ମତାନ୍ଧତାର ମୁକ୍ତିଦାତା…

ସ୍ୱାମୀ ବିବେକାନନ୍ଦ…କଲିକତାର ଗୁଟେ ବଙ୍ଗାଲି ପରିବାରନେ ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖନେ ଜନମ୍ ନେଇଥିଲେ ଇ ମହାନାୟକ ଯୁଗପୁରୁଷ । ଦିନେ ଗୁଟେ ସନ୍ତାନ ପାଏବାର ଲାଗି କେତେ ପୂଜା ପାଠ୍ ବ୍ରତ୍ କରିଥିଲେ ମାଁ ଭୁବନେଶ୍ୱରୀ ଦେବୀ ଆରୁ ବାପା ବିଶ୍ୱନାଥ ଦତ୍ତ । ପେଶାନେ ଓକିଲ ଥିବାର ବିଶ୍‌ବନାଥକଁର ପୁଓ ନରେନ୍ଦ୍ରନାଥ ଦତ୍ତ ଯେ ଦିନେ ଆଗକେ ଯାଇକରି ବିବେକାନନ୍ଦ ନାଁନେ ଦୁନିଆଁନେ ପରିଚୟ ପାଏବେ ସେଟା ତାକଁର ପରିବାର ଲୋକ ଭିଲ୍ କେଭେ କଳ୍ପନା ବି ନାଇଁ କରିଥାଇ । ହେଲେ ଛୁଆ ଦିନୁ ତାକଁର ବୁଦ୍ଧି ଆରୁ ମନେରଖବାର ଶକ୍ତି ବହୁତ୍ ଥିଲା । ତୁଲସି ଦୁଇ ପତରନୁ ବାସଲା ଲେଖେଁ ବିବେକାନନ୍ଦକଁର ଚିନ୍ତା ଚେତନା ଶକ୍ତି ଥିବାର ତାକଁର ମାଁ,ବୁଅ,ଶିକ୍ଷକ ଜାନିପାରିଥିଲେ । ପାଠ୍ ପଢାନେ ସବୁବେଲେ ଆଗେ ଥିବାର ନରେନ୍ଦ୍ର ଭଲ୍ ଗୀତ ଭିଲ୍ ଗାଉଥିଲେ ।

ସବୁନୁ ବଡ କଥା ହେଲା ସେ ଯାହା ପଢୁଥିଲେ କି ଶୁନୁଥିଲେ ସବୁକିଛି ମନେ ରଖିପାରୁଥିଲେ । ସ୍ମରଣ ଶକ୍ତିଟା ତାକଁର ପାଶେ ଗୁଟେ ଅଦ୍ଭୁତ୍ ଉର୍ଜା ହିସାବେ କାମ୍ ଦେଉଥିଲା । ଏନ୍ତାକି କେନସି ବହିର କେନ୍ ପୃଷ୍ଠାନେ କାଣା ଲେଖା ହେଇଛେ ସେ ସେଟା ଥରେ ପଢିକରି କହିଦେଇ ପାରୁଥିଲେ । ଆରୁ ତାକଁର ଇସବୁ କଥା ଶିକ୍ଷକ ମାନେ ଭିଲ୍ ଦେଖିକରି ଆଶ୍ଚର୍ଯ୍ୟ ହେଇଯାଉଥିଲେ । ଖାଲି ଶିକ୍ଷକ ଆରୁ ତାକଁର ସାଙ୍ଗସଖା ନୁହେଁ ଯେ ତାକଁର ସାଙ୍ଗେ ମିଶୁଥିଲେ ସମସ୍ତକଁର ନରେନ୍ଦ୍ରକଁର ଲାଗି ଭଲପାଏବାର ଆସିଯାଉଥିଲା । ୧୯ଶହ ଖ୍ରୀଷ୍ଟାବ୍ଦନେ ସ୍ୱାମୀ ରାମକୃଷ୍ଣ ପରମହଂସକଁର ଶିଷ୍ୟତ୍ୱ ନେଇକରି ତାକଁର ରାସ୍ତାନେ ଆଗକେ ଯାଇଥିଲେ । ଭାରତକେ ଦୁନିଆଁର ଆଗାଡକେ ଆନବାରନେ ଆରୁ ଇତାର ସଂସ୍କୃତି ଧର୍ମର ପ୍ରଚାର ପ୍ରସାର ଦିଗନେ ଆଗକେ ନେବାରନେ ବିବେକାନନ୍ଦକଁର ଅବଦାନ୍ ବହୁତ୍ ରହିଛେ । କହେବାକେ ଗଲେ ଦୁନିଆଁନେ ହିନ୍ଦୁ ଧର୍ମର ପ୍ରଚାର ପ୍ରସାରନେ ପହେଲା ବିବେକାନନ୍ଦ ହିଁ କାମ୍ କରିଛନ୍ ।

ଯେତେବେଲେ ୧୯୮୩ ମସିହାନେ ଆରମ୍ଭ ହେଇଥିବାର ବିଶ୍ୱର ପହେଲାଥର ଲାଗି ଆୟୋଜିତ୍ ଚିକାଗୋର ଗୁଟେ ମହାଧର୍ମସଭାନେ ଯାଇକରି ହିନ୍ଦୁ ଧର୍ମକେ ପ୍ରତିନିଧିତ୍ୱ କରିଥିଲେ ସେତେବେଲେ ପୁରା ଦୁନିଆଁ ତାକଁର କଥାନେ ବିମୋହିତ୍ ହେଇଯାଇଥିଲା । ପହେଲା ଧାଡିନେ ହିଁ ସେ ସଭାନେ ବସିଥିବାର ସବୁ ଧର୍ମର ଲୁୁକକୁଁ ମୋର ଭାଇ ଆରୁ ବହେନ୍ ବଲି ସମ୍ବୋଧନ୍ କରିଥିଲେ ଯେନଟାକି ସବୁ ଲୁକକଁର ହୃଦୟକେ ଜିତି ପାରିଥିଲା । ଇ ସଭା ଉତାରୁ ତାକୁଁ ବହୁତ୍ ଜାଗାନୁ ଧର୍ମସଭା ମାନକେ ଯୋଗ ଦେବାର ନିମନ୍ତ୍ରଣ ମାନେ ଆସିଥିଲା । ଆରମ୍ଭନୁ ହିଁ ସେ ଯୁଆନ୍ ମାନକୁଁ ପ୍ରେରଣା ଦେଇ ଆସିଛନ୍ ବିବେକାନନ୍ଦ ।

‘ଉଠ, ଜାଗ୍ରତ୍ ରହ ଯେତେବେଲେ ତକ୍ ଲକ୍ଷ୍ୟ ପ୍ରାପ୍ତି ନାଇଁ ହେଇ ସେତେବେଲେ ତକ୍ ନାଇଁ ଅଟକ’ ଇ କଥାଟା ସେ ଭାରତର ସବୁ ଯୁଆନ୍‌କୁଁ କହିଆସୁଥିଲେ । ଜୀବନ୍‌ଥି ଇତାକେ ମୂଳମନ୍ତ୍ର କରିକିନା ଆଗକେ ଯିବାର ଲାଗି ଉପଦେଶ ଦେଉଥିଲେ ସ୍ୱାମୀଜି । ଯୁଆନ୍ ମାନକୁଁ ସବୁ ବେଲେ ଉତ୍ସାହିତ୍ କରି ଆସୁଥିବାର ବିବେକାନନ୍ଦକଁର ଜନମ୍ ଦିନ୍‌କେ ଜାତୀୟ ଯୁବ ଦିବସ୍ ହିସାବେ ଭିଲ୍ ମନାଯାଇଆସୁଛେ । ଗୁରୁ ରାମକୃଷ୍ଣ ପରମହଂସକଁର ଦେହତ୍ୟାଗ ଉତାରୁ ବିବେକାନନ୍ଦ ହିଁ ତାକଁର କଥା ସବୁକେ ଦୁନିଆଁର ଆଗାଡେ ରଖବାର ଲାଗି ଦେଶ୍ ଦେଶ୍ ବୁଲିକରି ଲୁକକୁଁ ବୁଝେଇଥିଲେ । ଆମେରିକା, ଇଂଲଣ୍ଡ, ଜାପାନ ଲେଖେଁ ଦେଶ ସବୁ ବୁଲି ବୁଲି ସେ ହିନ୍ଦୁ ଧର୍ମ ଆରୁ ଭାରତର ମହାନ୍ ପରମ୍ପରା ବାବଦେ ଲୁୁକକୁଁ ଜନେଇଥିଲେ । ଦେଶ୍ ଦେଶ୍ ବୁଲବାର ସମିଆଁନେ ସେ ଭିନ୍ ଭିନ୍ ଜାଗାନେ ନିଜର ଭିନ୍ ଭିନ୍ ପରିଚୟ ରଖୁଥିଲେ । କେନଠାନେ ସଚ୍ଚିଦାନନ୍ଦ ତ କେନଠାନେ ବିଷିଦାନନ୍ଦ ଭାବେ ନିଜର ନାଁ ବଲି କହୁଥିଲେ । ଆରୁ ଇ ହିସାବେ ଶେଷେ ନରେନ୍ଦ୍ରନାଥନୁ ବିବେକାନନ୍ଦ ନାଁ ହେଇଥିଲା ତାକଁର ଆରୁ ଇ ନାଁ ଥି ହିଁ ସେ ଦୁନିଆଁନେ ଜନା ।

ଯେତେବେଲେ ସ୍ୱାମୀଜି ଇ ମହାନ୍ କାମ୍ ଲାଗି ବାହାରିକରି ଲଢୁଥିଲେ ହେଇ ସମିଆଁନେ ଆମର ଦେଶ ଇଂରେଜ ଶାସନନେ ଚାଲିଥିଲା । ସେହି ସମିଆଁନେ ଜାତିର ପିତା ମହାତ୍ମା ଗାନ୍ଧି ଭିଲ୍ ବିବେକାନନ୍ଦକଁର ନୀତି ଆଦର୍ଶ ବାବଦେ ଅଧ୍ୟୟନ୍ କରିକିନା ଦେଶର ସ୍ୱାଧୀନ୍ କରବାର ଲାଗି ଲଢିଥିଲେ । ଖାଲି ଯେ ଧର୍ମ, ଶାସ୍ତ୍ର ଉପରେ ସେ ଲୁକୁକୁଁ ନାଇଁ କହୁଥାଇ ଇତାର ବାହାରେ ବହୁତ୍ ସାମାଜିକ୍ ପ୍ରସଙ୍ଗ ଉପରେ ଭିଲ୍ ପରିବର୍ତ୍ତନ୍ ଆନିଥିଲେ । ଶିକ୍ଷାକେ ଅଏତକା ଗୁରୁତ୍ୱ ଦେଉଥିଲେ ଆରୁ ଲୋକମାନକଁର ସେବା ହିଁ ଭଗବାନ୍‌କଁର ସେବା ବଲି ସବୁବେଲେ ବୁଝେଇଆସୁଥିଲେ । ୪୦ ବରଷ୍ ପୂରବାର ଆଘୋନୁ ହିଁ ଦେହତ୍ୟାଗ୍ କରିଥିଲେ ସ୍ୱାମୀ ବିବେକାନନ୍ଦ । ମହାନ୍ ପୁରୁଷ୍‌କଁର କେଭେ ମୃତ୍ୟୁ ନାଇଁ ହୁଏ ବଲି କୁହାଯାଇସି କାଣା ହେଲା ଯେ କି ତାକଁର ଅମର କଥା ହିଁ ତାକୁଁ ଲୋକମାନକଁର ଭିତରେ ବଂଚେଇକରି ରଖିଥିସି । ଆରୁ ସ୍ୱାମୀଜି ଭିଲ୍ ତାକଁର କମ୍ ସମିଆଁ ରହେଲା ଭିତରେ ବହୁତ୍ ସାଧନା କରିଛନ୍ ଆରୁ ଲୋକକୁଁ ସେ ରାସ୍ତାନେ ଯିବାର ଲାଗି ପ୍ରେରଣା ଭିଲ୍ ଦେଇଛନ୍ ।

ରାମକୃଷ୍ଣ ପରମହଂସକଁର ନାଁନେ ମଠ ଖୁଲିକରି ସେଆଡୁ ଭିଲ୍ ସେ ଲୋକକୁଁ ସଠିକ୍ ରାସ୍ତାନେ ଯିବାର ଲାଗି ଉପଦେଶ ଦେଇଆସିଛନ୍ । କଲିକତାର ବେଲୁର ମଠନେ ସ୍ୱାମୀଜିକଁର ନାଁନେ ଗୁଟେ ମଠ ରହିଛେ ଯେନଠାନେ ତାକଁର ଜୀବନର ସବୁପୃଷ୍ଠା ଜନେ ପାଇପାରବେ । ଏନ୍ତା ଜନେ ଯୁଗପୁରୁଷ୍ ଆରୁ ମହାନ୍ ବ୍ୟକ୍ତିତ୍ୱକଁର ଜନମ୍ ସବୁବେଲେ ନାଇଁ ହୁଏ ଆରୁ ସ୍ୱାମୀଜି ଇସବୁର ଉପରେ ରହିଛନ୍ । ସାରା ଦୁନିଆଁନେ ହିନ୍ଦୁ ଧର୍ମର ପ୍ରଚାର କରେଇଥିବାର ଇ ମହାନାୟକକଁର ଆଏଜ୍ ଜନମ୍ ଦିନ୍ ଥିବାର ବେଲକେ ଆଗକେ ଭିଲ୍ ଯୁଗ୍ ଯୁଗ୍ ଧରିକରି ପୂଜା ପାଉଥିବେ ।