ଦେଶ୍ ମାନୁଛେ ‘ବିଜୟ ଦିବସ୍‌’

ଦେଶ୍ ମାନୁଛେ ‘ସ୍ୱର୍ଣ୍ଣିମ୍ ବିଜୟ ବରଷ୍‌’ ଆର୍ ଆଏଜ୍‌କା ଦେଶେ ଜଲିଛେ ‘ସ୍ୱର୍ଣ୍ଣିମ୍ ବିଜୟ ମଶାଲ୍‌’ ।

0

‘ଡିସେମ୍ବର୍ ୧୬’ ଭାରତର୍ ସାମରିକ୍ ଇତିହାସ୍‌ରେ ଗୁଟେ ବଡଭାରି ଦିନ୍ । ସବୁ ବରଷ୍ ଇ ଦିନ ଭାରତ୍‌ରେ ବିଜୟ ଦିବସ୍ ମନାଯାଏସି । ୧୯୭୧ ମସିହାନେ ଆଜିର୍ ଦିନେ ଭାରତ୍ ସେନା ଆର୍ ବାଂଲାଦେଶ୍‌ର ମୁକ୍ତି ବାହିନୀ ସାମ୍ନାରେ ପାକିସ୍ତାନ୍ ସେନା ବିନା ସର୍ତ୍ତ ନେ ଆତ୍ମସମର୍ପଣ୍ କରିଥିଲା ଆର୍ ତାର୍ ସାଙ୍ଗେ ଏକା ପାକିସ୍ତାନ ଦୁଇଖଣ୍ଡ୍ ହେଇଯାଇକରି ପୂର୍ବ-ପାକିସ୍ତାନଟା ବାଂଲାଦେଶ ହେଇଥିଲା । ଆଏଜ୍ ସେ ଘଟନାକେ ପୁରିଛେ ୫୦ବରଷ୍ ଆର୍ ସେଥିର୍ ଲାଗି ଦେଶ୍ ମାନୁଛେ ‘ସ୍ୱର୍ଣ୍ଣିମ୍ ବିଜୟ ବରଷ୍‌’ ଆର୍ ଆଏଜ୍‌କା ଦେଶେ ଜଲିଛେ ‘ସ୍ୱର୍ଣ୍ଣିମ୍ ବିଜୟ ମଶାଲ୍‌’ ।


ଯଦିବି ଇ ସବୁ କଥା ବାବଦନେ କମ୍‌-ବେଶିକରି ସଭେ ଜାନିଥିବେ ବାକି ପାକିସ୍ତାନ୍ ଦୁଇଭାଗ୍ ହେବାର୍ କାରଣ୍‌ଟା ଇନେ ଆଲୋଚନା କରୁଛୁଁ । ଭାରତ୍ ସ୍ୱାଧୀନ୍ ହେଲା ଉତାରୁ ଦୁଇଭଗ୍ ହେଇ ଯାଇକରି ଭାରତ ଆର୍ ପାକିସ୍ତାନ ହେଇଯାଇଥିଲା ବାକି ପାକିସ୍ତାନର ଦୁଇଟା ଅଞ୍ଚଲ୍ ପୂର୍ବପାକିସ୍ତାନ ଆର୍ ପଶ୍ଚିମ୍‌-ପାକିସ୍ତାନ ହିସାବେ ରହେଲା । ପାକିସ୍ତାନର ଦୁହି ଅଞ୍ଚଲ୍ ପୂର୍ବ-ପାକିସ୍ତାନ ଆର୍ ପଶ୍ଚିମ୍‌-ପାକିସ୍ତାନ ଭିତରେ ସବୁବେଲେ ଗୁଟେ ଘିଚାଟନା ଲାଗି ରହୁଥିଲା । ପଶ୍ଚିମ୍‌-ପାକିସ୍ତାନର ଲୁକେ ସବୁବେଲେ ସବୁ କଥାନେ ପୂର୍ବ-ପାକିସ୍ତାନର ଲୋକମାନକୁ ଦବେଇକରି ରଖୁଥିଲେ । ସେମାନକୁ ଦେଶର୍ କେହେନ୍‌ସି ବଡ୍ ପଦପଦବୀ ମାନକେ ରହେବାର୍ ଲାଗିବି ନାଇଁ ଦେଉଥାଇ । ପୂର୍ବ-ପାକିସ୍ତାନର ଲୋକ୍ ମାନକର୍ ଉପରେ ବହୁତ୍ ପ୍ରକାରର୍ ଅତ୍ୟାଚାର୍ ଲାଗି ରହୁଥିଲା ଆର୍ ଗୁଟେ ଦେଶର୍ ସମାନ୍ ନାଗରିକ୍ ହିସାବେ ଅଧିକାର୍ ବି ନାଇଁ ମିଲୁଥାଇ । ତ ଯଦିଓ ମୁସଲମାନ୍ ସଂଖ୍ୟା ବେଶୀ ଥିବାର୍ ହିସାବ୍‌ନେ ସେମାନେ ଗୁଟେ ଦେଶ୍ ଥିଲେ ବାକି ବାକି ଗୁଟେ ଦେଶ୍‌ର ଯାହା ଯାହା ଆଚରଣ୍ ଆର୍ ବ୍ୟବହାର୍ ରହେବାର୍ କଥା ସେନ୍ତା ବିଲ୍‌କୁଲ୍‌ବି ନାଇଁଥାଇ ।


ଧିରେ ଧିରେ ଇ ସବୁ ଜିନିଷ୍‌କେ ନେଇକରି ପୂର୍ବ-ପାକିସ୍ତାନର ଲୁକେ ଜୋର୍ ବିରୋଧ୍ କରବାର୍ ଆରମ୍ଭ୍ କଲେ । ପୁରା ପାକିସ୍ତାନନେ ସମାନ୍ ଅଧିକାର୍ ପାଏବାର୍ ଲାଗି ସେମାନେ ଜୋର୍‌ଦାର୍ ଅନ୍ଦୋଲନ୍ କଲେ । ୧୯୭୦ନେ ପାକିସ୍ତାନନେ ହେଇଥିବାର୍ ନିର୍ବାଚନ୍‌ନେ ପୂର୍ବ-ପାକିସ୍ତାନର ନାଁକରା ନେତା ଶେଖ୍ ମୁଜିବୁର୍ ରେହ୍‌ମାନ୍‌କଁର୍ ଦଲ୍‌ର ବହୁତ୍ ଭଲ୍ ଫଲାଫଲ୍ ହେଇଥିଲା । ବାକି ତାହାଁକୁ କ୍ଷମତା ନାଇଁ ଦିଆଗଲା ଆର୍ ଇଟାକେ ନେଇକରି ସେନର୍ ଲୁକେ ଜୋର୍‌ଦାର୍ ଆନ୍ଦୋଲନ୍ କଲେ । ପଶ୍ଚିମ୍‌-ପାକିସ୍ତାନର ଆର୍ମି ଲିଡରସିପ୍ ସେ ଆନ୍ଦୋଲନ୍‌କେ ଅତି ନିଷ୍ଠୁର୍ ଭାବେ ଦମନ୍ କଲେ । ପଶ୍ଚିମ୍‌-ପାକିସ୍ତାନର ମୌଳବାଦୀ ନେତା ଆର୍ ସୈନ୍ୟବାହିନୀ ମିଶିକରି ପୂର୍ବ-ପାକିସ୍ତାନର ଲୋକ ମାନକର୍ ଉପରେ ବହୁତ୍ ଅନ୍‌ମୁନ୍‌ସିଆ ହିସାବର୍ ଅତ୍ୟାଚାର୍ ମାନେ କରଲେ । ସେନର୍ ଝି-ବହ ମାନକର୍ ଇଜ୍ଜତ୍ ଲୁଟଲେ । ଛୁଆ ମାନକୁ ବହୁତ୍ ପ୍ରକାରେ ଅତ୍ୟାଚାର୍ କଲେ । ସେନର୍ ବଛା ବଛା ୧୦୦୦ ବୁଦ୍ଧିଜୀବୀ ଧରିଆନିକରି ମାରିଦେଲେ । ଇ ସବୁ ଖରାପ୍ ପରିସ୍ଥିତି ଭିତରେ ସେନର୍ ଲୁକେ ଭାରତକେ ପଶି ଆସଲେ । ପାଖାପାଖି ୧କୋଟି ଲୋକ୍ ଭାରତ ଭିତରେ ଆସିକରି ଶରଣାର୍ଥି ହେଇ ସାରିଥିଲେ ଆର୍ ଆହୁରି ଲୋକ୍‌ମାନେ ଇନକେ ଆସ୍‌ବାରକେ ବାହାରିଥିଲେ । ଇ ପରିସ୍ଥିତିନେ ଭାରତ, ପାକିସ୍ତାନ ବିରୋଧ୍‌ନେ ଡିସେମ୍ବର୍ ୪ ତାରିଖ୍‌ନେ ଯୁଦ୍ଧ ଘୋଷଣା କଲା ।


ଲଢେଇ ଜୋର୍‌ଦାର୍ ହେଲା । ଭାରତ୍ ସେନା ଆର୍ ମୁକ୍ତି ବାହିନୀର୍ ସାମ୍ନନେ ପାକିସ୍ତାନ ସେନା ଅଣ୍ଟାସଲଖେଇ କରି ଲଢି ନାଇଁ ପାରଲା । ଭାରତର୍ ନୌସେନା ନିର୍ଘାତ୍‌, ବୀର ଆର୍ ନିପାତ୍ ବଲିକରି ୩ଟା କ୍ଷେପଣାସ୍ତ୍ରବାହୀ ଯୁଦ୍ଧ ଯାହାଜ୍ କରାଚୀ ବନ୍ଦର୍ ଆଡୁ ଆକ୍ରମଣ୍ କଲା ଆର୍ ପାକିସ୍ତାନର ୩ ଟା ଯୁଦ୍ଧ ଯାହାଜ୍ ଆର୍ ସେନର୍ ତେଲ୍ ସଂପଦ୍ ଥିବାର୍ ଅଞ୍ଚଲ୍‌କେ ପୁରା ଧ୍ୱଂସ୍ କରିଦେଇତଥିଲା । ଏନ୍ତା ସମିଆକେ ସେତେବେଲେ ଯେହେତୁ ଆମେରିକା ଆର୍ ପାକିସ୍ତାନର ସଂପର୍କ ବହୁତ୍ ଭଲ୍ ଥିଲା ତ ଆମେରିକା ପାକିସ୍ତାନକେ ସାହାଯ୍ୟ କରବାର୍ ଳାଗି ୩ ଟା ଯୁଦ୍ଧ ଯାହାଜ୍ ବଂଗୋପ୍ ସାଗର୍‌କେ ପଠେଇକରି ଲୁକିକରି ଭାରତ ଉପରେ ହମ୍‌ଲା କରବାର୍ ଲୁକାଛୁପା ଯୋଜନା ବନେଇଥିଲା । ବାକି ସେଯବି ଇନ୍ଦିରା ଗାନ୍ଧୀକଁର୍ ରାଜନୈତିକ୍ ନେତୃତ୍ୱ ଆର୍ ଜେନେରାଲ୍ ମାନେକ୍‌ସାକଁର୍ ସାମରିକ୍ ନେତୃତ୍ୱ ସାମନେ କିଛି କାମ୍ ନାଇଁ ଦେଲା । ଇ ତାର୍ ପରେ ଭାରତ୍ ସେନା ଆର୍ ଜୋର୍‌ଦାରିଆ ଆକ୍ରମଣ୍ କରିବସଲା ଆର୍ ମୁକ୍ତି ବାହିନୀବି ସେମାନକଁର୍ ବହୁତ୍‌ଯେ ଲୁକସାନ୍ କରିଚାଲଲା ।


ପାକିସ୍ତାନ ଆଉ ଏନ୍ତା ଜୋରଦାରିଆ ପ୍ରହାର୍ କେ ମୁକାବିଲା ନାଇଁ କରିପାରଲା । ତାର୍ କେହେନ୍ସି ପ୍ରକାର୍ ଆକ୍ରମଣ୍ କାମ୍ ନାଇଁ ଦେଲା । ଆର୍ ବାଧ୍ୟ ହେଇକରି ଡିସେମ୍ବର୍ ୧୬ ତାରିଖ୍‌ନେ ପାକ୍ ସେନା ଭାରତ୍ ସେନା ଆର୍ ମୁକ୍ତି ବାହିନୀ ଆଘେ ବିନା କିଛି ସର୍ତ୍ତନେ ଆତ୍ମସମର୍ପଣ୍ କରିଥିଲା । ଆର୍ ଇତାର୍ ସାଂଗେ ଏକା ଭାରତର୍ ସହାୟତାନେ ଜନମ୍ ନେଇଥିଲା ଗୁଟେ ନୂଆଁ ଦେଶ୍‌: ‘ବାଂଲାଦେଶ’ । ୧୯୭୧ର ଇ ଯୁଦ୍ଧନେ ଭାରତର୍ ସେନା ତାର୍ ଅଦ୍ଭୁତ୍ ପରକ୍ରମ୍ ଦେଖେଇଥିଲା ଆର୍ ୧୪ ଦିନେ ଏକା ପାକିସ୍ତାନକେ ସବୁ ହିସାବେ ହରେଇ ଦେଇଥିଲା । ଇ ଯୁଦ୍ଧର ରାଜନୈତିକ୍ ନେତୃତ୍ୱ କରିଥିବାର୍ ସେତେବେଲର୍ ନାଁକାରା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀକଁର୍ ସାହସ,ମନୋବଲ୍ ଆର୍ ନିଷ୍ଠାକେ ସଭେ ପ୍ରଶଂସା କରିଥିଲେ । ଗୁଟେ ସ୍ୱାଧୀନ୍ ଆର୍ ସାର୍ବଭୌମ ରାଷ୍ଟ୍ର ହିସାବେ ‘ବାଂଲାଦେଶ’ ତିଆର୍ ହେବାର୍‌ନେ ବହୁତ୍‌ଟେ ସାହାଯ୍ୟ କରିକରି ଭାରତ ଗୁଟେ ନୂଆଁ ଇତିହାସ ବନେଇଥିଲା ।

Leave A Reply

Your email address will not be published.