ଦୁଇଦିନେ ସରିଗଲା ପିଙ୍କ୍ ଟେଷ୍ଟ୍‌: ଜିତ୍‌ଲା ଭାରତ

ଅହମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ନେ ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଡେ-ନାଇଟ୍ ପିଙ୍କ୍ ବଲ୍ ଟେଷ୍ଟ ଦୁଇ ଦିନ୍‌ବି ନାଇଁ ଠଅରି ଆର୍ ଭାରତ ସେ ମ୍ୟାଚ୍‌କେ ୧୦ ୱିକେଟ୍‌ନେ ଜିତିଛେ । ମ୍ୟାଚ୍‌ନେ ୧୧ ଟା ୱିକେଟ୍‌ନେ ନେଇଥିବାର୍ ଅକ୍ଷର୍ ପଟେଲ୍‌କୁଁ ତାଁକର୍ ବୋଲିଂ ଲାଗି…

ବିନିକା ଥାନାନେ ନାଟ୍‌

ଦିହେ କିରାସିନି ଢାଲି ହେଇକରି ଆତ୍ମହୁତି ଚେଷ୍ଟା କରିଥିବାର ଘଟନା ଇହାଦେ ଚର୍ଚ୍ଚାନେ । ସୁବର୍ଣ୍ଣପୁର ଜିଲ୍ଲା ବିନକା ଥାନାନେ ଠିକା ଟଙ୍କାକେ ନେଇକରି ଜନେ ଯୁଆନ୍ ଆତ୍ମହୁତି ଚେଷ୍ଟା କରିଛନ୍ । ଦିହେ କିରାସିନି ଢାଲି ହେଇକରି ନିଆଁ ଲଗାବାର ଲାଗି ଯାଉଥିବାର ବେଲକେ ପୁଲିସ ତାକୁଁ କାବୁ…

ଗୌରବମୟ ଇତିହାସର ମୁକସାକ୍ଷୀ:ଘୋଡାର ଗାଁ

ଟିଟିଲାଗଡ ସହରୁ ଖାଲି ୮ରୁ ୧୦ କିମି ଦୂରେ ଅଛେ ଘୋଡାର ଗାଁ । ଗାଁଟା ଯାକ ଐତିହାସିକ୍ କୀର୍ତ୍ତିରାଜିରେ ଭରି ରହିଛେ । ଗାଁଟା ଐତିହାସିକ୍ ଗାଁ ହିସାବେ ବନେ ଜନାଶୁନା । ଗାଁନେ ରହିଛେ ବହୁତଟେ ଐତିହାସିକ୍ ଯୁଗର କୀର୍ତ୍ତିରାଜି, କେନେ ଅଜତନ୍ ହେଇ ମନ୍ଦିର୍ ପଡି ରହିଛେ ତ କେନେ ମନ୍ଦିର…

ଆର ଗୁଟେ ଦାନ ମାଝୀ

ଗାଁର ଲୁକେ କେନସି କଥା ଲାଗି ଏକଘରକିଆ କରିଦେଇଥିଲେ । ଜାତିଭାଇ ଖାଲି ଏକଘରକିଆ ନାଇଁ କରି ଶେଷେ ଗୁଟେ ମଲାଦେହକେ ଭିଲ୍ ଅସମ୍ମାନ୍ କରିଛନ୍ । ଆର ଇ ସବୁ ଭିତରେ ଏକଲା ପୁଓ ନିଜେ ମାଁର ମଲାଦେହ ଧରିକରି ଶ୍ମଶାନକେ ନେଇକରି ଦାହ କରିଛନ୍ । ଇ ଘଟନାଟା ଇହାଦେ ଚର୍ଚ୍ଚା ବନିଛେ । କଳାହାଣ୍ଡି ଦାନ…

ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍‌

ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍ । ଇନ ପୁଷ୍ପେନ୍ଦ୍ର କି ଦିବ୍ୟଶଙ୍କର କେନସି ଗୁଟେ ସାଧା ଲୁକର ନାଁ ନାଇଁସେ । ଦୁହି ଝନ ଯାକ ହେଲେ ରାଜନୀତିର ଗୁଟେ ଗୁଟେ ଧୁରନ୍ଧର୍ । ଝନେ ଆଘର ମନ୍ତ୍ରୀ ବଏଲେ ଝନେ ଇହାଦେର ମନ୍ତ୍ରୀ । ବାକି ଯେତକି ବେଲକେ ମାଟିର କଥା ଆଏସି ସେ…

ପିଙ୍କ୍ ଟେଷ୍ଟ୍‌: ପହେଲା ଦିନ ଇଂଲଣ୍ଡ ଗିଡ୍‌ଘାସ୍ !

ଯଦି କେହି ଜନେ ଇଆଡ୍ ସେଆଡ୍ ନାଇଁ ଦେଖିକରି ହୁର୍‌ମୁଖିଆ ଯାଉଥିସି ବଏଲେ ଯେତେବେଲେ ହିଟିପଡ୍‌ସି ସେନେ ଯେନ୍ ଆୱାଜ୍ ଟା ହେସି ସେଟାକେ ଆମର୍ ଭାଷାନେ ଗିଡ୍‌ଘାସ୍ କରି ପଡ୍‌ଲା ବଲିକରି କହେସନ୍ । ଇଂଲଣ୍ଡ କ୍ରିକେଟ୍ ଦଲ୍‌ର ଅବସ୍ଥା ପୁରା ପୁରା ସେନ୍ତା ହେଇଥିଲା । ଇଂଲଣ୍ଡ ଦଲ୍ ଦେଖିକରି…

ମାଏଟ୍ କୁଡଲେ, ନିଜେ ମଲାଦେହେକେ ତୁପଲେ ୨ ଝନ୍ ମହିଲା

କାଏଁ ଧନୀ କାଏଁ ଗରିବ । କାଏଁ ପାଠୁଆ, କାଏଁ ଅପାଠୁଆ, କାଏଁ ରଙ୍ଗ, କାଏଁ ଜାତି, ଜୀବନ୍ ଗଲା ଉତାରୁ ଆର କାଣା । ସଭେ ମାଟିର ମୁନୁଷ୍ ମାଟିନେ ଏକା ମିଶିଯାଏସନ୍ । ମାନ୍ ସମ୍ମାନ୍ ପାଇ ନାଁ କରିଥିବାର୍ ଲୋକ୍ ଟେ ଯାହା, ଜୀବନ୍ ଯାକ ଏକ ଘରକିଆ ହେଇକରି ରହି, ସବୁ ରକମର ଦୁଃଖ୍ ସହିଥିବାର୍ ଲୋକ୍…

ଫେର୍ ପଶଲା କୋଭିଡ ଡର୍‌

ରାଏଜେ କୋଭିଡ ସ୍ଥିତି ଟିକେ ସୁଧରିବାର୍ ଉତାରୁ ନିୟମକେ ଟିକେ କୋହଲ କରି ଲୁକକଁର୍ ଜୀବନ୍ ଜୀବକା, ବଜାର, ହାଟ ଆର୍ ସ୍କୁଲ, କଲେଜ ସବୁ ସରକାର ଖୁଲିଦେଇଥିଲେ । ହେଲେ ଇହାଦେ ଫେର ଥରେ ଫିରିଛେ କରୋନାର ଡର । ଆର୍ ଇହାଦେ କରୋନା ସଂକ୍ରମଣ ଫେର ଥରେ ଚାପଲେ ସ୍ଥିତି ବିଗଡିପାରେ । ହେଥିରଲାଗି…

ଅଧିକା ଫଲପ୍ରଦ୍ ହେଉଛେ ୩ମାସ୍ ବେବ୍‌ଧାନ୍‌ନେ ଦିଆ ଯାଉଥିବାର୍ କରୋନା ଟିକା

କରୋନା ର୍ ଟିକା ଦାନ୍ ଇହାଦେ ଚାଲିଥିବାର୍ ବେଲ୍‌କେ । ଛଅ ହପ୍ତାର୍ ବେବଧାନ୍‌ନେ ଟିକା ଦିଆଯାଉଛେ ହେଲେ ଛଅ ହପ୍ତା ର୍ ଗେପ୍ ନୁ ଦିଆଯାଉଥିବାର୍ ଟିକା ନୁ ୩ ମାସ୍ ଗେପ୍ ନେ ଅକ୍ସଫୋର୍ଡ ର୍ କୋଭିଡ-୧୯ ଟିକା ଦିଆଗଲେ ବେଶି ଲାଭ୍ ଦାନ୍ ହେବା ବଲିକରି ଗୁଟେ ପରୀକ୍ଷା ନୁ ଜନା ପଡିଛେ । ଦୁଇଟା…

ସତ୍ ମାନଲା ଚୀନ୍‌

ସତ୍ ମାନଲା ଚୀନ୍ । ଗଲୱାନୀ ଘାଟିନେ ଭାରତ-ଚୀନ୍ ଝମେଲା ବେଲକେ ପିଏଲଏ ଯବାନକଁର ଜୀବନ୍ ଯାଇଥିବାର କଥାକେ ସତ୍ ବଲି କହିଛେ ଚୀନ୍‌ର ସରକାରୀ ଗଣମାଧ୍ୟମ । ଭାରତ ଆରୁ ଚୀନ୍ ଭିତରେ ଧୀରେ ଧୀରେ ବିବାଦ୍ କମତେଲ ଯାଉଥିବାର ବେଲକେ ଇହାଦେ ଗଲୱାନ ଘାଟିନେ ହେଇଥିବାର ଝମେଲିଆ ସ୍ଥିତି ବାବଦେ ଚୀନ୍…