ଖୁଲବା ସମ୍ବଲପୁରର ସମଲେଇ ମନ୍ଦିର ସମଲେଇ ମନ୍ଦିର ଖୁଲବାର ନେଇକରି ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକନେ ଆଲୋଚନା ଓଡ଼ିଶାକଲା ଆର ସଂସ୍କୃତି By Vandana Mishra Last updated Dec 15, 2020 Share ପୁରୀ ଜଗନ୍ନାଥ ମନ୍ଦିର ଖୁଲବାର ଅନୁମତି ମିଲଲା ବାଦ୍ ଇହାଦେ ସମ୍ବଲପୁରର ସମଲେଇ ମନ୍ଦିର ଖୁଲବାର ନେଇକରି ଭିଲ୍ କଥା ଚାଲିଛେ । ମନ୍ଦିର ଖୁଲବାର ନେଇକରି ଟ୍ରଷ୍ଟ ବୋର୍ଡ ଆଡୁ ଗୁଟେ ବୈଠକ କରାଯାଇକରି ଆଲୋଚନା କରାଯାଇଛେ । ଇ ବୈଠକନେ ବହୁତ୍ ଜଲଦି ଭକତ୍କଁର ଲାଗି ମନ୍ଦିର ଖୁଲାଯିବା ବଲିକରି କୁହାଯାଇଛେ । ୭ରୁ ୧୦ ଦିନ୍ ଭିତରେ ମନ୍ଦିର ଖୁଲାଯିବାର ନେଇକରି କୁହାଯାଉଥିବାର ବେଲକେ କୋଭିଡ୍ ନିୟମ୍ ହିସାବେ ମନ୍ଦିରକେ ଛଡାଯିବା । ସରକାର ଆରୁ ପ୍ରଶାସନ ଆଡୁ ଏସଓପିକେ ଟକାଯାଇଥିବାର କୁହାଯାଇଛେ ମନ୍ଦିର ଟ୍ରଷ୍ଟ ଆଡୁ । ସେଆଡେ ମନ୍ଦିରକେ ଆହୁରି ସୁନ୍ଦର ଆରୁ ଇତାର ବିକାଶ ଦିଗେ କାମ୍ ମୁଲ ହେଇଛେ । ଇହାଦେ ମନ୍ଦିରନେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଲାଗି କାମ୍ ଚାଲିଛେ । ଇଥିର ଲାଗି ଇହାଦେ କେବୁଲ୍ ପକାକାମ୍ ଚାଲିଛେ ମନ୍ଦିର ଭିତରେ । ଇତାର ସାଙ୍ଗେ ଭିତରେ ଖାଲ ମାନେ କୁଡା ଯାଇକରି କାମ୍ କରାଯାଉଥିବାରନୁ ଇହାଦେ ଭକତ୍ ଆଏଲେ ଅଘଟନ୍ ଘଟବାର ଭିଲ୍ ଡର୍ ରହିଛେ । ଯେନଥିର ଲାଗି କାମ୍ ସରଲା ପରେ ଭକତ୍କୁଁ ମନ୍ଦିର ଭିତରକେ ଛଡାଯିବାକେ ଅନୁମତି ଦିଆଯିବା । ବୋର୍ଡର ନିଷ୍ପତ୍ତି ହିସାବେ ମନ୍ଦିର ଖୁଲବାର ପହେଲା ୫ ଦିନ୍ ଖାଲି ସମ୍ବଲପୁର ସହରର ଭକତ୍କୁଁ ମନ୍ଦିର ଭିତରକେ ଯିବାର ଲାଗି ଅନୁମତି ଦିଆଯିବା । ଇ ସମିଆଁନେ ଭକତ୍କୁଁ ତାକଁର ପରିଚୟ ପତ୍ର ଦେଖେଇକରି ଯିବାକେ ପଡବା ଭିତରକେ । ଗୁଟେ ଆଡୁ ମନ୍ଦିରକେ ଢୁକବେ ଭକତ୍ ଆରୁ ଦୁଶରା ଗେଟ୍ ଆଡୁ ବାହାରକେ ବାହାରିବେ । ଇତାର ସାଙ୍ଗେ ମନ୍ଦିର ଗମ୍ଭିରାନେ ମାଁକଁର ଦର୍ଶନ ଇହାଦେ ବାରଣ କରାଯାଇଛେ । ଗଲା ମାର୍ଚ୍ଚ ୨୫ ତାରିଖନୁ ସମଲେଇ ମନ୍ଦିର ବନ୍ଦ ରହିଥିବାର ବେଲକେ ମନ୍ଦିର ଭିତରେ ମାଁକଁର ପୂଜା ନୀତି ଠିକ୍ ହିସାବେ ଚାଲିଥିଲା । ଇହାଦେ ଭିଲ୍ କରୋନାର ଡର ରହିଥିବାରନୁ ଭକତ୍କୁଁ ମନ୍ଦିର ନାଇଁ ଆସବାର ଲାଗି କୁହାଯାଉଛେ । ମନ୍ଦିର ଖୁଲାଗଲେ ଭିଲ୍ କରୋନା ଗାଇଡଲାଇନ୍ ମାନିକରି ମାସ୍କ ଆରୁ ସାନିଟାଇଜର୍ ବେଭହାର କରାଯିବାର ଉପରେ ଗୁରୁତ୍ୱ ଦିଆଯିବା । maa samleisambalpursambalpur samlei templesambalpur tourismsamlei temple light and sound showsamlei temple trust board Share