ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା ଇଥର ବନ୍ଦ୍ ଓଡ଼ିଶାକଲା ଆର ସଂସ୍କୃତି By Pallavi Hota On Dec 13, 2020 0 Share ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ ଧନୁଯାତରା । ବରଗଡ ଜିଲ୍ଲାପାଲକଁର୍ ଅଧ୍ୟକ୍ଷତାନେ ହେଇଥିବାର୍ ବୈଠକନେ ଇ ନିଷ୍ପତ୍ତି ହେଇଯାଇଛେ । କରୋନା ମହାମାରୀକେ ନଜରଥି ରଖି ଏନ୍ତା ନିଷ୍ପତ୍ତି ନିଆଯାଇଛେ । ବରଗଡ ଜିଲ୍ଲାପାଲକଁର୍ କହେବାର୍ ଅନସାରେ ଯେହେତୁ ଯାତରାନେ ବହୁତ୍ ଲୁକକଁର୍ ଭିଡ ଜମସି । ଯାତରାକେ ଲାଖ୍ ଲାଖ୍ ଲୋକ୍ ସବୁଆଡୁ ଆଏସନ୍ । ତ ଏନ୍ତାଥି ଲୁକକଁର୍ ସୁରକ୍ଷାକେ ନଜରଥି ରଖିକରି ଏନ୍ତା ଗୁଟେ ନିଷ୍ପତ୍ତି ନିଆଯାଇଛେ । ବୈଠକନେ ଭିନ୍ ଭିନ୍ ସଙ୍ଗଠନ୍ ସାଙ୍ଗେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମକଁର୍ ଆଲୋଚନା ଉତାରୁ ଧନୁଯାତରା ବନ୍ଦ୍ କରବାରକେ ନିଷ୍ପତ୍ତି ହେଇଛେ । ଇଠାନେ ଆମେ ଜାନିଥିବାର୍ କଥା ଇଟା ପହେଲା ଥର ଏନ୍ତା ନାଇଁ ହେବାର୍ ଧନୁଯାତରା ବନ୍ଦ ହେବାର୍ , ୧୯୬୫ ମସିହାନେ ବି ନାଇଁ ହେଇଥାଇର ଯାତରା । କେନ୍ତା ହେସି ଧନୁଯାତରା ଯାତରା ହେବାର୍ ଲାଗି ପହେଲା ଜିଲ୍ଲା ପ୍ରଶାସନ୍ ଆର୍ କଲାକାର ସଂଘର ବୈଠକ୍ ହେସି । ବୈଠକନେ ଯାତରା କେନ୍ତା ହେବା ସେ ବାବଦେ ଆଲୋଚନା ହେସି । ଯେନ୍ତାକି ତାରିଖ, କଲାକାର ବଛା ଯିବାକି ନାଇଁ ଏନ୍ତା ସବୁ ଉପରେ ଆଲୋଚନା ହେଇଥିସି । ତାର ଉତାରୁ ଶୁଭ ଦିନ ଦେଖିକରି ଶୁଭ ଖୁମ୍ବା ଥାପନା କରାଯାଏସି । ଯଦି କେନସି ବର୍ଷ କଲାକାର ବଛାଯିବାର୍ ଥିବା ବଏଲେ ସେଥର ସେଥିର ଲାଗି ବି ଅଡିସନ୍ ହେସି । ଯେନ୍ତାକି ଧରି ନେଉନ୍ ଯଦି କଂସ ଭୂମିକାନେ ନୂଆ ଝନେକେ ବାଛବାର୍ ଅଛେ , ବଏଲେ କଂସ ଭୂମିକାର ଅଡିସନକେ ପଶ୍ଚିମ ଓଡ଼ିଶାର ନାଁ କରା କଲାକାର ମାନେ ପୁହୁଞ୍ଚି ଯାଏସନ୍ । ବଛା ବଛା ନାଟୁଆ ମାନେ ଅଡିସନ୍ ନେସନ୍ । ଆର ଯେହେତୁ ଧନୁଯାତରାର ବଡ ଆକର୍ଷନ ହେଉଛେ କଂସ ଦରବାର୍ ତ ଯେନ୍ତା ମଞ୍ଚକେ ଦୁଲକେଇ ଦେଉଥିବାର୍ ବାଗିର ଝନେ କଂସ ପାଟ କରବେ । ସେ ହିସାବେ ଝନେକେ ବଛା ହେସି । ରାଜଗାଦିନେ ବସଲେ କଂସ ବାହାରିଥିବାର କଲାକାରକୁଁ ମଞ୍ଚ ମାନୁଛେ କି ନାଇଁ , ତାକଁର୍ ଦୁଇପୁରିଆ ରଜାର ଠାଠ୍ ବାଟ ଅଛେ କି ନାଇଁ, କେତେ ରକମେ ରଜା ହସି ହସି ପାରୁଛନ୍ । ଆର୍ ଡାଇଲଗ୍ କହେଲା ବେଲକେ ଛାତି ଧଡ ଧଡଲା ବାଗିର ହେଉଛେ କି ନାଇଁ ସେସବୁକେ ଦେଖିକରି ଠିକ୍ କଂସ ରଜା ବାଗିର ଉତରେଇ ଆନୁଥିବାର୍ ଝନେ କଲାକାରକେ ବଛାଯାଏସି । ତାର ଉତାରୁ ମୁଲ ହେସି ଯାତରା ଲାଗି ପ୍ରସ୍ତୁତି । ବରଗଡ ସହରକେ ମଥୁରାନଗରୀ ବାଗିର ସଜା ଯାଇଥିସି । ସେଆଡେ ଅମ୍ବାପାଲିନେ ଯାତରାର ମାସେ ଆଘୋନୁ ଏକା ଗାଁନେ ଆଇଁଷବିଷାର ଆର କିହେ ନାଇଁ ଖାଆନ୍ । ସେନେ ଯାହାର ଘରର କାନ୍ଥିକେ ଦେଖଲେ କୃଷ୍ଣକଁର୍ ଲିଲାଖେଲାର ଝଲକ୍ ଦେଖବାରକେ ମିଲିଥିସି । ତାର ଉତାରୁ କଲାକାର ମାନକଁର୍ ରିହର୍ସଲ ହେସି । ସେଟା ବରଗଡ ଆର୍ ଅମ୍ବାପାଲି ଦୁହି ଜାଗାନେ । ମଞ୍ଚ ଉପରେ ଯେନ୍ତା କରବେ ସବୁ କଲାକାର ସେନ୍ତା ଏକା ସଭେ ମିଶିକରି ରିହର୍ସଲ କରିଥିସନ୍ । ଯେନ୍ତା ଯାତରା ବେଲକେ ଲୁକକୁଁ ପସନ୍ଦ ଆସବା ସବୁ ସେ ହିସାବେ ନିଜର ସଜବାଜ କରିଥିସନ୍ କଲାକାର ମାନେ । ସେଟା କଂସକଁର୍ ଦୈବିବାଣୀ ଶୁନବାର୍ ଦୃଶ୍ୟ ହେଉ କି ଗୋପପୁରନେ ରାଧା କୃଷ୍ଣକଁର୍ ନାବକେଲୀ, ପୁତନା ବଧ ହେଉ କି ଗୋପୀ ମାନକଁର ଦହି ବିକା । ଏନ୍ତା ସବୁ ଦୃଶ୍ୟକେ ଭଲ ହିସାବେ ଅଭ୍ୟାସ୍ କରିଥିସନ୍ ଯାତରାର ସବୁ କଲାକାର । ସେ ଭିତରେ ବରଗଡନେ କଂସ ଦରବାର ଆର୍ ଅମ୍ବାପାଲିନେ ନନ୍ଦ ଦରବାର ସବୁକେ ବିଲକୁଲ ସେ ରାଜାରାଜୁଡା ସମିଆଁର ବାଗିର କରାଯାଇଥିସି । ସବୁଆଡେ ରଙ୍ଗବେରଙ୍ଗର ଲାଇଟ ମାନେ ଲାଗିଥିସି । ସୁରକ୍ଷାକେ ନଜରଥି ରଖି ସବୁଆଡେ ପୁଲିସ ଜୁଗିଥିସନ୍ । ତ ଏନ୍ତା ହିସାବେ ପ୍ରସ୍ତୁତି ସରଲା ଉତାରୁ ଆରମ୍ଭ ହେସି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତରା । ୧୧ ଦିନିଆ ରଜାକୁଁ ଦେଖବାର୍ ଲାଗି କାହିଁ କେତେ ଦୂରୁ ଲୋକ୍ ନରଧି ଆଏସନ୍ ମଥୁରାନଗରୀ ପାଲଟିଥିବାର୍ ବରଗଡ ସହରକେ । ଦ୍ୱାପର ଯୁଗର କଂସ ତ କେନ୍ତା ଥିଲେ ସଭେ ଜାନିଛନ୍ କିନ୍ତୁ ବରଗଡ ଧନୁଯାତରାର କଂସ ନାୟକ । ସେ ନ୍ୟାୟର ମୂର୍ତ୍ତୀ । ଫିଦିନ୍ ସୈନ୍ୟ ସାମନ୍ତ ଧରିକରି ପ୍ରଜାକଁର ସୁଖଦୁଖ୍ ବୁଝବାର୍ ଲାଗି ହାତୀ ପିଠି ବସି ନଗର ବୁଲିଯାଏସନ୍ ମହାରାଜ୍ । ଯେନେ ଯାହାର ଭୁଲ ଭଟକା ଦେଖଲେ ସେନେ ନ୍ୟାୟ କରସନ୍, ଯାହାର ଭୁଲ ଥିବା ତାକେ ଦଣ୍ଡ ଦେସନ୍ । ବସଷ୍ଟାଣ୍ଡ, ପୁଲିସ ଷ୍ଟେସନ୍ ଏନ୍ତା କେତେ ଜାଗା ଯାଏସନ୍ ମହାରାଜ । ସେଆଡେ ନଗର ବୁଲିସାଏଲା ଉତାରୁ ଦରବାରକେ ପହଞ୍ଚିସନ୍ ମହାରାଜ । ଆର୍ ସେନେ ମୁଲ ହେସି ରାଜାକଁର୍ ଦରବାର୍ । ଯେନେକି ଫିଦିନ୍ ଦରବାରକେ ନାଁକରା ଲୋକ ମାନେ ଅତିଥି ହିସାବେ ଆସିଥିସନ୍ । ସେଆଡେ ଖାଲି ସାଂସ୍କୃତିକ୍ କାର୍ଯ୍ୟକ୍ରମ୍ ଲାଗି କରାହେଇଥିସି ଆର ଗୁଟେ ମଞ୍ଚ ଯେନଟାକି ରଙ୍ଗମହଲ । ସେନେ ଖାଲି ଦେଖବାରକେ ମିଲସି ପାରମ୍ପରିକ ନାଚ ଗୀତର ଝଲକ୍ । ସେଆଡେ ଗୋପପୁର ପାଲଟିଥିବାର୍ ଅମ୍ବାପାଲିନେ ଚାଲସି କୃଷ୍ଣ ବଲରାମକଁର୍ ଲୀଲାଖେଲା । ନଟଖଟିଆ କଲିଆକାହ୍ନୁ ନିଜର ଛୁଆ ଦିନେ ଯାହା ସବୁ କରୁଥିଲେ ସେସବୁକେ ଗୋପପୁରନେ ଦେଖେଇଥିସନ୍ ଶିଶୁ କଲାକାର ମାନେ । ଇ ଭିତରେ ବରଗଡର ଜୀରା ନଦୀ ହେଇଯାଏସି ଯମୁନା ନଦୀ । ନଦୀ ଡେଗିକରି ସେ ଭିତରେ ବରଗଡ ସହରକେ ସତେ ଦ୍ୱାପର ଯୁଗର ବାଗିର ଗୋପୀ ମାନେ ଆସିଥିସନ୍ ଦହି ବିକି । ବୁଲି ବୁଲିକରି ଦହି ବିକିଥିସନ୍ ସଭେ । ଇ ସବୁ ଦୃଶ୍ୟକେ ବଡା ଜୀବନ୍ତ ହିସାବେ ଦେଖାହେଇଥିସି ବିଶ୍ୱର ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ । ଗୁଟେ ଆଡେ ଦିନ୍ ଯାଉଥିସି ଆର୍ ମହାରାଜ କଂସକଁର୍ ଚିନ୍ତା ବଢୁଥିସି । କୃଷ୍ଣ ବଲରାମ ଦୁହି ଭାଇକୁଁ ମାରବାର ଲାଗି ନିଜର ସବୁ ଚେଷ୍ଟା ବିଫଲ ହେବାର୍ ଉତାରୁ ଧନୁଯାତରା ନିଉତାର ଦେବାର୍ ଲାଗି ଅକୃରକୁଁ ଗୋପପୁରକେ ପଠେଇଥିସନ୍ ଆର ତାର ଉତାରୁ ଗୋପପୁର ଛାଡିକରି ମାମୁଁକଁର୍ ନିଉତାନେ ମଥୁରା ମାନେ ବରଗଡ ଆସିଥିସନ୍ ଦୁଇ ଭାଇ । ତାକୁଁ ବରଗଡ ସହରେ ଯାତରାର ଶେଷ ଦିନେ ଘରେ ଘରେ ଦୁଇ ଭାଇର ପାଦ ପୂଜା କରାଯାଏସି । ଯେନେକି ସାମିଲ ହେଇଥିସନ୍ ଖୋଦ୍ ବରଗଡର ଉପଜିଳ୍ଲାପାଲ । ସବୁନୁ ବଡ କଥା ହେଲା ଯାତରାର ଶେଷ ଦିନ ଏକା ବେଶୀ ଭିଡ ହେସି କାରନ୍ ମଞ୍ଚ ଉପରେ ମୁହାଁମୁହିଁ ହେସନ୍ ମାମୁଁ କଂସ ଆର୍ ଦୁହି ଭନଜା କୃଷ୍ଣ-ବଲରାମ । ସତେ ଯେନ୍ତା ସେନେ ଲଢେଇର ଶେଷ୍ ଦୃଶ୍ୟ ଦେଖବାର ଲାଗି ସଭେ ଟାକିଥିସନ୍ । ସେନେ ଯେତେବେଲକେ ମଞ୍ଚନୁ ପଡିଯାଏସନ୍ କଂସ ଗୁଟେ ସୁରେ ବରଗଡ ବାସୀ କହିଥିସନ୍ ଯେ “କଂସ ରାଜାର ବଂଶ ବୁଡୁ, କଂସ ମଲେ ଖାଏମା ଲଡୁ । ତାର ଉତାରୁ ସରସି ଯାତରା । ତାର ଆର ଦିନ୍ କଂସ ମହାରାଜ ଆସିଥିସନ୍ ପୁରୀ । ଯେନକେି ମହୋଦଧିନେ ଗାଧଲା ଉତାରୁ ମହାପୁରୁକୁଁ କ୍ଷମା ମାଗସନ୍ କଂସ ଭୂମିକାନେ ଥିବାର୍ କଲାକାର । କାରନ୍ ୧୧ ଦିନ୍ ଧରି କରି ମହାପୁରୁକୁଁ ସବୁ ପ୍ରକାର ଗାଲିଦେଇଥିସନ୍ । ତାର ଉତାରୁ ନିଜର ସବୁଦିନିଆ ଜୀବନକେ ଫିରିଯାଇଥିବାର୍ କଂସ ଭୂମିକାନେ ବାହାରୁଥିବାର୍ କଲାକାର । ଆର୍ ଗୁଟେ କଥାଇନେ ଯେନଟା ଜାନବାର କଥା ହେଲା ଯେ ପଶ୍ଚିମ ଓଡ଼ିଶାନେ ଧନୁଯାତରାର ଶେଷ ଦିନ ଏକା ବାକି ସବୁ ଜିଲ୍ଲାନେ ପୁଷପୁନି ମାନୁଥିବାର୍ ବେଲକେ ବରଗଡେ ଖାଲି କଂସ ମଲା ଉତାରୁ ଏକା ପୁଷପୁନି ମାନିଥିସନ୍ ଲୋକ୍ । ଯୁଗେ ଯୁଗେ ଯେତେବେଲେ ଦୁନିଆନେ ଅଧର୍ମ ବଢି ବଢି ଯାଏସି ସେତେବେଲକେ ମହାପୁରୁ ନିଜେ ଆଏସନ୍ ପାପୀ ମାନକୁଁ ମାରବାର୍ ଲାଗି । ଅଧର୍ମ ଉପରେ ଧର୍ମର ଜୟ, ଅସତ୍ ଉପରେ ସତର ଜୟ ଏନ୍ତା ଏକା ବାର୍ତ୍ତା ଦେବାର୍ ଲାଗି ୧୯୪୮ନୁ ହେଇ ଆସୁଛେ ବରଗଡନେ ଧନୁଯାତରା । ambabhonaBARGRAHbargrah collectorbargrah dhanu yatrabargrah dhanu yatra 2020bhubaneswar pradhandhanu yatra 0 Share