍ପ ହେଉ ସବୁ ବିକ୍ରିବଟା ହେବାର୍ ଆରମ୍ଭ…

ଭାଗବତ ପାଠାଗର ସଦସ୍ୟକଁର ନୂଆଁ ଚେଷ୍ଟା

ତନ୍ତ୍ର,ମନ୍ତ୍ର, ଯନ୍ତ୍ରର ପୀଠ୍ ହେଉଛେ ସୁବର୍ଣ୍ଣପୁର ଜିଲ୍ଲା । ଗଡଜାତ୍ ସହର ହିସାବେ ଜନା ଇ ସହରକେ ମନ୍ଦିର ମାଲିନୀ କୁହାଯାଉଥିବାର ବେଲକେ ଇଠାନେ ରହିଛନ୍ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଆର୍ ଅଷ୍ଟ ଚଣ୍ଡି । ଶକ୍ତି ପୀଠ୍ ମାନେ ଇଠାନେ ଥିବାର ଲାଗି ପୁରାତନ୍ ଯୁଗନୁ ଇତାକେ ନିଜର ସାଧନା ସ୍ଥଲ…

ଏସ୍ .ମୁରଲୀଧର୍‌କଁର୍ ଶପଥ୍ ପାଠ୍

ଓଡିଶା ହାଇକୋର୍ଟର୍ ମୁଖ୍ୟ ବିଚାର୍‌ପତି ହିସାବେ ଡ.ଏସ.ମୁରଲୀଧର୍ ଶପଥ ନେଇଛନ୍ । ତାକଁର୍ ଇ ଶପଥ ପାଠ୍ ଉତ୍ସବ ରାଜଭବନ୍ ଠାନେ ଅନୁଷ୍ଠିତ୍ ହେଇଥିଲା ଯେନଥି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାହାକୁଁ ଶପଥ୍ ପାଠ୍ କରେଇଥିଲେ । ମୁଖ୍ୟ ଶାସନ ସଚିବ୍ ସୁରେଶ୍ ଚନ୍ଦ୍ର ମହାପାତ୍ର ନିଯୁକ୍ତିପତ୍ର…