କାର୍ତିକ୍‌ ମାସେ ସମ୍ପର୍ଦା ନାଚ୍‌

ଗାଁ ମାନକୁଁ ଇହାଦେ ବି ପଂଞ୍ଚ୍‌କ ସମିୟାନେ ଲୋକମାନେ ପାହାନ୍ତିଆନୁ ଉଠିକରି ପୂଜା କରବାର ସାଙ୍ଗେ ପୁରାଣ୍‌ ପାଠ୍‌ ,ସତସଙ୍ଗ୍‌, ପାଲା କାରିଥିସନ୍‌ । ସେନ୍ତା ନୁଆପଡା ଜିଲ୍ଲା ର୍‌ ଖଡିଆଲ୍‌ନେ କାର୍ତିକ୍‌ ମାସେ ପୂଜା ପାଠ୍‌ ସାଙ୍ଗେ ନାଚ୍‌ ଗାନା ଭିଲ୍‌ ଦେଖବାର୍‌କେ ମିଲିଛେ । ଖଡିଆଲ୍‌ନେ…

ବରଗଡନେ ହେବା କେନ୍ସର ହସ୍ପିଟାଲ୍‌

ବରଗଡ ଜିଲ୍ଲାନେ ବନବାର୍‌ କେ ଯାଉଛେ ସବୁ ନୁଆଁ ନୁଆଁ ସୁବୁଧା ଥିବାର ଗୁଟେ ଆଧୁନିକ୍‌ କେନ୍ସର ହସ୍ପିଟାଲ୍‌ । ଯେନ କେନ୍ସର୍‌ ରୋଗୀକଁର୍‌ ଚିକିତ୍ସା ଲାଗି ରେଡିଓଥେରାପି , କେମୋଥେରାପି ,ସିଟି ସିମୁଲେଟର୍‌ ବାଗିର୍‌ ସବୁ ସୁବିଧା ରହେବା ,ଆର୍‌ ଜରୁରୀ କାଲୀନ୍‌ ସ୍ୱାସ୍ଥ୍ୟ ସେବା ଉପରେ ବି…

ଆର୍‌ ନାଇନ  ରାଜେନ୍ଦ୍ର ପଣ୍ଡା

ସମ୍ବଲପୁର୍‌ର ରାଜେନ୍ଦ୍ର ପଣ୍ଡା ଯିଏକି ଥିଏଟର୍‌ ଜଗତ୍‌ର ଗୁଟେ ଜନା ସୁନା ଅଭିନେତା ଥିଲେ ଆଏଜ୍‌ ତାକଁର ବି୍‌ୟୋଗ୍‌ ହେଇଯାଇଛେ । ଖାଲି ଥିଏଟର୍‌ ଜଗତ୍‌ ନାଇ ,ସେ ଆମର୍‌ ଓଡିଆ ଫିଲ୍ମ୍‌ ଜଗତ୍‌ ନେ ଭିଲ୍‌ ବହୁତ ଜନା ସୁନା ଚେହେରା ଟେ ଥିଲେ । ସେ ଜନେ କଲାକାର ହେବାର୍‌ ସାଙ୍ଗେ ସାଙ୍ଗେ ଜନେ…

ଏନକାଉଣ୍ଟର୍‌ ଥି ୪ ଆତଙ୍କବାଦୀର୍‌ ଜୀବନ୍‌ ଗଲା

ଜମ୍ମୁନେ ଥିବାର୍‌ ନାଗ୍ରୋଟାର୍‌ ଗୁଟେ ଟୋଲ୍‌ ପ୍ଲାଜାନେ ଭାରତ୍‌ର ସେନା ଆର୍‌ ଆତଙ୍କ୍‌ବାଦୀ ଭିତ୍‌ରେ ହେଇଥିବାର୍‌ ଗୁଲିମାଡ୍‌ନେ ୪ଜନ ଆତଙ୍କ୍‌ବାଦୀର୍‌ ଏନକାଉଣ୍ଟର୍‌ କରବାର୍‌ ଥି ଭାରତ୍‌ର ସେନା ସଫଲ୍‌ ହେଇଛେ ।ସେ ଜାଗାନେ ଆତଙ୍କ୍‌ବାଦୀ ଥିବାର୍‌ ଖବର୍‌ ଉତାରୁ ସେ ଜାଗା ନେ ହାଇଆଲର୍ଟ…

ଓଡିଶା ହେଲା ‘ବେଷ୍ଟ୍‌ ମରିନ୍‌ ଷ୍ଟେଟ୍’‌

କେନ୍ଦ୍ର ମାଛ୍‌ ଆର୍‌ ପଶୁ ପାଲନ୍‌ ମନ୍ତ୍ରାଲୟ ଆଡୁ ଓଡିଶାକେ ‘ବେଷ୍ଟ୍‌ ମରିନ୍‌ ଷ୍ଟେଟ୍‌ 'ର ମାନ୍ୟତା ମିଲିଛେ । ଆଏବାର୍‌ ୨୧ ତାରିଖ୍‌ ନେ ପାଲନ କରାଯାଉଥିବାର୍‌ ବିଶ୍ୱ ମତ୍ସ୍ୟ ଦିବସ୍‌ନେ ଓଡିଶାକେ ୧୦ ଲାଖ୍‌ ଟକାଁର୍‌ ପୁରଷ୍କାର୍‌ ଦିଆଯିବା । ଆର୍‌ ପଶ୍ଟିମ୍‌ ଓଡିଶାର୍‌ କଲାହାଣ୍ଡି…

କେବିସି ନେ ଓଡିଶାର୍‌ ଅଧ୍ୟାପିକା

କୋନ୍‌ ବନେଗା କରୋଡ୍‌ପତି (କେବିସି)ନେ ଭାଗ୍‌ ନେବାର୍‌କେ ଯାଉଛନ୍‌ ଓଡିଶାର୍‌ ଜନେ ଅଧ୍ୟାପିକା ସସ୍ମିତା କର୍‌ । କେବିସିନେ ଭାଗ୍‌ ନେବାର୍‌ ପ୍ରକ୍ରିୟା ଜୁନ୍ ମାସ୍‌‌ନୁ ଆରମ୍ଭ ହେଇଥିଲା । ପହେଲା ରାଉଣ୍ଡ୍‌ ନେ ସଫଲତା ପାଏବାର୍‌ ଉତାରୁ ସେକେଣ୍ଡ ରାଉଣ୍ଡନେ ଭିଲ୍‌ ସଫଲତା ପାଇକରି ସେ…

ହରିଶଙ୍କର୍‌ ନୁ ନରସିଂନାଥ୍‌ ତକ୍‌ ହେବା ରୋପ୍‌ୱେ ସୁବିଧା

ପଶ୍ଚିମ୍‌ ଓଡିଶାର୍‌ ଭିନ୍‌ ଭିନ୍‌ ପର୍ଯ୍ୟଟନ୍‌ ଜାଗା ମାନକଁର ଲାଗି ପର୍ଯ୍ୟଟନ୍‌ କରିଡର୍‌ ଯୋଜନା କରାଯିବା ଆର୍‌ ସମ୍ବଲପୁରକେ ପର୍ଯଟନ୍‌ ହବ୍‌ କରାଯିବା । ସେନ୍ତା ବରଗଡ୍‌ ଆର୍‌ ନୁଆପଡା ଜିଲ୍ଲାର୍‌ ମଝିନେ ଥିବା ନର୍‌ସିଂନାଥ୍‌ ନୁ ହରିଶଙ୍କର୍‌ ତକ୍‌ ରୋପ୍‌ ୱେ ଲଗାଯିବା ବଲିକରି…

ରାନୀ ବଖ୍‌ରୀ ବନ୍‌ବା ରେଷ୍ଟୋର୍‌ଣ୍ଟ୍‌

ସମ୍ବଲପୁର୍‌ର ରାନୀ ବଖ୍‌ରୀ ବହୁତ ଦିନୁ ଖାଲି ପଡିଥିଲା ହେଲେ ଇହାଦେ ତାର ବିକାଶ୍‌ କାମ୍‌ ଉତାରୁ ରାନୀ ବଖ୍‌ରି ପୁରା ନୁଆ ଲାଗୁଛେ । ସମ୍ବଲପୁର୍‌କେ ଫି ବଛର ବହୁତ୍‌ଟେ ପର୍ଯ୍ୟଟକ୍‌ ମାନେ ଆସିଥିସନ ଆର୍‌ ପର୍ଯ୍ୟଟକ ମାନକଁର ଖାଏବାର୍‌ ରହେବାର୍‌ ସୁବିଧାକେ ଦେଖିକରି ରାନୀ ବଖ୍‌ରି କେ ଗୁଟେ…

ଗିରଫ ହେଲେ ୨ ଜନ ଆତଙ୍କ୍‌ବାଦୀ

ଗଲା ସୋମବାର ରାତି ଦିଲ୍ଲୀ ପୁଲିସ ରାଜଧାନୀ ଦିଲ୍ଲୀନେ ଜସ-ଇ-ମହମ୍ମଦ୍‌ ର ଦୁଇ ଜନ୍‌ ଆତଙ୍କ୍‌ବାଦୀକେ ଗିରଫ୍‌ କରିଥିବାର ଜନା ଯାଇଛେ । ଆତଙ୍କବାଦୀ ହମ୍‌ଲା କେ ଅଟ୍‌କାବାର ଲାଗି ଦିଲ୍ଲୀ ପୁଲିସ୍‌ ଦିଲ୍ଲୀର୍‌ ସରାୟକାଲେ ଗାଁନୁ ଇ ଦୁହି ଆତଙ୍କବାଦୀ କେ ଗିରଫ କରିଛେ । ଆତଙ୍କବାଦୀ ମାନେ…

ଭଲ୍‌ କାମ୍‌ ଦେଉଛେ ମଡର୍ଣ୍ଣାର୍‌ କୋଭିଡ ଟିକା

ଆମେରିକାର ମେଡିସିନ କମ୍ପାନି ମଡର୍ଣ୍ଣା କରୋନା ଲାଗି ତିଆରି କରିଥିବାର୍‌ ଭେକ୍‌ସିନ୍‌ କରୋନା ଭୁତାନୁକେ ୯୦.୪% ନଷ୍ଟ୍‌ କରବାର୍‌ଥି ସହାୟକ ହେଇଛେ ବୋଲି ଗୁଟେ ପରୀକ୍ଷାନୁ ଜନା ଯାଇଛେ । ଇତାର ଆଗରୁ ଆମେରିକାରର୍‌ ଆର୍‌ ଗୁଟେ କମ୍ପାନି ଫାଇଜର ଭିଲ ତାର ଟିକା ୯୦% କରୋନାକେ ପ୍ରଭାବିତ୍‌…