ଗୋପାଲପୁର୍ ନୁ ସମ୍ବଲପୁର୍ ର ରେଲ୍ ଯୋଗାଯୋଗ୍ ଲାଗି ଶେଷ୍ ହେଲା ସର୍ଭେ

ଗୋପାଲପୁର୍‌-ସମ୍ବଲପୁର୍ ରେଲ୍ ଯୋଗାଯୋଗ୍ ଲାଗି କାଲି ସର୍ଭେ ଶେଷ୍ ହେଇଛେ । ଆଗରୁ ଦକ୍ଷିଣ୍ ପଶ୍ଚିମ୍ ନେ ରେଲପଥ୍ ସଂଯୋଗ୍ ଲାଗି ପ୍ରସ୍ତାବିତ୍ ହେଇଥିଲା ।ହେଲେ କାଲି ତାର୍ ଏୟାର୍ ସର୍ଭେ ଶେଷ୍ ହେଇଯାଇଛେ ଆର୍ ସର୍ଭେ ରିପୋର୍ଟ କେ ନୀତି ଆୟୋଗ୍ କେ ପଠାଯାଇଛେ । ନୀତି ଆୟୋଗ୍ ର ମଞ୍ଜୁରୀ…

କାଲି ପ୍ରଧାନମନ୍ତ୍ରୀ କର୍‌ବେ ଟିକାଦାନ୍ ର ଶୁଭାରମ୍ଭ‌

କୋଭିଡ ଟିକାଦାନ୍ ର କାଲି ଶୁଭାରମ୍ଭ କର୍‌ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାର୍ ସାଙ୍ଗେ କୋ-ୱିନ୍ ଆପ୍ କେ ବି ଲୋକାର୍ପିତ୍ କର୍‌ବେ ବଲିକରି ନିତି ଆୟୋଗ୍ ର ସଦସ୍ୟ ଭିକେ ପଲ୍ ସୂଚନା ଦେଇଛନ୍ । ଶନିବାର୍ ଦିନ ଦେଶର୍ ୩ହଜାର୍ କେନ୍ଦ୍ର ନେ ଟିକାଦାନ୍ ଆରମ୍ଭ୍ କରାଯିବା । ପହେଲା ଥରନେ ୩…

ଲଇକେରା ବ୍ଲକ୍ ର ୪ଟା ସ୍କୁଲ୍ ର ୩୨ଜନ ଛାତ୍ରଛାତ୍ରୀ ହେଲେ କରୋନା ପଜିଟିଭ୍

ଝାରସୁଗୁଡା ଜିଲ୍ଲା ର୍ ଲଇକେରା ବ୍ଲକ୍ ର ଥିବାର୍ କେତେଟା ସ୍କୁଲ୍ ନେ ୩୨ ଜନ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ୍ ହେଇଛନ୍ । କରୋନା ଉତାରୁ ଇହାଦେ ସ୍କୁଲ୍ ଖୁଲିଛେ ହେଲେ ସ୍କୁଲ୍ ଖୁଲବାର୍ ନୁ ଲଇକେରା ବ୍ଲକ୍ ର ସରକାରୀ ଆର୍ ବେସରକାରୀ ମିଶିକରି ୧୩ଟା ହାଇସ୍କୁଲ୍ ରହିଥିବାର୍ ବେଲ୍‌କେ…

ମୋ ସ୍କୁଲ୍ ଯୋଜ୍‌ନାନେ ଭଲ୍ କାମ୍ କର୍‌ଲେ ଶିକ୍ଷକ୍ ମାନକୁଁ ମିଲ୍‌ବା ପୁରଷ୍କାର୍‌

ରାଜ୍ୟ ସର୍‌କାର୍‌କଁର୍ ଆଡୁ କରାଯାଇଥିବାର୍ ମୋ ସ୍କୁଲ୍ ଯୋଜ୍‌ନା ନେ ଯୁଡି ହେଇଛେ କେତେଟା ନୁଆ ନିୟମ୍ । ଯେନଥି ରାଏଜ୍ ର ପ୍ରତି ଜିଲ୍ଲା ନୁ ୨ ରୁ ୩ ଟା ବିଦ୍ୟାଲୟ କେ ଭଲ୍ ସ୍କୁଲ୍ ହିସାବେ ମନ୍ୟତା ଦିଆଯିବା । ମୋଟ୍ ଶହେ ଟା ସ୍କୁଲ୍ କେ ବାଛିକରି ତାକେ ପରିବର୍ତ୍ତନ୍‌ଶୀଳ ଶିକ୍ଷାନୁଷ୍ଠାନ୍…

ସମ୍ବଲପୁର୍ ଆସ୍‌ଲା କରୋନା ଟିକା କୋଭିସିଲ୍ଡ

କରୋନା ଟିକା କୋଭିସିଲ୍ଡ ବୁଧୁବାର୍ ଦିନ ସମ୍ବଲପୁର୍ କେ ପହଂଚିଛେ । ଟିକା ଦାନ୍ ଲାଗି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ୍ ଆଡୁ ସବୁ ପ୍ରକାରର୍ ବେବସ୍ଥା କରାଯାଇଛେ । ସମ୍ବଲପୁର୍ କେ ବୁଧୁବାର୍ ଦିନ ୭୫୦୦ ଡୋଜ୍ ଆସିଥିବାର୍ ସୂଚନା ମିଲିଛେ । ଆଏବାର୍ ୧୬ ତାରିଖ୍ ଦିନ ସମ୍ବଲପୁର ଜିଲ୍ଲା ର୍ ୭ ଟା…

ମେଟ୍ରିକ୍ ପରୀକ୍ଷା ର ଫି’ ଛାଡ୍ କର୍‌ଲେ ରାଜ୍ୟ ସରକାର୍

ଇ ବରଷ୍ ମେଟ୍ରିକ୍ ପରୀକ୍ଷା ଦେବାର୍‌କେ ଯାଉଥିବାର୍ ଛାତ୍ରଛାତ୍ରୀ ମାନକଁର୍ ଫି ଛାଡ୍ କରିଛନ୍ ରାଜ୍ୟ ସର୍‌କାର୍ । କରୋନା ମହାମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ ମାନେ ବନ୍ଦ୍ ରହେଲା ଉତାରୁ ଜାନୁଆରି ୮ନୁ କୋଭିଡ୍ ଗାଇଡଲାଇନ୍ କେ ମାନିକରି ମେଟ୍ରିକ୍ ଆର୍ +୨ ର ପାଠପଢା ମୂଲ୍ ହେଇଛେ ।…

ଝାରସୁଗୁଡା ନୁ ବେଙ୍ଗଲୋର୍ ,ମୁମ୍ବାଇ କେ ଉଡ୍‌ଲା ଉଡାଯାହାଜ

ଝାରସୁଗୁଡା ର ବୀର୍ ସୁରେନ୍ଦ୍ର ସାଏ ବିମାନ୍ ବନ୍ଦର୍ ନୁ ମୁମ୍ବାଇ ଆର୍ ବେଙ୍ଗଲୋର୍ କେ ବିମାନ୍ ଚଲାଚଲ୍ ଆରମ୍ଭ ହେଇଥିବାର୍ ବେଲ୍‌କେ ମଙ୍ଗଳବାର୍ ଦିନ ସ୍ପାଇସଜେଟ୍ ଉଡାଯାହାଜ୍ ମୁମ୍ବାଇ ନୁ ଝାରସୁଗୁଡା କେ ପହେଲା ଉଡିଥିଲା । ବୋଇଂ ୭୩୭ ସକାଲର୍ ୧୦ ନୁ ମୁମ୍ବାଇ ନୁ ବାହାରିକରି ସକାଲର୍…

ଖେଲୋ ଇଣ୍ଡିଆ ଜୋନାଲ୍ କମିଟିନେ ବଲାଙ୍ଗିର୍‌ର ସୁମିତ ପୁରୋହିତ

ବଲାଙ୍ଗିର୍ ଜିଲ୍ଲାର୍ ସୁମିତ ରଞ୍ଜନ ପୁରୋହିତ କେନ୍ଦ୍ର ସରକାର୍‌କଁର୍ କ୍ରୀଡା ଆର୍ ଯୁବ ମନ୍ତ୍ରାଳୟ ଅଧିନ୍‌ନେ ରହିଥିବାର୍ ଖେଲୋ ଇଣ୍ଡିଆର୍ ଜୋନାଲ୍ ଟେଲେଣ୍ଟ୍ ଆଇଡେଣ୍ଟିଫିକେସନ୍ କମିଟି ନୁ ବଛା ଯାଇଛନ୍ । ଖେଲୋ ଇଣ୍ଡିଆର୍ ଇଷ୍ଟ୍‌ଜୋନ୍ ର ସଭ୍ୟ ହିସାବେ ତାହାକୁଁ ମନୋନିତ୍ କରାଯାଇଛେ । ସେ…

ଅସିତ ତ୍ରିପାଠୀ ହେଲେ ପଶ୍ଚିମଓଡିଶା ବିକାଶ୍ ପରିଷଦ ର ଅଧ୍ୟକ୍ଷ

ପୂର୍ବତନ୍ ମୁଖ୍ୟ ଶାସନ ସଚିବ୍ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ହିସାବେ ନିୟୋଜିତ୍ ହେଇଛନ୍ । ପହେଲା ନୁ ସେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ରାଜ୍ୟ ର ମୁଖ୍ୟ ଶାସନ ସଚିବ୍ ଥିଲେ । ଡିସେମ୍ବର ୩୧ ତାରିଖ୍ ନେ ସେ ମୁଖ୍ୟ ଶାସନ୍ ସଚିବ୍ ପଦ୍‌ନୁ ଅବସର୍ ନେଇଥିଲେ ।…

ବଲାଙ୍ଗିର୍ ର ଗୁଗୁଲ୍ ବୟ୍ ଫେରଥରେ କମାଲ୍ ଦେଖାଲେ

ବଲାଙ୍ଗିର୍ ଜିଲ୍ଲାର୍ ଭେଙ୍କଟ୍ ରମଣ ପଟ୍ଟନାୟକ୍ ଯିଏକି ଗୁଗୁଲ୍ ବୟ ନାଁ ଥି ଜନାଶୁନା ଆନ୍ । ତାହାକୁଁ ମାତ୍ର ୭ ବରଷ ହେଇଥିବାର୍ ବେଲ୍‌କେ ସେ ମାଇକ୍ରୋସପ୍ଟ୍ ଏସୋସିଏଟ୍ ପରୀକ୍ଷା ଦେଇକରି ସେଥି ସଫଲତା ପାଇଛନ୍ । ଜାଭା ,ଏସଟିଏମଏଲ୍ ପ୍ରୋଗାମିଂ ଲାଗି ମାଇକ୍ରୋସପ୍ଟ୍ ପରୀକ୍ଷା କରାଯାଇଥିଲା…